ଜାଣନ୍ତୁ କେଉଁ କାରଣ ପାଇଁ ଆପଣଙ୍କ ଫୋନରେ ଫ୍ଲାଇଟମୋଡ଼ ର ଅପ୍-ସନ୍ ରହିଥାଏ । କାରଣ ଜାଣି ସାରିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଆଜିର ଦୁନିଆରେ ସମସ୍ତେ ଏପରି କି ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ସ୍ମାର୍ଟ ଫୋନ ବ୍ୟବହାର ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅତ୍ୟାବଶ୍ୟକ ଜିନିଷ ହୋଇଯାଇଛି । କିନ୍ତୁ ସ୍ମାର୍ଟ ଫୋନ୍ ରେ ଏହିପରି କେତେକ option ରହିଛି, ଯାହାକି ପ୍ରାୟତଃ ଲୋକେ ଜାଣି ନାହାନ୍ତି । ଆଜିର ଏହି ଅନୁଛେଦରେ ଫୋନରେ ଫ୍ଲାଇଟମୋଡ଼ Option ବିଷୟରେ ଆଲୋଚନା କରିବା ।

ଆପଣ ନିଜ ଫୋନରେ ଫ୍ଲାଇଟମୋଡ଼ Option ରହି ଥିବାର ଦେଖି ଥିବେ । ଏହା ଦେଖିବା ପରେ ଆପଣ ବହୁବାର ଚିନ୍ତା କରିଥିବେ ଏହି ଅପସନ ଫୋନରେ କଣ ପାଇଁ ଦିଆ ଯାଇଥାଏ ।ଯଦି ଆପଣ ଜାଣି ନାହାଁନ୍ତି ତାହେଲେ କହିବା ପାଇଁ ଚାହୁଁଚୁ ଏହାର ସିଧା ସମ୍ପର୍କ ଫ୍ଲାଇଟ ମାନେ ବିମାନ ସହ ରହିଛି ।

ଆପଣଙ୍କୁ କହିବା ପାଇଁ ଚାହୁଁଚଛୁ, ପ୍ରତିଟି ଫୋନରେ ଫ୍ଲାଇଟମୋଡ଼ ରହିଥାଏ କାରଣ ଫୋନରେ ଏକ ବିଦ୍ୟୁତ ଚୁମ୍ବକ ରହିଥାଏ ଯାହା ଫୋନକୁ ଆସୁଥିବା ବୈଦ୍ୟୁତିକ ସଂକେତ ବିମାନର ସଂକେତକୁ ମଧ୍ୟ ଅବରୋଧ କରି ଦେଇଥାଏ । ଏଇଥିପାଇଁ ଫୋନକୁ ଫ୍ଲାଇଟମୋଡ଼ରେ ରଖାଯାଇ ଥାଏ । କାରଣ ଫୋନର ବୈଦ୍ୟୁତିକ ସଂକେତ ବିମାନର ବୈଦ୍ୟୁତିକ ସଂକେତ ସହ ଯେପରି ନ ମିଶେ ।

ମୋବାଇଲ ଫୋନକୁ ଫ୍ଲାଇଟମୋଡରେ ରଖିବାର କାରଣ :

ଆପଣଙ୍କ ଫୋନକୁ ଫ୍ଲାଇଟମୋଡ଼ରେ ଏଥିପାଇଁ ରଖାଯାଇ ଥାଏ, ଯାହାଫଳରେ ଆପଣଙ୍କ ଫୋନ ବିମାନର ସମସ୍ତ ଅପରେସନ୍ କୁ ଅବରୋଧ ନ କରିବା ।

ଯେତେବେଳେ ଫୋନକୁ ଫ୍ଲାଇଟମୋଡରେ ରଖା ଯାଇଥାଏ, ସେହି ସମୟରେ ଆପଣଙ୍କ ଫୋନର ସମସ୍ତ ଡାଟା ସର୍ଭିସ ଯେପରି Wifi, ଜିଏସ୍.ମ୍, ବ୍ଲୁଟୁଥ୍ ଆଦି ଡିସାବେଲ୍ ହୋଇଯାଇ ଥାଏ ।

ଯଦି ଆପଣଙ୍କ ଫୋନ ଫ୍ଲାଇଟମୋଡ଼ରେ ନାହିଁ, ତେବେ ସଂକେତ ଫ୍ଲାଇଟର ସେନ୍ସଟିଭ ଇଲେଟ୍ରୋନିକ ଡିଭାଇସେସ୍ ର ସଂକେତକୁ ଅବରୋଧ କରିପାରେ ।

ବିମାନର ଅବତରଣ ଓ ଉଡାଣ ହେବା ଅତି ସମ୍ବେଦନଶୀଳ କାର୍ଯ୍ୟ ଅଟେ, ଯାହା ଅତି ସତର୍କତା ଓ ସାବଧାନତାର ସହ କରିବା ଉଚିତ୍ ଅଟେ ।