ଶାଢ଼ୀ ପିନ୍ଧିବା ଦ୍ଵାରା ଝିଅମାନଙ୍କ ସୁନ୍ଦରତା ଦ୍ଵିଗୁଣିତ ହୋଇ ଯାଇଥାଏ, କାହିଁକି ? କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଶାଢ଼ୀ ଆମ ଭାରତୀୟ ପରମ୍ପରାର ଏକ ଅଂଶ ଅଟେ । ଶାଢ଼ୀର ବ୍ୟବହାର ବହୁ ପୁରାତନ ସମୟର ମହିଳାମାନେ କରି ଆସୁଛନ୍ତି । ଶାଢ଼ୀ ଏହିପରି ଏକ ପରିଧାନ ଅଟେ, ଭାରତ ସହ ଦୁନିଆର ଅନେକ ସ୍ଥାନରେ ପରିଧାନ କରାଯାଇଥାଏ । କିନ୍ତୁ ଶାଢ଼ୀକୁ ଭାରତୀୟ ମହିଳାମାନେ ବହୁଳ ପରିମାଣରେ ପରିଧାନ କରିଥାନ୍ତି । ଆପଣ ଧ୍ୟାନ ଦେଇଥିବେ, ମହିଳା କିମ୍ବା ଝିଅମାନେ ଶାଢ଼ୀ ପିନ୍ଧିବା ପରେ ଦୁଇଗୁଣ ସୁନ୍ଦର ଦେଖା ଯାଇଥାନ୍ତି । ଯଦି କୌଣସି ଝିଅ ସାମାନ୍ୟ ସୁନ୍ଦର ଦେଖାଯାନ୍ତି, ତେବେ ଆପଣ ସେହି ଝିଅଟିକୁ ଶାଢ଼ୀଟିଏ ପିନ୍ଧାଇ ଦିଅନ୍ତୁ; ଦେଖିବେ ସେହି ଝିଅଟିର ସୁନ୍ଦରତା ଦୁଇଗୁଣ ବଢିଯିବ ।

ଯେତେବେଳେ କୌଣସି ଝିଅର ବିବାହ ହେବାକୁ ଥାଏ, ତେଵେ ପୁଅ ଘର ଲୋକଙ୍କୁ ଶାଢ଼ୀପିନ୍ଧା ଫୋଟ ପଠା ଯାଇଥାଏ । ଆପଣ ପ୍ରାୟତଃ ଶୁଣିଥିବେ, ଝିଅମାନେ ବିବାହ ପରେ ଅଧିକ ସୁନ୍ଦର ହୋଇ ଯାଇଥାନ୍ତି; ଏହା ପଛରେ ଶାଢ଼ୀ ହିଁ ମୁଖ୍ୟ କାରଣ ଅଟେ । ଝିଅମାନେ ବିବାହ ପରେ ଶାଢ଼ୀ ପିନ୍ଧିବା ପାଇଁ ପସନ୍ଦ କରିଥାନ୍ତି । ଝିଅ ଗୋରା ହେଉ କିମ୍ବା କଳା, ମୋଟା ହେଉ କିମ୍ବା ପତଳା, ଡେଙ୍ଗା ହେଉ କିମ୍ବା ଗେଡା ଯେତେବେଳେ ସେ ଶାଢ଼ୀ ପିନ୍ଧିଥାଏ ତାହା ଝିଅଟିକୁ ଆକର୍ଷଣୀୟ କରାଇଥାଏ ।କେବଳ ଆପଣଙ୍କୁ ଶାଢ଼ୀ ପିନ୍ଧିବାର ପ୍ରକୃତ ନିୟମ ଜାଣିବା ଉଚିତ୍ । ଆପଣମାନେ ଜାଣି ସାରିଥିବେ ଯେ, ଝିଅମାନେ ଶାଢ଼ୀ ପିନ୍ଧିବା ପରେ ସୁନ୍ଦର ଦେଖାଯାଇଥାନ୍ତି କିନ୍ତୁ ଆପଣ ମାନେ ଜାଣି ନଥିବେ ଏହାର ପଛର କାରଣ କଣ ରହିଛି ? ଆସନ୍ତୁ ଜାଣିବେ ଏହାର ପଛର କାରଣ କଣ ରହିଛି ।

ଏହି କାରଣରୁ ଝିଅମାନେ ଶାଢ଼ୀ ପିନ୍ଧିଲେ ସୁନ୍ଦର ଦେଖା ଯାଇଥାନ୍ତି :

ଯେତେବେଳେ କୌଣସି ଝିଅ କିମ୍ବା ମହିଳା ଶାଢ଼ୀ ପିନ୍ଧିଥାନ୍ତି; ତେବେ ସେମାନଙ୍କ ଶରୀରର ସୁନ୍ଦରତା ଦୁଇଗୁଣ ହୋଇଯାଇଥାଏ । ଏହାଦ୍ୱାରା ଆପଣ ସେମାନଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ଏହା ସତ୍ତ୍ୱେ ଝିଅମାନେ ଶାଢ଼ୀ ପିନ୍ଧିବା ପରେ ଝିଅଙ୍କ ଶାଳୀନତା ବଢି ଯାଇଥାଏ । ଶାଢ଼ୀ ପରିଧାନ ସମୟରେ ଝିଅଟିର ଲମ୍ବା କେଶ ଥିଲେ ସୁନ୍ଦରତା ଆହୁରି ବଢି ଯାଇଥାଏ । ଏହି ପରିଧାନ ସହ ଝିଅଟି ଯେତେବେଳେ ଚୁଡ଼ି ସିନ୍ଦୁର ଇତ୍ୟାଦି ଧାରଣ କରିଥାଏ, ତେବେ ସୁନ୍ଦରତା ଆହୁରି ବଢି ଯାଇଥାଏ । ଏହା ସହ ଗଳାରେ କୌଣସି ଆଭୂଷଣ ମଧ୍ୟ ପରିଧାନ କରିଥାଏ ଯାହା ଝିଅଟିର ସୁନ୍ଦରତା ବଢ଼ିବାରେ ସାହାଯ୍ୟ କରିଥାଏ ।

ପୁରୁଷ ମାନଙ୍କୁ ମହିଳାମାନେ ଶାଢ଼ୀ ପରିଧନରେ ଭଲ ଲାଗିଥାନ୍ତି । ପୁରୁଷମାନେ ଦୀର୍ଘ ସମୟରୁ ଅଧିକାଂଶ ଝିଅକୁ ଜିନ୍ସ କିମ୍ବା ସାଲବର ପିନ୍ଧିବାର ଦେଖି ଆସୁଥିବେ; ଯେତେବେଳେ ଝିଅଟିକୁ ଶାଢ଼ୀ ପରିଧାନ କରି ଥିବାର ଦେଖୁଛନ୍ତି, ସେତେବେଳେ ଝିଅଟି ଖୁବ୍ ଆକର୍ଷଣୀୟ ଦେଖାଯାଇଥାଏ ।

ଏହି କାରଣରୁ ଆମ୍ଭମାନଙ୍କୁ ଏହି ଭାରତୀୟ ପରିଧାନ ଉପରେ ଗର୍ଵ କରିବା ଉଚିତ୍ । ଏହା ସହ ଝିଅଙ୍କ ଶାଢୀ ପରିଧାନରେ ଆପଣ କେଉଁଭଳି ନିଜକୁ ନିୟନ୍ତ୍ରଣ କରନ୍ତି; ତାହା ସବୁଠାରୁ ଗୁରୁତର ବିଷୟ ଅଟେ ।