କାହିଁକି ହାଜିଅଲି ଦରଗାହ ପାଣିରେ ବୁଡୁନାହିଁ, ଉଠିଲା ଏହି ରହସ୍ୟରୁ ପରଦା ।

Spread the love

କଣ ଆପଣ ଭାରତର ସେହି ପଵିତ୍ର ସ୍ଥଳ ବିଷୟରେ ଜାଣିଛନ୍ତି ଯେଉଁଠି ହିନ୍ଦୁ ଓ ମୁସଲିମ ଯିଏ ବି ଯାଆନ୍ତି ମିଶିକି ଗୋଟିଏ ଜାଗାରେ ପ୍ରାର୍ଥନା କରନ୍ତି, ଯେଉଁଠି ସମୁଦ୍ରର ଲହରୀ ବି ନତମସ୍ତକ ହୋଇଥାଏ ।

ଆମେ ଯେଉଁ ଜାଗା ବିଷୟରେ କହୁଛୁ ତାହା ହେଉଛି ମୁମ୍ବାଇ ସ୍ଥିତ ହାଜିଅଲି ଦରଗାହ, ଯେଉଁଠି ସମୁଦ୍ରର ଲହରୀ କେତେ ଭି ଉଚ୍ଚ କୁ ଉଠିଲେ ମଧ୍ୟ ଏହି ଦରଗାହ କେବେ ମଧ୍ୟ ପାଣିରେ ବୁଡ଼େ ନାହିଁ ।

କିମ୍ବଦନ୍ତୀ ଅନୁସାରେ ହାଜି ଅଲ୍ଲୀ ଉଜ୍ଜେବେକିସ୍ତାନର ଏକ ସମୁଦ୍ଧ ପରିବାରର ଅଟନ୍ତି । ଗୋଟିଏ ଦିନ ଯେବେ ହାଜିଅଲ୍ଲୀ ଉଜ୍ଜେବେକିସ୍ତାନରେ ନମାଜ ପଢୁଥିଲେ ସେହି ସମୟରେ ଏକ ମହିଳା କାନ୍ଦି କାନ୍ଦି ସେହି ସ୍ଥାନ ଦେଇ ଯାଉଥିବାର ଦେଖିଲେ ।

ହାଜି ଅଲ୍ଲୀ ସେହି ମହିଳାଙ୍କୁ କାରଣ ପଚାରିବାରୁ ମହିଳା ଜଣକ କହିଥିଲେ ଯେ, ସେ ତେଲ ନେବାକୁ ଯାଉଥିଲେ । କିନ୍ତୁ ତେଲ ଭରା ପାତ୍ରଟି ତଳେ ପଡ଼ିଗଲା ଓ ସବୁ ତେଲ ତଳେ ଭୂମିରେ ପଡିଗଲା । ମହିଳା କହିଲେ ଯେ, ବର୍ତ୍ତମାନ ତାହାର ସ୍ୱାମୀ ଏହି କଥା ପାଇଁ ତାକୁ ଅତ୍ୟଧିକ ମାଡ଼ ମଧ୍ୟ ଦେବେ ।

ଏହି କଥା ଶୁଣିଲା ପରେ ହାଜି ଅଲ୍ଲୀ ମହିଳାଙ୍କୁ ସେହି ଜାଗାକୁ ନେଇଗଲେ, ଯେଉଁଠି ତେଲ ପଡିଯାଇଥିଲା । ସେଠାକୁ ଯାଇ ହାଜି ଅଲ୍ଲୀ ନିଜ ଆଙ୍ଗୁଠିକୁ ଭୂମିରେ ପୋତି ଦେଇଥିଲେ, ଯାହାପରେ ଭୂମି ମଧ୍ୟରୁ ତେଲ ବାହାରିବାର ଦେଖାଗଲା ।

ଏହି ଚମତ୍କାର ଦେଖି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । ସେ ତୁରନ୍ତ ନିଜ ପାତ୍ରରେ ତେଲ ଭରିଦେଲା ଓ ଘରକୁ ଚାଲିଗଲା । କୁହାଯାଏ କି ମହିଳାଟି ତ ଖୁସି ହୋଇ ସେଠାରୁ ଚାଲିଗଲେ, କିନ୍ତୁ ହାଜି ଅଲ୍ଲୀଙ୍କୁ ବହୁତ ଗୁଡିଏ କଥା ବ୍ୟସ୍ତ ବିବ୍ରତ କରୁଥିଲା ।

ତାଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିବାକୁ ଲାଗିଲା । ତାଙ୍କୁ ଏମିତି ଲାଗୁଥିଲା ଯେ ସେ ଏକ ବଡ଼ ପାପ କରିଦେଲେ । ତାଙ୍କୁ ଲାଗିଥିଲା ଯେ, ସେ ଭୂମି ମଧ୍ୟରୁ ତେଲ ବାହାର କରି ଭୂମିକୁ କ୍ଷତ ବିକ୍ଷତ କରିଦେଇଛନ୍ତି । ଏହା ପରଠୁ ସେ ମନ ଦୁଃଖରେ ରହିବାକୁ ଲାଗିଲେ ଓ ଅସୁସ୍ଥ ମଧ୍ୟ ହୋଇଗଲେ ।

କିଛି ସମୟ ପରେ ସେ ନିଜ ମନକୁ ପରିବର୍ତ୍ତନ କରିବା ପାଇଁ ନିଜ ଭାଇଙ୍କ ସହ ବ୍ୟାପାର କରିବା ପାଇଁ ବମ୍ବେଇ ଆସିଗଲେ । ବମ୍ବେଇରେ ସେ ସେହି ଜାଗା ପହଞ୍ଚିଗଲେ ଯେଉଁଠି ଆଜି ହାଜି ଅଲ୍ଲୀ ଦରଗାହଁ ଅଛି ।

କିଛି ସମୟ ସେଠି ରହିବା ପରେ ହାଜି ଅଲ୍ଲୀଙ୍କ ଭାଇ ଉଜ୍ଜେବେକିସ୍ତାନ ଫେରି ଯାଇଥିଲେ, କିନ୍ତୁ ହାଜି ଅଲ୍ଲୀ ସେଠି ରହି ଧର୍ମର ପ୍ରଚାର ଓ ପ୍ରସାର ଆରମ୍ଭ କରିଥିଲେ।