କାହିଁକି ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ଲାଗି ନ ଥାଏ ? କାରଣ ବହୁତ ମଜାଦାର ଅଟେ । ଆସନ୍ତୁ ଜାଣିବା…

Spread the love

ନିକଟରେ ମୋଦି ସରକାର ମନ୍ତ୍ରୀମାନଙ୍କ ଗାଡିରୁ ନାଲି ବତୀ ହଟାଇ ଦେଇଛନ୍ତି । ତାଙ୍କର ଏହି ପଦକ୍ଷେପ VVIP ପ୍ରଥାକୁ ଶେଷ କରିବା ପାଇଁ ଥିଲା । ଏହା ସ୍ୱତେ ଦେଶରେ VVIP ପ୍ରଥା କେତେ ପରିମାଣରେ ଶେଷ ହୋଇଛି ଆମେ ସମସ୍ତେ ଜାଣିଛେ । ଭାରତରେ ସାଧାରଣ ଜନତାଙ୍କ ପାଇଁ ନିୟମ ଭିନ୍ନ ଅଟେ ଏବଂ ମାନନୀୟ ଲୋକଙ୍କ ପାଇଁ ନିୟମରେ ପରିବର୍ତ୍ତନ ହୋଇଥାଏ । ଯେପରିକି ଭାରତର ରାଷ୍ଟ୍ରପତିଙ୍କ କାରରେ ନମ୍ବର ପ୍ଲେଟ ନଥାଏ । ବର୍ତ୍ତମାନ ଆପଣଙ୍କ ମୁଣ୍ଡରେ ଏହି କଥା ଚାଲୁଥିବ ଯେ, ଭାରତରେ ପ୍ରତି ବ୍ୟକ୍ତିକୁ ନିଜ ଗାଡ଼ିରେ ନମ୍ବର ପ୍ଲେଟ ଲଗାଇବା ପାଇଁ ପଡିଥାଏ କିନ୍ତୁ ରାଷ୍ଟ୍ରପତିଙ୍କ ଗାଡ଼ିରେ ଏହି ବ୍ୟତିକ୍ରମ କଣ ପାଇଁ ? ରାଷ୍ଟ୍ରପତିଙ୍କ ପାଇଁ ଭିନ୍ନ ନିୟମ କଣ ପାଇଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନ ହେବା ପଛରେ ଏକ ବଡ଼ କାରଣ ରହିଛି ଏବଂ ଆମେ ଆଶା କରୁଛୁ କାରଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କଣ ଅଟେ ନମ୍ବର ପ୍ଲେଟର ନିୟମ :

ବିନା ରେଜିଷ୍ଟ୍ରେସନର ଗାଡି ଧରି ବୁଲିଲେ ପୋଲିସ ଗାଡିକୁ ନିଜ ଅଧୀନକୁ ନେଇ ଯାଇଥାଏ ଏବଂ ଆପଣଙ୍କ ନାମରେ ଚାଲାଣ କାଟି ଦେଇଥାଏ । କିନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ଏହି ନିୟମରେ କିଛି ପରିବର୍ତ୍ତନ ଅଟେ । କହିବା ପାଇଁ ଚାହୁଁଛୁ; ଦେଶର ରାଷ୍ଟ୍ରପତିଙ୍କ ପାଖରେ ଏହିପରି ବିନା ନମ୍ବର ପ୍ଲେଟ ଥିବା ୧୪ଟି ଗାଡି ରହିଛି । ଆସନ୍ତୁ ଜାଣିବେ କଣ ପାଇଁ ସାଧାରଣ ଏବଂ ରାଷ୍ଟ୍ରପତିଙ୍କ ଗାଡି ମଧ୍ୟରେ ଏହି ନିୟମରେ ଭେଦଭାବ ରହିଛି ।

