କଣ ଆପଣ ଜାଣନ୍ତି କି ପର୍ଶୁରାମ କାହିଁକି ରାବଣକୁ ବଧ କରି ନ ଥିଲେ । ଆସନ୍ତୁ ଜାଣିବା

Spread the love

ନମସ୍କାର ବନ୍ଧୁ ମୁଁ ଆଜି ଆପଣଙ୍କୁ ପ୍ରଥମେ ଗୋଟିଏ ପ୍ରଶ୍ନ ଉପସ୍ଥିତ କରିବାକୁ ଯାଉଛି । ତାହା ହେଉଛି, କାହିଁକି ଭଗବାନ ପର୍ଶୁରାମ ରାବଣକୁ ବଧ ନଥିଲେ । କହିବାକୁ ଗଲେ କଥା ଏହା କି ଯେଉଁଭଳି ରାମ, ଭଗବାନ ବିଷ୍ଣୁଙ୍କ ଅବତାର ସେହିଭଳି ପର୍ଶୁରାମ ମଧ୍ୟ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ । ଯେଉଁ ସମୟରେ ରାବଣ ଅଧର୍ମ ବିଛାଇ ଥିଲେ, ସେତେବେଳେ ଭଗବାନ ପର୍ଶୁରାମ ମଧ୍ୟ ପୃଥିବୀରେ ଥିଲେ । ତେଣୁ ପ୍ରଶ୍ନ ଏହା କି ରାବଣକୁ ମାରିବ ପାଇଁ ଭଗବାନ ବିଷ୍ଣୁ ରାମଙ୍କ ଅବତାର କାହିଁକି ଧାରଣ କରିଥିଲେ ।

ରାବଣକୁ ମିଳିଥିବା ବରଦାନ ଅନୁସାରେ, ରବଣକୁ କେଉଁ ମନୁଷ୍ୟ ହିଁ ମାରି ପାରିବେ । ହେଲେ ଭଗବାନ ପର୍ଶୁରାମ ମଧ୍ୟ ମନୁଷ୍ୟ ରୁପରେ ହିଁ ଥିଲେ । ସେ (ପର୍ଶୁରାମ) ରାବଣକୁ ମାରି ପୃଥିବୀରେ ଅଧର୍ମର ଭାରକୁ କମ କରି ପାରିଥାନ୍ତେ । ପରନ୍ତୁ ସେ (ପର୍ଶୁରାମ) ରାବଣକୁ କାହିଁକି ମାରି ମାରିଲେ ନାହିଁ ? ଯେତେବେଳେ କି ପର୍ଶୁରାମ ୨୧ଟି ଅଧର୍ମି ରାଜାକୁ ବଧ କରିଥିଲେ । କିନ୍ତୁ ରାଵଣଙ୍କୁ ମାରିଲେ ନାହିଁ କାହିଁକି ? ଏହାର କାରଣ କଣ ? କଣ ରାବଣ ଜଣେ କ୍ଷତ୍ରିୟ ନୁହଁନ୍ତି କି ? ନା ରାବଣ ଜଣେ ବ୍ରାହ୍ମଣ ଥିଲେ ବୋଲି ତାଙ୍କୁ ମାରିଲେ ନାହିଁ ? ଆସନ୍ତୁ ଜାଣିବା ସେହି ବିଷୟରେ ସମ୍ୟକ :

ଏହି କାରଣ ଯୋଗୁଁ ପର୍ଶୁରାମ ରାବଣକୁ ମାରି ନଥିଲେ ।

୧) ପୁରାଣର ଆଧାରରେ ଏହା ସିଦ୍ଧ ହୋଇଥିଲା କି ଯେତେବେଳେ ରାବଣର ଅତ୍ୟାଚାର ଓ ଅଧର୍ମ ଆରମ୍ଭ ହେଇଥିଲା ସେତେବେଳେ ଭଗବାନ ପର୍ଶୁରାମ କଶ୍ୟପ ରୁଷିକୁ ସାକ୍ଷୀ ରଖି ଯୁଦ୍ଧ କର୍ମ ଠାରୁ ବିମୁଖ ହୋଇ ଯାଇଥିଲେ । ଏଥିପାଇଁ ରାବଣ ସହ ପର୍ଶୁରାମ କେବେବି ଯୁଦ୍ଧ କରି ନଥିଲେ । ଯଦି ତାଙ୍କର ରାବଣ ସହ ଯୁଦ୍ଧ ହେଇଥିଲେ ରାବଣ ବହୁତ ଆଗରୁ ମୃତ୍ୟୁ ହୋଇ ଯାଆନ୍ତେ ।

୨) ପୌରାଣିକ କଥାଶାସ୍ତ୍ର ଅନୁସାରେ ରାବଣ ଓ କୁମ୍ଭକର୍ଣ୍ଣ ଭଗବାନ ବିଷ୍ଣୁଙ୍କ ପରିଷଦର ଏକ ସଭ୍ୟ ଥିଲେ ଓ ତାଙ୍କ ସନକାଦିକ ରୁଷିଙ୍କ ଅଭିଶାପର ପରିଣତି ସ୍ୱରୂପ ତିନି ଜନ୍ମ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କ ସହ ଶତ୍ରୁତା ହୋଇ ବିଷ୍ଣୁଙ୍କ ହାତରେ ମରଣ ହେବାର ଥିଲା । ପରନ୍ତୁ ରାବଣ ଭଗବାନ ପର୍ଶୁରାମଙ୍କ ସହ କେବେବି ଶତ୍ରୁତା କରି ନଥିଲେ ଏଥିପାଇଁ ଏହା ଉଚିତ ହେଇ ନଥାନ୍ତା କି ପର୍ଶୁରାମଙ୍କ ଦ୍ୱାରା ରାବଣର ମରଣ ହେବା ।ଯେତେବେଳେ କି ଅନ୍ୟପ୍ରକାରନ୍ତରେ, ରାବଣ ପ୍ରଥମେ ନିଜେ ଯାଇ ମାତା ସୀତାଙ୍କୁ ହରଣ କରିଲେ ଓ ଶ୍ରୀ ରାମଙ୍କ ସହ ଶତ୍ରୁତା କରିଲେ । ଯଦି ସେ ରାମ ଭଗବାନଙ୍କ ସହ ଶତ୍ରୁତା କରି ନଥିଲେ ତେବେ ପ୍ରଭୁ ରାମଙ୍କ ହାତରେ ରାବଣ ର ମୃତ୍ୟୁ ହେଇ ନଥାନ୍ତା ।

ଏହି ପୌରାଣିକ ତଥ୍ୟଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ! !!ଜୟ ଜଗନ୍ନଥ!!