ଆପଣ ଜାଣନ୍ତି କି ହିନ୍ଦୁ ଧର୍ମରେ କାହିଁକି କନ୍ୟାଦାନ କରାଯାଏ ? ଆସନ୍ତୁ ଜାଣିବା ଏହାର କାରଣ ।

Spread the love

ଯେମିତି କି ଆମେ ସମସ୍ତେ ଜାଣିଛୁ, ହିନ୍ଦୁ ଧର୍ମରେ ରୀତିନୀତିକୁ ଅଧିକ ମହତ୍ୱ ଦିଆ ଯାଇଥାଏ । ଏହି ରୀତିନୀତି ପୂଜାପର୍ବ ସହ ଜଡ଼ିତ ହୋଇଥାଏ, ବିବହାବ୍ରତ ସହ ଜଡ଼ିତ ହୋଇଥାଏ ବା କିଛି ଅନ୍ୟ ପର୍ବ ସହ ଜଡିତ ଥାଏ । ସବୁକ୍ଷେତ୍ରରେ ରୀତିନୀତିକୁ ମହତ୍ୱ ଦିଆ ଯାଇଥାଏ । ଖାସ କରି ବିବାହ ଉତ୍ସବରେ ଏହି ରୀତିନୀତିକୁ ଅଧିକ ଧ୍ୟାନ ଦିଆଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ସବୁ ରୀତିନୀତି ପଛରେ କିଛି ତଥ୍ୟ ଲୁଚି ଥାଏ, ସେଥିପାଇଁ ସେ ନିୟମ ଗୁଡିକ ପାଳନ କରିବା ଅତି ଆବଶ୍ୟକ ।

ଯଦି ହିନ୍ଦୁ ଧର୍ମର ବିବାହ କଥା କହିବା, ତେବେ ହିନ୍ଦୁଧର୍ମରେ ବିବାହ ସମୟରେ ଅନେକ ନିୟମକୁ ମାନିବାକୁ ପଡ଼ିଥାଏ । ଏହି ନିୟମ ଭିତରୁ କନ୍ୟାଦାନ ହେଉଛି ଗୋଟିଏ ନିୟମ । ଯାହା ହିନ୍ଦୁଧର୍ମର ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ହୋଇଥାଏ ବା ଅନ୍ୟ ଅର୍ଥରେ କହିବାକୁ ଗଲେ କନ୍ୟା ଦାନ ବିନା ବିବାହ ସମ୍ପୂର୍ଣ୍ଣ ହୋଇନଥାଏ । କନ୍ୟାଦାନ ଏମିତି ଏକ ନିୟମ ଯେଉଁଠି କନ୍ୟାର ହାତକୁ ବିଧିବଦ୍ଧ ଭାବେ ବର ହାତରେ ଦିଆଯାଏ । ଏହି ନିୟମଟି କନ୍ୟାର ମାତା-ପିତା ଦ୍ୱାରା ପାଳନ କରାଯାଏ । କଣ ଆପଣ ଜାଣନ୍ତି କି କାହିଁକି କନ୍ୟାଦାନ ନିୟମଟିକୁ ମହତ୍ୱ ଦିଆଯାଏ ଏବଂ କାହିଁକି ? ଏହି ନିୟମଟିକୁ ପାଳନ କରିବାର ଆବଶ୍ୟକ କଣ ? ଆସନ୍ତୁ ଜାଣିବା :

ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କ ପାଇଁ ଆଣିଛୁ । ଆସନ୍ତୁ ଜାଣିବା କନ୍ୟାଦାନର ମହତ୍ୱ ବିଷୟରେ –

ହିନ୍ଦୁଧର୍ମର ମାନ୍ୟତା ଅନୁସାରେ ବର ଭଗବାନ ବିଷ୍ଣୁଙ୍କ ସ୍ୱରୂପ ହୋଇଥାଏ । ଏହି ନିୟମ ପଛରେ ଥିବା ମହତ୍ୱ ହେଉଛି, ଯେତେବେଳେ କନ୍ୟାର ପିତା ନିଜ କନ୍ୟାର ହାତକୁ ବର ହାତରେ ଦେଇଥାଏ, ସେତେବେଳେ ସେ ବରଙ୍କ ଠାରୁ ଆଶ୍ୱାସନା ନେଇଥାଏ ଯେ, ସେ ସର୍ବଦା ତାଙ୍କ କନ୍ୟାକୁ ଖୁସି ରଖିବେ ଏବଂ ତା’ର ଜୀବନରେ କେବେ କିଛି ବାଧା ଆସିବାକୁ ଦେବେ ନାହିଁ ।

ଧାର୍ମିକ ନୀତି ଅନୁସାରେ କୁହାଯାଏ ଯେ, ଯେତେବେଳେ କନ୍ୟାର ପିତା ବିଧିବଦ୍ଧ ଭାବେ ନିଜ ଝିଅର କନ୍ୟାଦାନ କରିଥାଏ, ତେବେ ଏହା ଦ୍ୱାରା ପୁରା ପରିବାରର ମଙ୍ଗଳ ହୋଇଥାଏ ।

ଧାର୍ମିକ ମାନ୍ୟତା ଅନୁସାରେ କନ୍ୟାଦାନ ସବୁଠୁ ବଡ ଦାନ ହୋଇଥାଏ, ତଥା ଯେଉଁ ବ୍ୟକ୍ତି କନ୍ୟାଦାନ କରିଥାଏ, ତାଙ୍କ ଜୀବନ ସଫଳ ହୋଇଯାଏ । ଏହା ସହିତ କୁହାଯାଏ, ବହୁତ ସୌଭାଗଶାଳୀ ବ୍ୟକ୍ତି ହୋଇଥାନ୍ତି, ଯାହାକୁ କନ୍ୟାଦାନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଦେଶର ଅଲଗା ଅଲଗା ସ୍ଥାନରେ କନ୍ୟାଦାନର ନିୟମ ଭିନ୍ନ ଭିନ୍ନ ରୂପରେ ହୋଇଥାଏ । ଆସନ୍ତୁ ଜାଣିବା କେଉଁଠି କିପରି ପାଳନ କରାଯାଏ :

କନ୍ୟାଦାନର ନିୟମ :

ଦକ୍ଷିଣ ଭାରତରେ : ଦକ୍ଷିଣ ଭାରତରେ କନ୍ୟା ନିଜପିତାର ହାତ ଉପରେ ହାତ ରଖିଥାଏ ଏବଂ ବର ନିଜ ଶଶୁରଙ୍କ ହାତ ତଳେ ତାର ହାତ ରଖିଥାଏ । ପରେ ଝିଅର ଭାଇ ଏମାନଙ୍କ ହାତ ଉପରେ ପାଣି ଛିଞ୍ଚ ଥାଏ; ଯାହା ତିନି ଜଣଙ୍କ ହାତରୁ ପଣି ଗଢି ଗଢି ତଳେ ଥିବା ପାତ୍ରରେ ପଡ଼େ । ମନ୍ତ୍ର ଉଚ୍ଚାରିତ ସହିତ ଏହି କାର୍ଯ୍ୟ ପରେ କନ୍ୟାଦାନ ନିୟମଟି ସମ୍ପୂର୍ଣ୍ଣ ହୋଇଥାଏ ।

ଉତ୍ତର ଭାରତରେ : ଉତ୍ତର ଭାରତର ଅନେକ ସ୍ଥାନରେ କନ୍ୟାର ହାତକୁ ଏକ କଳସ ଉପରେ ରଖାଯାଏ । ଏହା ପରେ ବର କନ୍ୟାର ହାତ ଉପରେ ନିଜ ହାତ ରଖି ଥାଏ । ପୁଣି ଏହା ଉପରେ ଫୁଲ, ଗଙ୍ଗାଜଳ ଓ ପାନପତ୍ର ରଖି ମନ୍ତ୍ର ଉଚ୍ଚାରଣ ହୋଇଥାଏ, ଏହା ପରେ କନ୍ୟାଦାନ ନିୟମଟି ସମ୍ପୂର୍ଣ୍ଣ ହୋଇଥାଏ ।