ମନ୍ଦିରକୁ ପ୍ରବେଶ କରିବା ସମୟରେ କାହିଁକି ଘଣ୍ଟିକୁ ବଜେଇଥାନ୍ତି ? ୯୯ ପ୍ରତିଶତ ଲୋକମାନେ ଏହାର ସତ୍ୟତାକୁ ଜାଣନ୍ତି ନାହିଁ ।

Spread the love

ପ୍ରାଚୀନ କାଳରୁ ମନ୍ଦିର ବାହାରେ ଘଣ୍ଟି ଲଗାଇବା ଆରମ୍ଭ ହୋଇଯାଇଛି ।

ଆମ ହିନ୍ଦୁ ଧର୍ମରେ ଦେବା-ଦେବୀ, ପୂଜା-ପାଠ, ମନ୍ଦିର ଆଦିର ବହୁତ ମହତ୍ତ୍ୱ ଅଛି । ଆପଣ ନିଶ୍ଚୟ ଦେଖିଥିବେ ମନ୍ଦିରକୁ ଯାଉଥିବା ପ୍ରତ୍ୟେକ ଲୋକମାନେ ପ୍ରଥମେ ଘଣ୍ଟି ବଜାଇ ଯାଇଥାନ୍ତି । ଅଧିକାଂଶ ମନ୍ଦିରରେ ଏହି ଘଣ୍ଟିଗୁଡିକ ମନ୍ଦିରର ପ୍ରବେଶ ଦ୍ୱାର ପାଖରେ ଥାଏ ଓ କେତେକ ମନ୍ଦିର ଭିତରକୁ ଗଲେ ଘଣ୍ଟି ଦେଖା ଯାଇଥାଏ । ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିବା ଆଗରୁ ପ୍ରଥମେ ଘଣ୍ଟି ବଜାଇଥାନ୍ତି ଓ ଦର୍ଶନ କରି ଫେରିବା ସମୟରେ ମଧ୍ୟ ଘଣ୍ଟି ବଜାଇ ଆସିଥାନ୍ତି । ଆପଣ ମଧ୍ୟ ନିଶ୍ଚିତ ରୁପେ ଘଣ୍ଟି ବଜାଇଥିବେ । କିନ୍ତୁ ଆପଣ କେବେ ଏହି ବିଷୟରେ ଜାଣିଥିଲେ କି, ମନ୍ଦିରରେ ଘଣ୍ଟି କାହିଁକି ଲଗାଯାଏ ? ଏଥିରେ କୌଣସି ବୈଜ୍ଞାନିକ କାରଣ ଅଛି ନା କେବଳ ଧାର୍ମିକ କାରଣ ଯୋଗୁଁ ଲଗାଯାଇଛି । ତେବେ ଆସନ୍ତୁ ଏହାର ସତ୍ୟର ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

କୁହାଯାଏ କି, ମନ୍ଦିରରେ ପ୍ରବେଶ କରିବା ବେଳେ ଘଣ୍ଟି ବଜାଇବା ପରେ ହିଁ ଦର୍ଶନ କରିଥାନ୍ତି । ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଅଛି ନା ଧାର୍ମିକ କାରଣ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସମ୍ପୁର୍ଣ ରୂପେ କହିବାକୁ ଯାଉଛୁ । ମନ୍ଦିରରେ ଘଣ୍ଟି ଲଗେଇବାର ଏଭଳି ମାନ୍ୟତା ଅଛି କି, ଯେଉଁ ସ୍ଥାନରୁ ମନ୍ଦିରରୁ ନିୟମିତ ରୂପରେ ଘଣ୍ଟିର ଶବ୍ଦ ଆସିଥାଏ, ସେଠାରେ ବାତାବରଣ ସବୁବେଳେ ସୁଖ ଓ ପବିତ୍ର ହୋଇ ରହିଥାଏ ।

