ସଂସଦ ଭବନରେ ଓଲଟା ପଙ୍ଖା କଣ ପାଇଁ ଲାଗିଥାଏ ଜାଣନ୍ତୁ ଏହାର କାରଣ ।

Spread the love

ପଙ୍ଖାର ବ୍ୟବହାର ଆମେ ସମସ୍ତେ ଘର, ସ୍କୁଲ, ଅଫିସରେ କରିଥାଉ । କାରଣ ପ୍ରଖର ଗ୍ରୀଷ୍ମରୁ ମୁକ୍ତି ପାଇବା ପାଇଁ ଯେଉଁ ସ୍ଥାନରେ ଆମେ ବସି ଥାଉ, ସେଠାରେ ଶୀତଳତା ଅନୁଭୂତ ଦେଇଥାଏ ଫଙ୍ଖା । ପଙ୍ଖାର ବ୍ୟବହାର ବହୁ ପୁରାତନ ଯୁଗରୁ ହୋଇ ଆସୁଅଛି । ଆଜିକାଲି କୁଲର୍, ଏସି ଆସିଯିବା କାରଣରୁ ଏହାର ବ୍ୟବହାର କମ ହୋଇ ଗଲାଣି କିନ୍ତୁ ମଧ୍ୟବିତ୍ତ ପରିବାର ଏବଂ ଅନ୍ୟ କେତେକ ସ୍ଥାନରେ ପଙ୍ଖା ଆଜି ମଧ୍ୟ ଲାଗିଥାଏ ଏବଂ ପଙ୍ଖାର ବ୍ୟବହାର ମଧ୍ୟ ହୋଇଥାଏ । ସାଧାରଣ ସ୍ଥାନ ଗୁଡିକ ପରି ଭାରତର ସଂସଦରେ ପଙ୍ଖାର ବ୍ୟବହାର ହୋଇଥାଏ କିନ୍ତୁ ଏଠାରେ ଏକ ଭିନ୍ନ ଧରଣର ଘଟଣା ଅଛି ଏବଂ ତାହା ହେଉଛି ଏଠାରେ ପଙ୍ଖା ସାଧାରଣ ରୂପେ ନୁହେଁ ଓଲଟା ଲଗାଯାଇ ଥାଏ । ସଂସଦ ଭବନରେ ଓଲଟା ପଙ୍ଖା କଣ ପାଇଁ ଲାଗିଥାଏ, ଏହା ପଛରେ ମଧ୍ୟ କିଛି କାରଣ ରହିଛି । ଯାହା ପ୍ରତି ଭାରତୀୟଙ୍କୁ ଜାଣିବା ଆବଶ୍ୟକ ଅଟେ ।

ସଂସଦ ଭବନରେ କଣ ପାଇଁ ଓଲଟା ପଙ୍ଖା ଲାଗିଥାଏ ?

ଯଦି ଆପଣ ଭାରତୀୟ ସଂସଦ ଭବନର ଭିତର ପଟର ଚିତ୍ର କିମ୍ବା ଭିଡ଼ିଓ ଦେଖିଥିବେ, ଏଠାରେ ପଙ୍ଖା ଗୁଡିକ ଛାତରେ ଲାଗି ନ ଥାଏ । ଏଠାରେ ପଙ୍ଖା ଗୁଡିକ ଘମ୍ବ ଭଳି ଓଲଟା ଲଗା ଯାଇଥାଏ । ଏହିଭଳି କରିବାର କୌଣସି କାରଣ ନିଶ୍ଚିୟ ରହିପାରେ । ବର୍ତ୍ତମାନ ଆପଣ ଏହି କଥା ଉପରେ ଚିନ୍ତା କରିବେ, ଆମେ ଏହି ଦୃଶ୍ୟ ଦେଖିଛୁ ନିଶ୍ଚୟ କିନ୍ତୁ ଏହି ବିଷୟରେ କଦାପି ଚିନ୍ତା କରି ନାହୁଁ କଣ ପାଇଁ ଏହିପରି ଓଲଟା ପଙ୍ଖା ସଂସଦରେ ଲଗାଯାଇଥାଏ । ଏହାର ମୁଖ୍ୟ କାରଣ ହେଉଛି ସଂସଦର ଗମ୍ବୁଜ ଗୁଡିକ ବହୁତ ଉଚ୍ଚ ଅଟେ ଏବଂ ସଂସଦର ସେଣ୍ଟ୍ରାଲ ହଲର ଗମ୍ବୁଜ ସଂସଦର ମୁଖ୍ୟ ପଏଣ୍ଟ ଅଟେ । ଯେତେବେଳେ ପଙ୍ଖା ଲଗାଇବାର ସମୟ ଆସିଥିଲା ସେହି ସମୟରେ ଛାତ ବହୁତ ଉଚ୍ଚା ଥିଲା, ଯାହାଫଳରେ ସିଲିଙ୍ଗ ପଙ୍ଖା ଲଗାଇବା ସମ୍ଭବ ହୋଇନଥିଲା ପରେ ଲମ୍ବା ବାଉଁଶ ସହାୟତାରେ ପଙ୍ଖା ଲଗାଇବା ପାଇଁ ପ୍ରସ୍ତାବ ମିଳିଲା କିନ୍ତୁ ଏହି ପ୍ରସ୍ତାବ ସ୍ୱୀକୃତ ହୋଇନଥିଲା । ଏହି କାରଣରୁ ପଙ୍ଖାକୁ ଓଲଟା ଲଗା ଯାଇଥିଲା । ଏହିଭଳି କରିବା ଦ୍ୱାରା ସଂସଦ ଭବନର କୋଣ ଅନୁକୋଣରେ ପବନ ଠିକ ରୂପେ ପହଞ୍ଚି ପାରୁଛି ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଵସ୍ଥି ମିଳି ପାରୁଛି ।

ପରେ ସଂସଦରେ ଏସି ଲଗାଇବା ପାଇଁ ପ୍ରସ୍ତାବ ଆସିଥିଲା କିନ୍ତୁ ସଂସଦର ପଙ୍ଖା ଗୁଡିକୁ ଐତିହାସିକର ମାନ୍ୟତା ଦେଇଥାଏ, ତେଣୁ ସଂସଦରେ ଏସି ପ୍ରତିବଦଳରେ ପଙ୍ଖା ହିଁ ରହିଛି । ଏହି ଐତିହାସିକ ଘଟଣାକୁ ବଜାୟ ରଖିବା ପାଇଁ ସଂସଦ ଭବନରେ ଆଜି ମଧ୍ୟ ଓଲଟା ପଙ୍ଖା ଲାଗିଛି ଏବଂ ଏହା ଭାରତୀୟ ସଂସଦର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ ।