ଭଗବାନ ଶ୍ରୀକୃଷ୍ଣ ଏକଲବ୍ୟକୁ କାହିଁକି ବଧ କରିଥିଲେ; ଆସନ୍ତୁ ସେ ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ।

Spread the love

ମହାଭାରତରେ ଗୋଟିଏ ଏଭଳି ଯୋଦ୍ଧାର ଉଲ୍ଲେଖ ହୋଇଛି ଯାହା ଆଗରେ କର୍ଣ୍ଣ ଓ ଅର୍ଜୁନର ଧନୁର୍ବିଦ୍ୟା ମଧ୍ୟ ଫିକା ପଡ଼ିଯାଇ ଥିଲା । ଆମେ ଧନୁର୍ଦ୍ଧର ଏକଲବ୍ୟ ବିଷୟରେ କହୁଛୁ । ଏକଲବ୍ୟ ସବୁବେଳେ ଚାହୁଁଥିଲେ କି, ସେ ଆଚାର୍ଯ୍ୟ ଦ୍ରୋଣଙ୍କ ଠାରୁ ଧନୁର୍ବିଦ୍ୟା ଶିଖିବେ କିନ୍ତୁ ଏକଲବ୍ୟର ଏହି ଇଚ୍ଛା କେବେ ମଧ୍ୟ ପୂରଣ ହୋଇ ପାରିଲା ନାହିଁ । ଏହି କାରଣ ଯୋଗୁଁ ଏକଲବ୍ୟ ଦ୍ରୋଣାଚାର୍ଜ୍ୟଙ୍କ ପ୍ରତିମାକୁ ହିଁ ଗୁରୁ କରି ଅଭ୍ୟାସ କରିବା ଆରମ୍ଭ କରିଦେଲେ ଓ ଏକ ମହାନ ଧନୁର୍ଦ୍ଧର ହୋଇ ସାମ୍ନାକୁ ଆସିଲେ ।

ଏକଲବ୍ୟର ଖ୍ୟାତ ଅର୍ଜୁନଙ୍କ ଠାରୁ ମଧ୍ୟ ଅଧିକ ହେବାକୁ ଲାଗିଲା । ଯାହା କି ଗୁରୁ ଦ୍ରୋଣଙ୍କ ପାଇଁ ଚିନ୍ତାର ବିଷୟ ଥିଲା । ଏହି କାରଣରୁ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟ ଠାରୁ ଗୁରୁ ଦକ୍ଷିଣା ସ୍ୱରୂପ, ଏକଲବ୍ୟର ବୃଦ୍ଧ ଆଙ୍ଗୁଳିଟି ମାଗିଥିଲେ, କାରଣ ଏକଲବ୍ୟ ଭବିଷ୍ୟତରେ ଯେପରି ଧନୁ ବ୍ୟବହାର କରି ପାରିବା ନାହିଁ । କିନ୍ତୁ ଏହା ସତ୍ତ୍ୱେ ଏକଲବ୍ୟ ଏକ ଭଲ ଧନୁର୍ଦ୍ଧର ହୋଇ ରହିଲେ ଓ ଶ୍ରୀଙ୍ଗବେରର ରାଜା ମଧ୍ୟ ହୋଇପାରି ଥିଲେ । ରାଜ୍ୟର ବିସ୍ତାର ହେତୁ ଏକଲବ୍ୟ ଜରାସନ୍ଦ ନାମକ ଏକ କ୍ରୁର ରାକ୍ଷସ ସହିତ ସନ୍ଧି କରି ମଥୁରା ଉପରେ ଆକ୍ରମଣ କରିଲେ ।

ଏକଲବ୍ୟର ଯୁଦ୍ଧ କୌଶଳ ଯୋଗୁଁ ଭଗବାନ ଶ୍ରୀକୃଷ୍ଣଙ୍କ ସେନାକୁ ବହୁତ କ୍ଷତି ସହିବାକୁ ପଡିଥିଲା । ଏହି କାରଣରୁ ସ୍ୱୟଂ ବାସୁଦେବ ସାମ୍ନାକୁ ଆସିଲେ ଓ ଏକଲବ୍ୟକୁ ବଧ କରିଥିଲେ । ଭଗବାନ ଶ୍ରୀ କୃଷ୍ଣ ଏକଲବ୍ୟକୁ ଆଶୀର୍ବାଦ ମଧ୍ୟ ଦେଇଥିଲେ, ସେ ଆସନ୍ତା ଜନ୍ମରେ ଗୁରୁ ଦ୍ରୋଣଙ୍କ ଠାରୁ ନିଜ ପ୍ରତିଶୋଧ ପୁର୍ଣ କରିପାରିବ । ଏହାପରେ ଏକଲବ୍ୟର ଜନ୍ମ ଦ୍ରୁପଦର ପୁତ୍ର ଦୃସ୍ୟଦ୍ୟୁମ୍ନ ରୂପରେ ହୋଇଥିଲା ଓ ମହାଭାରତ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟକୁ ମାରି ନିଜ ପ୍ରତିଶୋଧକୁ ପୂରଣ କରିଥିଲେ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ, ଭଲ ଲାଗିଲେ Share କରନ୍ତୁ । !! ଜୟ ଜଗନ୍ନାଥ !!