କାହିଁକି ମହିଳାଙ୍କ ବ୍ରା, ପ୍ୟାଣ୍ଟି ଓ ବ୍ୟବହୃତ ପ୍ୟାଡ଼ ଚୋରୀ କରି ନେଉଛି ସଞ୍ଜୟ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ବହୁତ ଚୋରି ଘଟଣା ଶୁଣିଥିବେ ବା ଦେଖିଥିବେ । ଚୋର ଟିଏ ଗିରଫ ହୋଇ ଜେଲ ଯିବା କିଛି ନୂଆ କଥା ନୁହେଁ । ହେଲେ ଆମେ ଆଜି ଏଥିପାଇଁ ଏହି ପ୍ରସଙ୍ଗରେ ଆଲୋଚନା କରିବୁ । ଏ ଚୋର ଜଣଙ୍କ ସଭିଙ୍କ ଠାରୁ ନିଆରା । ଚୋରିର ଷ୍ଟାଇଲ ବି ଅନ୍ୟ ଠୁ ଟିକେ ଅଲଗା । ଅଭିଯୁକ୍ତର ନାମ ସଞ୍ଜୟ ନିଶାଙ୍କ । ଘର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଅଞ୍ଚଳରେ ।

ଅଭିଯୁକ୍ତ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ 23 ଗୋଟି ମାମଲା ରହିଛି । ସଞୀୟ ନିଶାଙ୍କ ଜଣେ BBA ପାଢୁଆ ଯୁବକ । କିନ୍ତୁ ସଞୀୟର ନିଶା ଥିଲା ଚୋରି କରିବା । ନିଜ ଗାର୍ଲଫ୍ରେଣ୍ଡ କୁ ଖୁସି କରିବାକୁ ସେ ଚୋରି କରୁଥିଲା । ସେ ବିଗତ 5 ବର୍ଷରେ 25 ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଚୋରି କରିଥିଲା । ଆଗକୁ ବିବାହ ଥିବାରୁ ସେ ସୁନା ଅଳଙ୍କାର ଚୋରି କରୁଥିବା ଜାଣିବାକୁ ପାଇଛି ପୋଲିସ ।

aa

ତେବେ ଅଭିଯୁକ୍ତ ଙ୍କ ଠାରୁ 423 ଗ୍ରାମ ଓଜନର ସୁନା ଗହଣା 605 ଗ୍ରାମ ରୂପା 2 ଟି ଲ୍ୟାପ୍‌ଟପ୍‌ 2 ମୋବାଇଲ ଫୋନ ଏବଂ ଗୋଟିଏ ବାଇକ୍ ଚୋରି କରିଥିବା ସ୍ପେଶାଲ ସ୍କାଡ୍ ଏସିପି ସଞ୍ଜିବ ସତପଥୀ ସୂଚନା ଦେଇଛନ୍ତି । ତେବେ ଆଉ ଗୋଟିଏ ଘଟଣା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଜବତ ସାମଗ୍ରୀ ମଧ୍ୟରେ ମିଳିଛି 2 ବସ୍ତା ଅନ୍ତଃବସ୍ତ୍ର । ଯେଉଁଥିରେ 250 ଟି ଯୁବତୀଙ୍କ ଅନ୍ତବସ୍ତ୍ର ରହିଥିବା ଜଣାପଡିଛି ।

ଅନ୍ତବସ୍ତ ଚୋରି କରିବା ଦ୍ୱାରା ସେ କୁଆଡେ ପାଉଥିଲା ଅପୂର୍ବ ଶାନ୍ତି । ଦାମୀ ଜିନ୍ସ୍ ସାଙ୍ଗକୁ ଅନ୍ତଃ ବସ୍ତ୍ର ଚୋରି କରିବା ସଂଜୟର ନିଶା ଥିଲା । କିଛି ଦିନ ହେଲା ସେ ଜମାଟୋ ବୟ ଭାବେ କାମ କରୁଥିଲା । ତେବେ ସକାଳୁ ଖାଇବା ଡେଲିଭରି ଦେବା ଆଳରେ ଘରର ଚତୁର୍ପାର୍ଶ୍ଵ କୁ ନିରୀକ୍ଷଣ କରୁଥିଲା । ପରେ ରାତିରେ ସେହି ଘରେ ପଶି ଗ୍ରୀଲ କାଟିବା ସହ କଳାକନା ବୁଲାଉଥିଲା ।

cora

ଗିରଫ ଅଭିଯୁକ୍ତର ଏଭଳି ବୟାନ ପୋଲିସ କୁ ଆଶ୍ଚର୍ଯ୍ୟ କରି ଦେଇଛି । ପୂର୍ବରୁ ଚନ୍ଦ୍ରଶେଖରପୁର ପୋଲିସ ଏହି କାମୁକ ଚୋରକୁ ଗିରଫ କରିଥିଲା । ସେତବେଳେ ତା ନାଁ ରେ 18 ଟି କେସ ଥିଲା । ଏବେ ପୁଣି ଆଉ 5 ଟି କେସ ଯୋଡ଼ିହେବା ପରେ ବାବୁ ଜଣଙ୍କ ଧରା ଦେଇଛନ୍ତି ନୟାପଲ୍ଲୀ ପୋଲିସ ହାତରେ । ବାସ୍ତବିକ ସହଜରେ ଟଙ୍କା କମେଇବାର ନିଶା କିଭଳି ଯୁବପୀଢ଼ିଙ୍କୁ କବଳିତ କରି ଅପରାଧିକ ରାସ୍ତାରେ ଯିବାକୁ ବାଧ୍ୟ କରୁଛି ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଘଟଣାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *