ଏହି କାରଣ ଯୋଗୁଁ ଭଗବାନ ଶିବ ଶରୀରରେ ଭସ୍ମ ଲଗାଇଥାନ୍ତି ।

Spread the love

ଭସ୍ମ ଭଗବାନ ଶିବଙ୍କ ପ୍ରିୟ ଅଟେ । ଆସନ୍ତୁ ଏ ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ।

ଭଗବାନ ଶିବ ସର୍ବଦା ନିଜ ଶରୀରରେ ଭସ୍ମ ଲଗାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, କେଉଁ କାରଣରୁ ଶିବ ଭଗବାନ ନିଜ ଶରୀରରେ ଭସ୍ମ ଲଗାଇଥାନ୍ତି ଓ ଏହି ଭସ୍ମ କେଉଁ ଜିନିଷର ପ୍ରତୀକ ଅଟେ । ପୁରାଣରେ ଭଗବାନ ଶିବ ନିଜ ଶରୀରରେ ଭସ୍ମ ଲଗାଇବା ବିଷୟରେ ଉଲ୍ଲେଖ ହୋଇଛି ଓ କୁହାଯାଇଛି କି, ଭଗବାନ ଶିବ କାହିଁକି ନିଜ ଶରୀରରେ ସର୍ବଦା ଭସ୍ମ ଲଗାଇ ରୁହନ୍ତି ।

କେଉଁ କାରଣରୁ ଭଗବାନ ଶିବଙ୍କୁ ଭସ୍ମ ପ୍ରିୟ ଅଟେ –

ଭସ୍ମ ସହ ଯୋଡିତ କିଛି କଥା –

ଭଗବାନ ଶିବଙ୍କ ଜୀବନ ସହ ଯୋଡିତ ଗୋଟିଏ କଥା ଅନୁସାରେ, ଭଗବାନ ଶିବଙ୍କ ବିବାହ ମାତା ସତୀଙ୍କ ସହ ହୋଇଥିଲା । ମାତା ସତୀଙ୍କ ପିତା ହେଉଛନ୍ତି ଦକ୍ଷ । ଯିଏ କି ରାଜା ଅଟନ୍ତି । ସେ ଭଗବାନ ଶିବଙ୍କୁ ପସନ୍ଦ କରୁନଥିଲେ ଓ ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ପୁତ୍ରୀ ସତୀଙ୍କୁ ଶିବଙ୍କ ସହ ବିବାହ କରାଇବାକୁ ଚାହୁଁ ନ ଥିଲେ । କିନ୍ତୁ ନିଜ ଝିଅର ଜିଦ୍ଦି ସାମ୍ନାରେ ରାଜା ଦକ୍ଷପ୍ରଜାପତି ହାରି ଯାଇଥିଲେ ଓ ପରିଶେଷରେ ସେ ସତୀ ମାଆଙ୍କ ବିବାହ ଭଗବାନ ଶିବଙ୍କ ସହ ହୋଇଥିଲା ।