କେବଳ ଏତିକି ହିଁ ନୁହଁ ମନ୍ଦିରରେ ଘଣ୍ଟି ଲଗେଇବା ଯୋଗୁଁ ସେଠାରେ ନଜରାତ୍ମକ ଶକ୍ତି ଓ ଖରାପ ଶକ୍ତି ଗୁଡ଼ିକ ନିଷ୍କ୍ରିୟ ହୋଇ ରହିଥାଏ । ଏଭଳି ମଧ୍ୟ କୁହାଯାଇ ଥାଏ କି, ମନ୍ଦିରରେ ଘଣ୍ଟି ବାଜିବା ଦ୍ଵାରା ଭଗବାନଙ୍କ ମୂର୍ତ୍ତିମାନଙ୍କରେ ଚେତନା ଜାଗୃତ ହୋଇଥାଏ ଓ ତାହାପରେ ଭଗବାନଙ୍କ ପୂଜା ଓ ଆରାଧନା ଅଧିକ ଫଳପ୍ରଦ ଓ ପ୍ରଭାବଶାଳୀ ହୋଇଥାଏ । ପୁରାଣରେ କୁହାଯାଇଛି କି, ମନ୍ଦିରରେ ଘଣ୍ଟି ବଜେଇବା ଦ୍ୱାରା ମଣିଷ କରିଥିବା ପାପ ଗୁଡ଼ିକ ନଷ୍ଟ ହୋଇଯାଇ ଥାଏ । ଏହା ସହ ମନ୍ଦିରରେ ଲାଗିଥିବା ଘଣ୍ଟି କାଳର ପ୍ରତୀକ ମଧ୍ୟ କୁହାଯାଇ ଥାଏ । ଏଭଳି କୁହାଯାଇଛି କି, ଯେତେବେଳେ ପୃଥିବୀରେ ପ୍ରଳୟ ଆସିବ, ସେହି ସମୟରେ ମଧ୍ୟ ଘଣ୍ଟି ବଜେଇବା ଭଳି ଶବ୍ଦର ବାତାବରଣ ଦେଖିବାକୁ ମିଳିବ ।

ଏହାର ବୈଜ୍ଞାନିକ କାରଣ କଣ ଅଟେ –

ଘଣ୍ଟି ଅନେକ ପ୍ରକାରର ହୋଇଥାଏ…. କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିବାକୁ ଗଲେ ମୁଖ୍ୟ ରୂପରେ ୪ଟି ପ୍ରକାରର । ସେଗୁଡିକ ହେଲା – ଗରୁଡ଼ ଘଣ୍ଟି, ଦ୍ୱାର ଘଣ୍ଟି, ହାତ ଘଣ୍ଟି ଓ ଘଣ୍ଟା । ମନ୍ଦିରରେ ଲଗାଯାଇଥିବା ଘଣ୍ଟି, ରୂପା, ପିତ୍ତଳ ଓ ପଞ୍ଚତତ୍ୱକୁ ମିଶେଇ ଘଣ୍ଟି ତିଆରି କରାଯାଇଥାଏ । ବୈଜ୍ଞାନିକଙ୍କ ଦୃଷ୍ଟିରେ ମନ୍ଦିରରେ ଘଣ୍ଟି ବଜେଇବା ଦ୍ୱାରା ସେହି ଘଣ୍ଟିର କମ୍ପନରେ ଯେଉଁ ଧ୍ୱନି ସୃଷ୍ଟି ହୋଇଥାଏ, ତାହା ଦ୍ୱାରା ସେହି ବାତାବରଣରେ ଥିବା ଜୀବାଣୁ ଗୁଡ଼ିକ ନଷ୍ଟ ହୋଇଯାଇଥାଏ । କେବଳ ଏତିକି ହିଁ ନୁହଁ, ଏହାଦ୍ୱାରା ଅନେକ ପ୍ରକାରର ନକରାତ୍ମକ ଉର୍ଜା ଦୁରେଇ ଯାଏ ଓ ଏହା ବ୍ୟକ୍ତିର ଶରୀରରେ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଯାହା ଦ୍ୱାରା କି ବ୍ୟକ୍ତିର ବୁଦ୍ଧିର ପ୍ରଖର ହୋଇଥାଏ ।