କଣ ଆପଣ ଜାଣିଛନ୍ତି, ମଶାଣିରୁ ଆସିବା ପରେ କଣ ପାଇଁ ସ୍ନାନ କରିନ୍ତି ? ଜଣାନ୍ତୁ ଏହାର ବୈଜ୍ଞାନିକ ଏବଂ ଧାର୍ମିକ କାରଣ ।

Spread the love

ଆପଣ ଜାଣିଥିବେ ପୃଥିବୀରେ ଯେଉଁମାନେ ଜନ୍ମ ନେଇଥାନ୍ତି, ସେମାନଙ୍କୁ ଦିନେ ନା ଦିନେ ଯିବା ପାଇଁ ପଡିଥାଏ । ପ୍ରତି ବ୍ୟକ୍ତି ଦିନେ ନା ଦିନେ ମୃତ୍ୟୁବରଣ କରିଥାନ୍ତି । ଆପଣ ଦେଖିଥିବେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ସେହି ବ୍ୟକ୍ତିର ଶବକୁ ଘର ଠାରୁ ମଶାଣି ପର୍ଯ୍ୟନ୍ତ ନିଆଯାଇଥାଏ । ଶବ ଯାତ୍ରା ସମୟରେ ଅନେକ ଲୋକ ଏକାଠି ହୋଇଥାନ୍ତି । କୌଣସି ବ୍ୟକ୍ତିର ଶବକୁ କାନ୍ଧ ଦେବା ଏବଂ ତାର ଶବ ଯାତ୍ରାରେ ଯିବା ଧର୍ମିକ ମାନ୍ୟତା ଅନୁସାରେ ପବିତ୍ର ବୋଲି କୁହାଯାଏ । ସେହି ସମୟରେ ମନୁଷ୍ୟକୁ ଜୀବନର ସତ୍ୟତା ଜଣା ପଡିଥାଏ ।

ଶବ ଯାତ୍ରାରେ ଭାଗ ନେଇଥିବା ପ୍ରତି ବ୍ୟକ୍ତି ସ୍ନାନ କରିଥାନ୍ତି :

ଯେଉଁ ବ୍ୟକ୍ତିମାନେ ଏହି ଶବ ଯାତ୍ରାରେ ସାମିଲ ହୋଇଥାନ୍ତି, ସେମାନେ ସ୍ନାନ ନିଶ୍ଚିନ୍ତ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହାର କାରଣ ଜାଣି ନ ଥାନ୍ତି ଯେ, ମଶାଣୀରୁ ଆସିବା ପରେ ସ୍ନାନ କଣ ପାଇଁ କରାଯାଏ । ଆସନ୍ତୁ ଜାଣିବେ ଅନ୍ତିମ ସଂସ୍କାର ପରେ କଣ ପାଇଁ ସ୍ନାନ କରାଯାଇଥାଏ ।

ଅନ୍ତିମ ସଂସ୍କାର ପରେ ସ୍ନାନ କରିବାର ଧାର୍ମିକ କାରଣ :

ମଶାଣୀରୁ ଆସିବା ପରେ ସ୍ନାନ କରିବାର ଧାର୍ମିକ କାରଣ ହେଉଛି; ମଶାଣି ଏକ ଏପରି ସ୍ଥାନ ଯେଉଁଠି ନକରାତ୍ମକ ଶକ୍ତି ବାସ କରିଥାଏ । ଏହି ନକରାତ୍ମକ ଶକ୍ତି, ଦୁର୍ବଳ ହୃଦୟ ବ୍ୟକ୍ତିଙ୍କୁ ନିଜ ଅଧୀନରେ ଶୀଘ୍ର ବଶୀଭୂତ କରିଦିଅନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଭାବୁକ ହୋଇଥାନ୍ତି ଏବଂ ମାନସିକ ରୂପରେ ଦୁର୍ବଳ ହୋଇଥାନ୍ତି । ଏହି କାରଣରୁ ମହିଳା ମାନଙ୍କୁ ମଶାଣି ଯିବା ପାଇଁ ବାରଣ କରାଯାଇଥାଏ । ମାନ୍ୟତା ରହିଛି ଅନ୍ତିମ ସଂସ୍କାର ପରେ ମଧ୍ୟ ବ୍ୟକ୍ତିର ଆତ୍ମା ସେଠାରେ କିଛି ମୁହୂର୍ତ୍ତ ପାଇଁ ରହିଥାଏ । ଯାହା କୌଣସି ବ୍ୟକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇପାରେ ।

ଅନ୍ତିମ ସଂସ୍କାର ପରେ ସ୍ନାନ କରିବାର ବୈଜ୍ଞାନିକ କାରଣ :

ଅନ୍ତିମ ସଂସ୍କାର ପରେ ସ୍ନାନ କରିବାର ବୈଜ୍ଞାନିକ କାରଣ ହେଉଛି; ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସମୟ ପର୍ଯ୍ୟନ୍ତ ଶବ ବାହାରେ ରହିଥାଏ । ଯାହାଫଳରେ ବାତାବରଣର ସୂକ୍ଷ୍ମ ଏବଂ ସଂକ୍ରମଣ କୀଟାଣୁ ସଂକ୍ରମିତ ହୋଇଯାନ୍ତି । ଏହା ଦ୍ୱାରା ମୃତ ବ୍ୟକ୍ତିର ଶବ ମଧ୍ୟ ସଂକ୍ରମଣ ରୋଗରେ ଗ୍ରାସିତ ହୋଇଥାଏ । ଯେଉଁ ଲୋକେ ସେଠାରେ ଉପସ୍ଥିତ ରହିଥାନ୍ତି, ସେମାନଙ୍କୁ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ । କିନ୍ତୁ ଯେତେବେଳେ ବ୍ୟକ୍ତି ସ୍ନାନ କରିଥାଏ, ସେହି ସମୟରେ ବ୍ୟକ୍ତିର ଶରୀରରୁ ସଂକ୍ରମିତ କୀଟାଣୁ ସଫା ହୋଇଯାନ୍ତି । ଏହି କାରଣରୁ ଅନ୍ତିମ ସଂସ୍କାର ପରେ ସ୍ନାନ କରାଯାଇଥାଏ ।