ଜାଣନ୍ତୁ କଣ ପାଇଁ ମଙ୍ଗଳ କାର୍ଯ୍ୟ ଗୁଡିକରେ ଦୀପ ପ୍ରଜ୍ଵଳନ କରାଯାଇଥାଏ । ଅଲଗା ଅଲଗା ଦୀପ ଜଳାଇବାର ମହତ୍ତ୍ୱ କଣ ରହିଛି ଜାଣନ୍ତୁ ।

Spread the love

କୌଣସି ଦେବୀ ଦେବତାଙ୍କ ସାମ୍ନାରେ ଦୀପ ଜଳାଇବାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ । ଜାଣନ୍ତୁ କେଉଁ କାମ ପାଇଁ କେଉଁ ପ୍ରକାରର ଦୀପ ଜଳାଇବା ଦ୍ୱାରା ଶୁଭଫଳ ମିଲିଥାଏ ।

ଚୈତ୍ର ମାସ ଆରମ୍ଭ ହୋଇଯାଇଛି । ଏହି ମାସରେ ନବରାତ୍ରୀ ମଧ୍ୟ ଆରମ୍ଭ ହୋଇଯିବ । ୯ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପର ପୂଜା କରାଯାଇଥାଏ ।ଏହି କାରଣରୁ ପ୍ରତିଦିନ ମାଆ ଦୁର୍ଗାଙ୍କ ଏକ ସ୍ୱରୂପ ପାଇଁ ଦୀପ ପ୍ରଜ୍ଵଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆପଣ ଜାଣିବା ଉଚିତ୍ କେଉଁ ଦିନ କେଉଁ ଦୀପ ପ୍ରଜ୍ବଳନ କଲେ ଆପଣଙ୍କୁ ଶୁଭଫଳ ମିଳି ପାରିବ । ପ୍ରତିଦିନ ଦୀପ ପ୍ରଜ୍ଵଳନ କିଛି କିଛି ଅଲଗା ମହତ୍ତ୍ୱ ରହିଥାଏ । ଆଜି ଆମେ କହିବୁ କେଉଁ କାମ ପାଇଁ କେଉଁ ପ୍ରକାରର ଦୀପ ପ୍ରଜ୍ବଳନ କଲେ ଶୁଭଫଳ ମିଳିବ ।

କଣ ପାଇଁ ଦୀପ ପ୍ରଜ୍ଵଳନ କରାଯାଇଥାଏ :

ଭାରତୀୟ ପରମ୍ପରା ଅନୁସାରେ ଦୀପ ପ୍ରଜ୍ଵଳନ କରିବା ଶୁଭ ସଂକେତ ଅଟେ । ମାନ୍ୟତା ରହିଛି ଭଗବାନ ଆମ ସାମ୍ନାରେ ଆଲୋକ ରୂପରେ ଆସି ଆମ ଜୀବନକୁ ଆଲୋକମୟ କରିଥାନ୍ତି । ଏହି କାରଣ ପାଇଁ କୌଣସି ଶୁଭ କାମ କରିବା ପୂର୍ବରୁ ଦେବୀ ଦେବତାଙ୍କ ସାମ୍ନାରେ ଦୀପ ପ୍ରଜ୍ଵଳନ କରାଯାଇଥାଏ । ଏହାର ଅର୍ଥ ହେଉଛି ଜ୍ୟୋତି ରୂପରେ ଦେବୀ ବେବତା ଆମ ସମ୍ମୁଖରେ ଉଭା ହୋଇ ଆମ ପୂଜାକୁ ସଫଳ କରାଇ ପାରିବେ ।

