କାହିଁକି ହୋଟେଲ ଗୁଡିକର ବେଡ୍ ଉପରେ ଧଳାରଙ୍ଗର ଚାଦର ପକାଯାଇଥାଏ ? ଆସନ୍ତୁ ଜାଣିବା ।

Spread the love

ଆପଣ ଯେତେବେଳେ କୌଣସି ହୋଟେଲର କକ୍ଷ ଭିତରକୁ ପ୍ରଥମେ ପ୍ରବେଶ କରିବେ ସେତେବେଳେ ସର୍ବପ୍ରଥମେ ସେଠାରେ ଥିବା ବେଡ୍ ହିଁ ବହୁତ ଆକର୍ଷିତ କରିଥାଏ । ସେହି ଆକର୍ଷିତ କରୁଥିବା ବେଡ୍ ଉପରେ ଧଳାରଙ୍ଗର ଚାଦର ପକାଇଥାନ୍ତି ଯାହାଦ୍ୱାରା କି ତାହା ଅଧିକ ଆକର୍ଷିତ ଦେଖାଯାଏ । କିନ୍ତୁ ଧଳା ଚାଦର ହିଁ କାହିଁକି ପକାଇଥାନ୍ତି ଆପଣ ବୋଧ ହୁଏ ଜାଣି ନ ଥିବେ । ତେବେ ଆସନ୍ତୁ ଏହାର ସମ୍ବନ୍ଧିତ ୫ଟି ବିଷୟରେ ଜାଣିବା ।

ଚିନ୍ତା ଦୂର କରିଥାଏ ଧଳାରଙ୍ଗ –

ମନୋବିଜ୍ଞାନୀଙ୍କ ଅନୁସାରେ ଧଳାରଙ୍ଗ ଆଖିକୁ ଆକର୍ଷିତ କରିବା ସହ ଚିନ୍ତାକୁ ଦୂର କରିଥାଏ । ଛୁଟି ଦିନ ମାନଙ୍କରେ ଯେତେବେଳେ ଲୋକମାନେ ହୋଟେଲରେ ରହିଥାନ୍ତି, ତ’ ହୋଟେଲର କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇଥାନ୍ତି କି ଆପଣ ଚିନ୍ତାରୁ ମୁକ୍ତି ହୋଇ ଛୁଟି ସମୟରେ ଆନନ୍ଦ ନେଇପାରିବ କିପରି ? ତେଣୁ ସେମାନେ ଧଳାରଙ୍ଗର ଚାଦର ପକାଇଥାନ୍ତି ।

ଧଳା ରଙ୍ଗ ମନକୁ ଶାନ୍ତ ଦେଇଥାଏ –

ଏହି ବ୍ୟସ୍ତ ଜୀବନରେ ଅଳ୍ପ ସମୟ ପାଇଁ ଶାନ୍ତରେ ବିତେଇବା ପାଇଁ ବୁଲିବାକୁ ଯାଇ ପରେ ହୋଟେଲକୁ ଯାଇଥାନ୍ତି । ଏହି ସମୟରେ ଅନ୍ୟ ରଙ୍ଗ ନୁହେଁ କେବଳ ଧଳାରଙ୍ଗ ମନକୁ ଶାନ୍ତ ପହଞ୍ଚାଇ ଥାଏ । ଖାସ୍ କରି ବେଡ୍ ଉପରେ ପକାଯାଇଥିବା ଚାଦରର ରଙ୍ଗ ଧଳା ହୋଇଥିଲେ ବହୁତ ଶାନ୍ତ ନିଦ ହୋଇଥାଏ । ଏଥିପ୍ରତି ଧ୍ୟାନ ଦେଇ ସେମାନେ ଧଳାରଙ୍ଗର ଚାଦର ବ୍ୟବହାର କରିଥାନ୍ତି ।

ମଇଳା –

କେତେକ ଲୋକଙ୍କ ଅନୁସାରେ ଧଳାରଙ୍ଗର କପଡା ଧୋଇବା ସହଜ ହୋଇ ନ ଥାଏ କିନ୍ତୁ ଯିଏ ନିପୁଣ ହୋଇଥାନ୍ତି ସେମାନଙ୍କୁ ଧଳାରଙ୍ଗର କପଡ଼ାକୁ ଧୋଇବା ସହଜ ହୋଇଥାଏ । କାରଣ ଧଳାରଙ୍ଗର କପଡ଼ାକୁ ଅନ୍ୟ ରଙ୍ଗୀନ କପଡା ସହିତ ଧୋଇନଥାନ୍ତି । ତେଣୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିନଥାଏ ଓ ମଇଳା କେଉଁଠାରେ ଲାଗିଛି ତାହା ମଧ୍ୟ ସହଜରେ ଜଣାପଡି ଯିବ । ଧଳାରଙ୍ଗର କପଡା ଉପରେ କିଛି ପଡ଼ିଗଲେ ମଧ୍ୟ ତାହାକୁ ବ୍ଳିଚ୍ ଦ୍ୱାରା ସହଜରେ ସଫା କରିହୁଏ ଓ ସେଠାରେ ଥିବା ଜୀବାଣୁ ମଧ୍ୟ ଚାଲିଯାନ୍ତି ।

ବ୍ଳିଚିଙ୍ଗ କରିବା ସହଜ –

ଭୁଲବଶତଃ ଧଳାରଙ୍ଗର ଚାଦର ଉପରେ କିଛି ଚିହ୍ନ ହୋଇଗଲେ, ତେବେ ତାହାକୁ ବ୍ଳିଚ୍ କରିବା ସହଜ ଅଟେ । ହୋଟେଲ ମାନଙ୍କରେ ଧଳାରଙ୍ଗର ଚାଦରକୁ ଧୋଇବା ପାଇଁ ସେମାନେ ବ୍ଳିଚିଙ୍ଗର ବ୍ୟବହାର କରିଥାନ୍ତି । ଏହାକୁ ବ୍ୟବହାର କରିବା ଦ୍ଵାରା କପଡ଼ାରେ ଥିବା ସବୁ ଜୀବାଣୁ ନଷ୍ଟ ହୋଇଯାନ୍ତି ।

ଖାସ୍ କାରଣ –

୧୯୯୦ ମସିହାରେ ହୋଟେଲ ମାନଙ୍କରେ ଖାସ୍ କରି ରଙ୍ଗୀନ ଚାଦର ବ୍ୟବହାର କରୁଥିଲେ । ତାହାର ଭଲମନ୍ଦ ବୁଝିବା ବହୁତ କଷ୍ଟ ହେଉଥିଲା । ଏକ ଡ଼ିଜାଇନର୍ ଅନୁସନ୍ଧାନ କରିବା ପରେ ଜାଣିପାରିଲେ କି ଧଳାରଙ୍ଗ ମନକୁ ଶାନ୍ତ କରିଥାଏ ଓ ଏହା ସ୍ୱାସ୍ଥ୍ୟପାଇଁ ବହୁତ ଭଲ ଅଟେ । ଏହାକୁ ଦୃଷ୍ଟିରେ ରଖି ସେହିଦିନ ଠାରୁ ହୋଟେଲ ମାନଙ୍କରେ ଧଳାରଙ୍ଗର ଚାଦର ବ୍ୟବହାର କରିବା ଆରମ୍ଭ ହେଲା ।