କଣ ଆପଣ ଜାଣନ୍ତି କି, ମହିଳାମାନେ କାହିଁକି ସ୍ମଶାନ ଘାଟକୁ ଯାଆନ୍ତି ନାହିଁ ? ଏହି ଚାରୋଟି କାରଣ ପାଇଁ… ଆସନ୍ତୁ ଜାଣିବା :

Spread the love

ପ୍ରାଚୀନ ହିନ୍ଦୁ ଶାସ୍ତ୍ରରେ କୌଣସି ସ୍ଥାନରେ ମଧ୍ୟ ଉଲ୍ଲେଖ ନାହିଁ ଯେ, ମହିଳାମାନେ ସ୍ମଶାନକୁ ଯିବା ଉଚିତ ନୁହଁ କିମ୍ବା ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିବା ଉଚିତ ନୁହଁ ।

ପ୍ରାଚୀନ ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କୁ ବହୁତ ସ୍ଵାଧୀନତା ଦିଆଯାଇ ଥିଲା । ପୁରାତନ ଗ୍ରନ୍ଥ ଶାସ୍ତ୍ରଗୁଡିକରେ ଉଲ୍ଲେଖ ନାହିଁ ଯେ, ମହିଳାମାନେ ସ୍ମଶାନକୁ ଯିବା ଉଚିତ ନୁହଁ କିମ୍ବା ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିବା ଉଚିତ ନୁହଁ । ବରଂ ଏହି ଗ୍ରନ୍ଥ ଶାସ୍ତ୍ରରେ ମହିଳାମାନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ତଥା ଦେବୀ ରୂପରେ ସେମାନଙ୍କର ପରିଚୟର ଅଧିକାର ଦିଆଯାଇଛି । ତଥାପି କିଛି ବିଶେଷ କାରଣ ଯୋଗୁଁ ମହିଳାମାନଙ୍କୁ ସ୍ମଶାନ ଯିବା ପାଇଁ ବାରଣ କରାଯାଉଛି । ଜାଣନ୍ତୁ ଏହି ବିଶେଷ କାରଣ କଣ ?

ମହିଳାମାନେ କାହିଁକି ଶ୍ମଶାନଘାଟକୁ ଯାଇନଥାନ୍ତି ?

(୧) କୁହାଯାଏ ଯେ, ମହିଳାମାନଙ୍କ ହୃଦୟ କୋମଳ ହୋଇଥାଏ । ସାମାନ୍ୟ କୌଣସି କଥାରେ ସେମାନେ ଅତି ଶୀଘ୍ର ଭୟ କରିନ୍ତି । ଅନ୍ତିମ ସଂସ୍କାର ସମୟରେ ମୃତ ଶରୀର ଅନେକ ଥର ନିଶଳତା ପୂର୍ବକ ସ୍ଵର କରି ଶବକୁ ଜଳାନ୍ତି, ଏହାଯୋଗୁଁ ମହିଳାମାନଙ୍କୁ ଭୟ ଲାଗିପାରେ । ଏହା ଛଡା ସେଠାରେ ମୃତକର କପାଳ ଭାଙ୍ଗିବାର କ୍ରିୟା କରାଯାଏ, ଯାହା କାହାରିକୁ ମଧ୍ୟ ଭୟଭୀତ କରାଇ ପାରିବ ।

(୨) ସ୍ମଶାନରେ ମୃତକର ଅନ୍ତିମ ସଂସ୍କାର ସମୟରେ ଶୋକର ବାତାବରଣ ଥାଏ । ସେହି ସମୟରେ ଲୋକେ କାନ୍ଦନ୍ତି ଏବଂ ବହୁତ ହୃଦୟବିଦାରକ ଦୃଶ୍ୟ ଥାଏ, ଯାହା ମହିଳାମାନଙ୍କର ଏବଂ ଛୋଟ ଶିଶୁମାନଙ୍କର ମନ ଉପରେ ବହୁତ ଗଭୀର ପ୍ରଭାବ ପଡିଥାଏ । ସେଥିପାଇଁ ମହିଳାମାନଙ୍କୁ ଏବଂ ଛୋଟ ଶିଶୁମାନଙ୍କୁ ସ୍ମଶାନକୁ ଯିବା ପାଇଁ ବାରଣ କରାଯାଇ ଥାଏ ।

(୩) କିଛି ଲୋକଙ୍କ ଅନୁସାରେ ସ୍ମଶାନରେ ଅତୃପ୍ତ ମୃତ ଆତ୍ମାଗୁଡିକ ବୁଲୁଥାନ୍ତି । ଏହି ଆତ୍ମାଗୁଡିକ ଜୀବିତ ପ୍ରାଣୀଙ୍କ ଶରୀରକୁ ଆଧିକାର କରିବା ପାଇଁ ଅବସର ଖୋଜୁଥାନ୍ତ । ସେମାନଙ୍କ ପାଇଁ ଶିଶୁ କିମ୍ବା ରଜଶ୍ଵଳା ସ୍ତ୍ରୀମାନେ ସହଜ ଶିକାର ଅଟନ୍ତି । ସେମାନଙ୍କ ଠାରୁ ବଂଚିବା ପାଇଁ ମହିଳାମାନଙ୍କୁ ଏବଂ ଛୋଟ ଶିଶୁମାନଙ୍କୁ ସ୍ମଶାନକୁ ଯିବା ପାଇଁ ବାରଣ କରାଯାଇଥାଏ ।

(୪) କିଛି ଲୋକଙ୍କ ଅନୁସାରେ କାହାରି ମୃତ୍ୟୁ ପରେ ଘର ଅଶୁଦ୍ଧି ହୋଇ ଯାଇଥାଏ । ସେଥିପାଇଁ ମୃତକର ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇ ଥାଏ ଏବଂ ଘରର ମହିଳାମାନଙ୍କୁ ଏହି ଅଧିକାର ଦିଆଯାଇ ଥାଏ ଯେ, ସେମାନେ ସାର ସଂଗ୍ରହ କରି ଧାର୍ମିକ ସ୍ଵଛତା କରନ୍ତୁ । ଯଦି ମହିଳାମାନେ ସ୍ମଶାନ ଯାଆନ୍ତି; ତେବେ ଏହି ପ୍ରକ୍ରିୟା ହୋଇପାରିବ ନାହିଁ ।

ସୂଚନାଟି କିପରି ଲାଗିଲା ତଳେ Comment କରି ନିଶ୍ଚୟ ଜାଣନ୍ତୁ ଏବଂ ସଙ୍ଗେମାନଙ୍କ ସହ ଶେୟର କରନ୍ତୁ । ଧନ୍ୟବାଦ !