ଆପଣ ମାନେ ଜାଣିଛନ୍ତି; କୌଣସି ମଧ୍ୟ ଗାଡି ଚଳାଇବା ପାଇଁ ସାର୍ଟିଫିକେଟ ଅଫ୍ ରେଜିଷ୍ଟ୍ରେସନ ଆବଶ୍ୟକ ହୋଇଥାଏ । ଏହି ସାର୍ଟିଫିକେଟ ସରକାରଙ୍କ ତରଫରୁ ଜାରି କରାଯାଇଥାଏ । ଯାହାକୁ RC ବୋଲି ସମସ୍ତେ ଜାଣନ୍ତି । ଏହି ରେଜିଷ୍ଟ୍ରେସନ ନମ୍ବର ଆପଣଙ୍କ ଗାଡିରେ ମଧ୍ୟ ଲେଖା ହୋଇଥାଏ । ରେଜିଷ୍ଟ୍ରେସନ ନମ୍ବର ଦିଲ୍ଲୀରେ DL,ଉତ୍ତରାଖଣ୍ଡରେ UK, ଚଣ୍ଡୀଗଡ଼ରେ CH, ପଞ୍ଜାବରେ PB ରୂପେ ଆରମ୍ଭ ହୋଇଥାଏ । କୌଣସି ମଧ୍ୟ ଗାଡିର ରେଜିଷ୍ଟ୍ରେସନ ୧୫ ବର୍ଷ ପର୍ଯ୍ୟନ୍ତ ଭାଲିଡ଼ିଟି ହୋଇଥାଏ । ରେଜିଷ୍ଟ୍ରାସନ ହେଲା ପରେ ହିଁ କୌଣସି ଗାଡି ସଡ଼କ ଉପରେ ଚାଲିଥାଏ । ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଇଲେ ଆପଣଙ୍କୁ ଜୋରିମାନା ଦେବା ପାଇଁ ପଡିଥାଏ ।

ଏହି କାରଣରୁ ନମ୍ବର ପ୍ଲେଟ ନଥାଏ :

କହିବା ପାଇଁ ଚାହୁଁଛୁ; ବ୍ୟକ୍ତି ନୂଆ ଗାଡି ନେଲେ ରେଜିଷ୍ଟ୍ରେସନ ନମ୍ବର ମିଳିବା ପୂର୍ବରୁ ବ୍ୟକ୍ତିକୁ ଟେମ୍ପରାରୀ ରେଜିଷ୍ଟ୍ରେସନ ନମ୍ବର ଦିଆଯାଇଥାଏ । ନୂଆଁ ନମ୍ବର ମିଳିବା ପର୍ଯ୍ୟନ୍ତ ସେ ଏହି ଟେମ୍ପରାରୀ ନମ୍ବରର ବ୍ୟବହାର କରି ନିଜ ଗାଡି ଆରାମରେ ଚଳାଇ ପାରେ । କହିବା ପାଇଁ ଚାହୁଁଛୁ; ଆପଣ ଭାରତର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଗାଡି କିଣିଲେ ଆପଣଙ୍କୁ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ କରାଇବା ନିହାତି ଆବଶ୍ୟକ ଅଟେ । କିନ୍ତୁ ଆପଣ ଯେଉଁ ରାଜ୍ୟରେ ଗାଡି କିଣିଛନ୍ତି; ତାକୁ ଛାଡି ଅନ୍ୟ ରାଜ୍ୟରେ ଆପଣ ୧୨ ମାସରୁ ଅଧିକ ନିଜ ଗାଡି ଚଳାଉଛନ୍ତି; ତେବେ ଆପଣଙ୍କୁ ସେହି ରାଜ୍ୟରେ ପୁଣିଥରେ ନିଜ ଗାଡିର ରେଜିଷ୍ଟ୍ରେସନ କରାଇବା ପାଇଁ ପଡିବ । ବ୍ରିଟିଶ ସିଷ୍ଟମ ଅନୁସାରେ ଏକ ରାଜା କଦାପି ଭୁଲ କରିପାରେ ନାହିଁ ଏହି କାରଣରୁ ରାଷ୍ଟ୍ରପତି ଏବଂ ଅନ୍ୟ ମାନନୀୟଙ୍କ ଗାଡିରେ ରେଜିଷ୍ଟ୍ରେସନ ନମ୍ବର ନ ଥାଏ ।ଏହି କାରଣରୁ ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ । ବ୍ରିଟିଶ ସିଷ୍ଟମ ମାନୁଥିବା କାରଣରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ସହିତ VVIPଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ ।