AAP ଦଳର ଏହି ୪୩ ବର୍ଷୀୟ ନେତା କାହିଁକି ଛାଡ଼ପତ୍ର ଦେଲେ, ସମ୍ମୁଖକୁ ଆସିଲା ଏହି ସତ୍ୟତା ।

Spread the love

ନିଜ ଦକ୍ଷତା ବଳରେ ନେତା ହୋଇଥିବା ଏହି ମହିଳା ନିଜ ସ୍ୱାମୀଙ୍କ ସହ ଠିକ ଭାବରେ ବୁଝାମଣା ନ ହେବା ଦ୍ୱାରା ଏହି କଥାଟି ସାମନାକୁ ଆସିଛି ।

ମଣିଷ ଜୀବନରେ କେତେବେଳେ କଣ ହୁଏ ତାହା ଜାଣି ହୁଏନି, ବେଳେବେଳେ ଏମିତି କିଛି ହୁଏ ଯାହା ଦ୍ୱାରା ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ଆଜି ପର୍ଯ୍ୟନ୍ତ ଆପଣ ଏମିତି କିଛି ନେତାମାନଙ୍କ ବିଷୟରେ ଶୁଣିଥିବେ, ଯିଏ କାହାର ନା କାହାର ଖୋସାମତି କରି କୌଣସି ଭଲ ପଦବୀ ପାଇଥିବେ । କିନ୍ତୁ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି; ଯେଉଁମାନେ ନିଜର କାର୍ଯ୍ୟ, ଦକ୍ଷତା ଓ ପରିଶ୍ରମ ଯୋଗୁଁ ରାଜନୀତିରେ ନିଜର ସ୍ୱତନ୍ତ୍ର ସ୍ଥାନ ଲାଭ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରାଜନୀତିଜ୍ଞ ବିଷୟରେ କହିବୁ କିନ୍ତୁ AAP ଦଳର ଏହି ୪୩ ବର୍ଷୀୟ ନେତାଙ୍କୁ କାହିଁକି ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ, ଏହାର କାରଣ କଣ ହୋଇପାରେ ? ଆସନ୍ତୁ ଜାଣିବା

AAP ଦଳର ଏହି ୪୩ ବର୍ଷୀୟ ନେତାଙ୍କୁ ତାଙ୍କ ସ୍ୱାମୀ କାହିଁକି ଦେଲେ ଛାଡ଼ପତ୍ର :

ଭାରତର ରାଜନୀତିରେ ସେହି ମହିଳାମାନଙ୍କ ସଂଖ୍ୟା କମ ଯେଉଁମାନେ କି ରାଜନୀତିର ଚରମ ସୀମାରେ ପହଞ୍ଚି ପାରିଛନ୍ତି, କିନ୍ତୁ ଅଲକା ଲାମ୍ବା ଜଣେ ଏମିତି ଏକ ନେତା ଯିଏ କି ଦେଶର ରାଜନୀତିରେ ଏକ ଉଚ୍ଚ ପଦ ହାସଲ କରି ଦେଶରେ ନିଜ ନାମକୁ ପରିଚିତ କରିଛନ୍ତି । ଅଲକା ଛାତ୍ରନେତା ରୂପେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ, ସେତେବେଳେ ସିଏ ମାତ୍ର ୧୯ ବର୍ଷ ବୟସର ଥିଲେ । ସେହି ସମୟରେ ସେ କଂଗ୍ରେସର ଛାତ୍ର ସଂଗଠନର NSUIରେ ଦାଖଲ ହୋଇଥିଲେ ଏବଂ ଏହା ପରେ ସେ NSUIର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଥିଲେ । ଛାତ୍ର ସଂଘର ନିର୍ବାଚନ ଲଢ଼ି ସେ ବହୁତ ଭାରୀ ମତରେ ବିଜୟୀ ହୋଇଥିଲେ ଓ ଏହି ନିର୍ବାଚନରେ ଜିତିବା ପରେ ତାଙ୍କର ଆଗମନ କଂଗ୍ରେସରେ ହୋଇଥିଲା ଓ ଅନେକ ସମୟ ପର୍ଯ୍ୟନ୍ତ ସେ କଂଗ୍ରେସରେ ମଧ୍ୟ ବହୁତ ନାମ ଅର୍ଜନ କରିଥିଲେ । ୧୯୭୫ ମସିହାରେ ଦିଲ୍ଲୀରେ ଜନ୍ମ ହୋଇଥିବା ଅଲକା ଲାମ୍ବାଙ୍କ ପଢ଼ା ମଧ୍ୟ ଦିଲ୍ଲୀର ସରକାରୀ ସ୍କୁଲରେ ହିଁ ହୋଇଥିଲା । ଅଲକା ଏହାପରେ ଉଚ୍ଚ ସ୍ତରୀୟ ଶିକ୍ଷା ଦିଲ୍ଲୀ “ବିବି”ର ଦୟାଲ ସିଂ କଲେଜ ଓ ସେଟ ଷ୍ଟିଫନ କଲେଜରେ କରିଥିଲେ । ସେ ଏମଏଡ଼ ଏବଂ ଏମଏସସି ପର୍ଯ୍ୟନ୍ତ ପାଠପଢ଼ା ସମ୍ପୂର୍ଣ୍ଣ କରିଛନ୍ତି ।

