ସର୍ବଦା କଣ ପାଇଁ ଟୋପି ପିନ୍ଧି ରୁହନ୍ତି ଶିଖର ଧବନଙ୍କ ପତ୍ନୀ ? କାରଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଶିଖର ଧବନ ଭାରତୀୟ କ୍ରିକେଟର ଜଣେ ଜଣାଶୁଣା ଖେଳାଳି ଅଟନ୍ତି । ନିଜର ଧୂଆଁଧାର ବ୍ୟାଟିଂ ମାଧ୍ୟମରେ ସେ ଭାରତକୁ ଅନେକ ବିଜୟର ଭେଟି ଦେଇ ସାରିଛନ୍ତି ।କିନ୍ତୁ ଆଜିର ଏହି ଲେଖାରେ ଆମେ ଶିଖରଙ୍କ ବିଷୟରେ ନୁହେଁ ଶିଖରଙ୍କ ପତ୍ନୀଙ୍କ ବିଷୟରେ କହିବୁ । ଶିଖର ୩୦ ଅକ୍ଟୋବର ୨୦୧୨ରେ ଆୟସା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଆୟସା ଶିଖରଙ୍କ ଠାରୁ ବୟସରେ ୭ ବର୍ଷ ବଡ଼ ଅଟନ୍ତି । ବିବାହ ପୂର୍ବରୁ ହିଁ ଆୟସାଙ୍କ ଦୁଇଟି ସନ୍ତାନ ଥିଲେ । ଶିଖରଙ୍କ ସହ ଆୟସଙ୍କ ଦ୍ୱିତୀୟ ବିବାହ ଅଟେ ।

ଆୟସା ପ୍ରାୟତଃ ମ୍ୟାଚ୍ ରେ ଉପସ୍ଥିତ ରହିଥାନ୍ତି । ଆପଣ ଦେଖିଥିବେ ସେ ସର୍ବଦା ମୁଣ୍ଡରେ କ୍ୟାପି ପିନ୍ଧିଥାନ୍ତି । ଆନ୍ତର୍ଜାତିକ ମ୍ୟାଚ ହେଉ କିମ୍ବା ଆଇପିଏଲ୍ ସବୁଠି ସେ ମୁଣ୍ଡରେ କ୍ୟାପ୍ ପିନ୍ଧିଥାନ୍ତି । ଯେତେବେଳେ ଏହି ବିଷୟରେ ଆୟସଙ୍କୁ ପ୍ରଶ୍ନ କରାଯାଇଥିଲା ସେ ଏକ ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଇଥିଲେ ।

ଏହି କାରଣ ପାଇଁ ମୁଣ୍ଡରେ ଆୟସା କ୍ୟାପ୍ ପିନ୍ଧନ୍ତି :

ଯେତେବେଳେ ଏହି ବିଷୟରେ ଆୟସଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଏକ ଆଶ୍ଚର୍ଯ୍ୟ ଜନକ ଉତ୍ତର ଦେଇଥିଲେ, ସେ କହିଥିଲେ, ଯେତେବେଳେ ଲୋକେ ମୋତେ ଏହି ପ୍ରଶ୍ନ ପଚାରନ୍ତି ମୁଁ ସମୟ ନଷ୍ଟ ନ କରି କୌଣସି କଥା ଚିନ୍ତା ନ କରି ଉତ୍ତର ଦେଇଥାଏ । ମୋତେ ଫିଟ ରହିବା ପସନ୍ଦ ଅଟେ ଏଥିପାଇଁ ଫିଟ୍ ରହିବା ପାଇଁ ଚେଷ୍ଟା କରିଥାଏ । ଏହା ପରେ ମୁଁ ମୋ ପରିବାରକୁ ସମୟ ଦେଇଥାଏ, ପରିବାରର ଯତ୍ନ ନେଇଥାଏ । ମୋତେ ଘରେ ଖାଇବା ତିଆରି କରିବା, ପିଲାଙ୍କ ଯତ୍ନ ନେବା, ଘରର ସଫା ସୁତୁରା କରିବା, ପିଲାଙ୍କୁ ସ୍କୁଲ ଛାଡିବା, ବ୍ୟବସାୟ କରିବା, ପିଲାଙ୍କ ସହ ଖେଳିବା, ୟୁଟୁବରେ ଭିଡ଼ିଓ ତିଆରି କରିବା କାମ ସବୁ ଥାଏ । ମୁଁ ମୋ କେଶକୁ ସମ୍ଭାଳିବା ପାଇଁ ସମୟ ଦେବା ପାଇଁ ଚାହେଁ ନାହିଁ । ମୁଁ ସେହି କାମ କରେ ଯାହା ଜୀବନରେ ମହତ୍ତ୍ୱପୂର୍ଣ୍ଣ ଅଟେ । ତେଣୁ ମୁଁ ସର୍ବଦା ମୁଣ୍ଡରେ କ୍ୟାପ ପିନ୍ଧିଥାଏ ।”

ଫେସବୁକ୍ ମାଧ୍ୟମରେ ସାକ୍ଷାତ ହୋଇଥିଲା :

ପ୍ରଥମରୁ ଶିଖର ଏବଂ ଆୟସା ଦୁହିଁଙ୍କୁ ଜାଣି ନ ଥିଲେ । ସୋସିଆଲ ମିଡ଼ିଆ ଫେସବୁକ୍ ମାଧ୍ୟମରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ଦୁହିଁଙ୍କ ମିଚ୍ୟୁଆଲ ବନ୍ଧୁ ହରଭଜନ ସିଂ ଅଟନ୍ତି । ଧୀରେ ଧୀରେ ଶିଖର ଏବଂ ଆୟସଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା । ଯେତେବେଳେ ଆୟସା ଶିଖରଙ୍କ କହିଥିଲେ, “ମୋର ଛାଡପତ୍ର ହୋଇଛି ଏବଂ ମୁଁ ଦୁଇ ଛୁଆଙ୍କ ମାଆ ଅଟେ ।” ଏହି କଥା ଶୁଣି ଶିଖର ହସିଥିଲେ ଏବଂ କହିଲେ ଏଥିରେ କୌଣସି ଅସୁବିଧା ନାହିଁ । ପରେ ଦୁହେଁ ୨୦୧୨ରେ ବିବାହ କରି ନେଇଥିଲେ । ଆୟସଙ୍କ ଦୁଇ ପିଲାଙ୍କୁ ଶିଖର ଆପଣାଇ ନେଇଛନ୍ତି ଏବଂ ବର୍ତ୍ତମାନ ଏକ ସୁଖୀ ପରିବାରର ଜୀବନ ବିତାଉଛନ୍ତି ।