ବିବାହ କରିବା ପରେ ଦକ୍ଷ ରାଜା ନିଜ ଘରେ ଏକ ବଡ଼ ଯଜ୍ଞର ଆୟୋଜନ କରିଥିଲେ । କିନ୍ତୁ ଏହି ଯଜ୍ଞରେ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରି ନ ଥିଲେ । ବାପାଙ୍କ ତରଫରୁ ନିମନ୍ତ୍ରଣ ନ ଆସିଥିବାରୁ ମାତା ସତୀ ଭାବିଲେ ଯେ, ବୋଧ ହୁଏ ବାପା ଆମକୁ ନିମନ୍ତ୍ରଣ କରିବାକୁ ଭୁଲି ଯାଇଥିବେ । ମାତା ସତୀ, ଭଗବାନ ଶିବଙ୍କ କହିଥିଲେ, ବାପାଙ୍କ ଦ୍ୱାରା ଆୟୋଜତି ଯଜ୍ଞକୁ ଯିବି । କିନ୍ତୁ ଭଗବାନ ଶିବ ସେହି ଯଜ୍ଞକୁ ଯିବାକୁ ମାତା ସତୀଙ୍କୁ ଅନୁମତି ଦେଇନଥିଲେ । କିନ୍ତୁ ମାତା ସତୀ ଭଗବାନ ଶିବଙ୍କ କଥାକୁ ନ ମାନି, ସେ ଯଜ୍ଞକୁ ଯାଇଥିଲେ । ଯେତେବେଳେ ମାତା ସତୀ ସେଠାରେ ପହଞ୍ଚିଲେ, ଦକ୍ଷ ରାଜା ସତୀଙ୍କୁ ଦେଖି ବହୁତ କ୍ରୋଧିତ ହୋଇଗଲେ ଓ ଭଗବାନ ଶିବଙ୍କ ବହୁତ ନିନ୍ଦା କରିଥିଲେ । ଯେଉଁ କଥା ଗୁଡ଼ିକୁ ଶୁଣି ମାତା ସତୀଙ୍କୁ ବହୁତ କଷ୍ଟ ହେଇଥିଲା । ଭଗବାନ ଶିବଙ୍କ କଥାକୁ ନ ମାନି ଆସିଥିବାରୁ ସେ ବହୁତ ଦୁଃଖିତ ହୋଇପଡିଲେ ଓ ଯଜ୍ଞ କୁଣ୍ଡରେ ନିଜ ଶରୀରକୁ ଝାସ ଦେଇଦେଲେ । ଯେତେବେଳେ ଭଗବାନ ଶିବ ଏହି ବିଷୟରେ ଜଣାଲେ, ତୁରନ୍ତ ରାଜା ଦକ୍ଷ ପ୍ରଜାପତିଙ୍କ ଆୟୋଜିତ ଯଜ୍ଞ ପୀଠରେ ଉପସ୍ଥିତ ହୋଇଗଲେ ଓ ରାଜା ଦକ୍ଷଙ୍କୁ ଉଚିତ ଦଣ୍ଡ ଦେଇଥିଲେ । ମାତା ସତୀଙ୍କ ଜଳୁଥିବା ଶରୀରକୁ ନିଜ ହାତରେ ନେଇଗଲେ ।

ଭଗବାନ ଶିବ ବହୁତ ଦୁଃଖ ହୋଇ ମାତା ସତୀଙ୍କ ଜଳୁଥିବା ଶରୀରକୁ ସାରା ବ୍ରହ୍ମାଣ୍ଡକୁ ନେଇ ବୁଲିବାରେ ଲାଗିଲେ । ଭଗବାନ ଶିବଙ୍କ ଏହି ଦୁଃଖଦ ଅବସ୍ଥା ଦେଖି ଦେବୀ ଓ ଦେବତାଗଣ ଚିନ୍ତିତ ହୋଇଗଲେ ଓ ସୃଷ୍ଟି ବିପଦରେ ଥିବାର ଅନୁଭବ କରିଥିଲେ । ସେତେବେଳେ ଭଗବାନ ବିଷ୍ଣୁ ମାତା ସତୀଙ୍କୁ ଛୁଇଁ ତାହାକୁ ଭସ୍ମ କରି ଦେଇଥିଲେ । ଯାହାପରେ ଭଗବାନ ଶିବ ଏହି ଭସ୍ମକୁ ନିଜ ଶରୀରରେ ଲଗାଇ ଦେଲେ । କିନ୍ତୁ ପୁରାଣରେ ମାତା ସତୀଙ୍କ ଶରୀର ଭସ୍ମ ହେବା ଛଡ଼ା ଏହି କଥାର ମଧ୍ୟ ବିବରଣୀ ମିଳିଥାଏ କି, ମାତା ସତୀଙ୍କ ଶରୀରକୁ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ଯାହା ଭିନ୍ନ ଭିନ୍ନ ସ୍ଥାନରେ ପଡିଥିଲା ଓ ଯେଉଁ ଜାଗାରେ ତାହା ପଡିଲା, ସେଠାରେ ମାତାଙ୍କ ଶକ୍ତିପୀଠର ସ୍ଥାପନ ହୋଇଥିଲା ।

ଭସ୍ମ ଲଗାଇବାର ଯୋଡିତ ଅନ୍ୟଏକ ମାନ୍ୟତା –

ମାନ୍ୟତା ଅନୁସାରେ ଭଗବାନ ଶିବ, କୈଳାସ ପର୍ବତରେ ରୁହନ୍ତି ଓ ସେଠାରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଜ ଶରୀରରେ ଭସ୍ମ ଲଗାଉଥିଲେ । ଯେତେବେଳେ କି ଏହା ମଧ୍ୟ କୁହାଯାଏ କି, ଭଗବାନ ଶିବ ଭସ୍ମ ଜରିଆରେ ମନୁଷ୍ୟକୁ ଏହା କୁହନ୍ତି କି ଜୀବନର ଅନ୍ତରେ ସମସ୍ତେ ଭସ୍ମ ହୋଇଯାନ୍ତି ଓ ଜୀବନର କୌଣସି କୋଣ ଶେଷ ରହି ନଥାଏ ।