ନିଜର ପାଠ ପଢ଼ା ସମ୍ପୂର୍ଣ୍ଣ କରି ଏବଂ ରାଜନୀତିରେ ପାଦ ଦେଲାପରେ ଅଲକା ଲୋକେଶ କପୁର ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରିଥିଲେ ଏବଂ ଦୁଇଜଣଙ୍କ ବିବାହିତ ଜୀବନ ପ୍ରାରମ୍ଭରେ ବହୁତ ଖୁସିରେ ଚାଲିଥିଲା କିନ୍ତୁ ପରେ ସେମାନଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା । ଶେଷରେ ଏକବର୍ଷ ପରେ ୨୦୦୩ ମସିହାରେ ଲୋକେଶ ଅଲକାଙ୍କୁ ଛାଡ଼ପତ୍ର ଦେଇଥିଲେ । ଲୋକେଶଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ଅଲକା ତାଙ୍କୁ ଏବଂ ତାଙ୍କ ପରିବାରକୁ ପ୍ରତାଡିତ କରୁଥିଲେ ଏବଂ ତାଙ୍କ ଘରେ ମଧ୍ୟ ତାଙ୍କର ପରିବାର ଲୋକଙ୍କ ସହିତ ରାଜନୀତି କରିବା ଆରମ୍ଭ କରି ଦେଇଥିଲେ । ଲୋକେଶଙ୍କ କହିବା ଅନୁଯାୟୀ ଅଲକା ତାଙ୍କ ଘରକୁ ମଧ୍ୟ ନିଜ ଆୟତ୍ତରେ ରଖିଥିଲେ ଏବଂ ତାଙ୍କ ଘରର ସ୍ଥିତି ମଧ୍ୟ ଖରାପ କରି ଦେଇଥିଲେ । ଏହି କାରଣରୁ ଲୋକେଶ ଅଲକା ଉପରେ ରାଗି ଯାଇ ତାଙ୍କୁ ଛାଡ଼ପତ୍ର ଦେଇଦେଲେ କିନ୍ତୁ ଏହି ସବୁ ଘଟଣା ବିଷୟରେ ଅଲକା କହୁଛନ୍ତି ଯେ, ତାଙ୍କ ସ୍ଵାମୀ ମିଛ କହୁଛନ୍ତି ଏବଂ ସେ ଏମିତି କେବେ ମଧ୍ୟ କରି ନାହାନ୍ତି । ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଛି ।

ପରେ ଯୋଗ ଦେଲେ ଆପ ଦଳରେ :

୨୦୧୪ ମସିହାରେ ଅଲକା “ଆମ ଆଦମୀ ପାର୍ଟି” (ଆପ)ରେ ଯୋଗ ଦେଇଥିଲେ । ବର୍ତ୍ତମାନ ଅଲକା ଏକା ରହୁଛନ୍ତି ଏବଂ ଆମ ଆଦମୀ ପାର୍ଟି ପାଇଁ କାମ କରୁଛନ୍ତି । ଅଲକା ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଶୀଳ ରହୁଛନ୍ତି ଏବଂ ଟ୍ୱିଟରରେ ନିଜର କିଛି ଅନୁଭୂତି ସେୟାର କରୁଛନ୍ତି । ଅଲକାଙ୍କୁ ସାମାଜିକ କାମ କରିବାକୁ ବହୁତ ଭଲ ଲାଗେ ଏବଂ ସେ ଅନେକ ଗୁଡିଏ ଏନଜିଓ ସହିତ ଜଡିତ ଅଛନ୍ତି ।