ଯେତେବେଳେ ଆମେ ଘରେ ପୂଜା କରିଥାଉ ସେହି ସମୟରେ ଆମେ ରାଶି ତେଲ କିମ୍ବା ଦେଶୀ ଘିଅର ଦୀପ ଜଳାଇବା ଉଚିତ୍ । କଦାପି ସୋରିଷ ତେଲର ଦୀପ ଜଳାଇବା ଉଚିତ୍ ନୁହେଁ । କିନ୍ତୁ ଦୀପାବଳି ସମୟରେ ସୋରିଷ ତେଲର ଦୀପ ପ୍ରଜ୍ଵଳନ କରାଯାଇଥାଏ । ଶନିବାର ଦିନ ଶନିଦେବଙ୍କ ପାଖରେ ମଧ୍ୟ ସୋରିଷ ତେଲର ଦୀପ ପ୍ରଜ୍ଵଳନ କରାଯାଇଥାଏ । ତାହା ମଧ୍ୟ ଘର ଠାରୁ ବାହାରେ ଥିବା କୌଣସି ଶନି ମନ୍ଦିରରେ କିମ୍ବା କୌଣସି ବରଗଛ ସମ୍ମୁଖରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରା ଯାଇଥାଏ ।

ଚାରି ମୁଖ ଥିବା ଦୀପ ଜଳାଇବାର ମହତ୍ତ୍ୱ :

ଆପଣ ଏକମୁଖୀ ଦୀପ ପ୍ରତି ପୂଜାରେ ବ୍ୟବହାର କରିପାରିବେ । ଯେତେବେଳେ ଆପଣଙ୍କୁ ଶତ୍ରୁ ହଇରାଣ କରୁଥାଏ, ସେହି ସମୟରେ ଦୁଇ ମୁଖୀ ଦୀପ ପ୍ରଜ୍ୱଳନ କରା ଯାଇଥାଏ । ଏପରି କରିବା ଦ୍ୱାରା ଶତ୍ରୁ ଏବଂ ବିରୋଧୀ ଶାନ୍ତ ହୋଇ ଯାଇଥାନ୍ତି । ତିନି ମାସ ପର୍ଯ୍ୟନ୍ତ ଲଗାତାର ତିନି ମୁଖୀ ଦୀପ ପ୍ରଜ୍ବଳନ କରିବା ଦ୍ୱାରା ସନ୍ତାନଙ୍କ ସହ ଜଡିତ ଯେ କୌଣସି ସମସ୍ୟା ଦୂର ହୋଇଥାଏ ।

ପ୍ରତିଦିନ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଚାରି ମୁଖ ଥିବା ଦୀପ ପ୍ରଜ୍ଵଳନ କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ :

ଦୀପ ଶିଖାର ମଧ୍ୟ ମହତ୍ତ୍ୱ ରହିଛି :

ଦୀପର ଶିଖା କେଉଁ ଦିଗରେ ରହିବା ଉଚିତ୍; ଏହା ବିଷୟରେ ବସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି । କିନ୍ତୁ ଏହା ନିର୍ଭର କରେ ଆପଣ କେଉଁ ଦେବତାଙ୍କ ସାମ୍ନାରେ ଦୀପ ପ୍ରଜ୍ବଳନ କରୁଛନ୍ତି ଏବଂ ସେହି ଦେବତାଙ୍କ ବାସ କେଉଁ ଦିଗରେ ରହିଛି । ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଆଶାର କିରଣ କୁହା ଯାଇଥାଏ । ଯଦି ସୂର୍ଯ୍ୟଙ୍କ ପରିପ୍ରେକ୍ଷୀରେ, ପୂର୍ବ ଦିଗକୁ ଦୀପର ଶିଖାକୁ ରଖି ପ୍ରଜ୍ଵଳନ କରନ୍ତି; ତେବେ ଆପଣଙ୍କ ଆୟୁରେ ବୃଦ୍ଧି ହୋଇଥାଏ ।

ଯଦି ଆପଣ ବ୍ୟବସାୟରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି, ଦରମାରେ ବୃଦ୍ଧି ପାଇଁ ଚାହୁଁଥିଲେ ଉତ୍ତର ଦିଗକୁ ଦୀପର ଶିଖା ରଖି ପ୍ରଜ୍ଵଳନ କରନ୍ତୁ । ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।