ଧବନ କାହିଁକି ନିଜ ଠାରୁ ୭ବର୍ଷ ବଡ଼ ମହିଳା ଏବଂ ୨ଟି ଛୁଆ ଥିବା ମାଆଙ୍କୁ ବିବାହ କରିଥିଲେ ? ଆସନ୍ତୁ ଜାଣିବା ଏହାର କାରଣ

Spread the love

ପ୍ରେମ ଏକ ସୁନ୍ଦର ଅନୁଭୂତି ହୋଇଥାଏ ଯାହାକି ଯେକୌଣସି ବ୍ୟକ୍ତିକୁ ମଧ୍ୟ ହୋଇଯାଇଥାଏ । ଏଥିରେ ନା ବୟସର ସୀମା ଥାଏ ନା ହିଁ ଜନ୍ମର ବନ୍ଧନ ଥାଏ, ଆଜିର ସମୟରେ ତୋ ପ୍ରେମ କାହାକୁ ମଧ୍ୟ ସହଜରେ ହୋଇଯାଇଥାଏ । କିନ୍ତୁ ଆମେ କଥା ହେଉଛୁ ଭାରତୀୟ କ୍ରିକେଟ ଟିମର ତୁଫାନି ବୋଲ୍ଲେବାଜ ଶିଖର ଧବନଙ୍କ ବିଷୟରେ ଯାହାର ହୃଦୟ ଏମିତି ଏକ ମହିଳାଙ୍କ ଉପରକୁ ଆସିଥିଲା ଯିଏକି ତାଙ୍କଠାରୁ ୭ବର୍ଷ ରେ ବଡ଼ ଅଟନ୍ତି। କେବଳ ଏତିକି ନୁହେଁ ସେହି ମହିଳା ଛାଡପତ୍ର ନେଇ ଦୁଇଟି ଛୁଆର ମାଆ ମଧ୍ୟ ଅଟନ୍ତି । କଣ ସତରେ ପ୍ରେମ ଏମିତି ହୋଇଥାଏ ଯାହାଦ୍ଵାରାକି ସାମ୍ନାରେ ଥିବା ନିଜ ପାର୍ଟନର ବିଷୟରେ କିଛି ନଜର ଆସିନଥାଏ ? ଶିଖର ଧବନ କ୍ରିକେଟ ଜଗତର ବହୁତ ଭଲ ଖେଳାଳି ଅଟନ୍ତି କିନ୍ତୁ ନିଜର ବ୍ୟକ୍ତିଗତ ଜୀବନରେ ସେ ଏତେ ବଡ଼ କାମ କରିଦେଇଛନ୍ତି ଏହା ପଛରେ ଥିବା କାରଣ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶେଷରେ ଧବନ କାହିଁକି ନିଜଠାରୁ ୭ବର୍ଷ ବଡ଼ ମହିଳା ଏବଂ ୨ଟି ଛୁଆ ଥିବା ମାଆଙ୍କୁ ବିବାହ କରିଥିଲେ, ଏଥର ଆଜି ଆମେ ଆପଣଙ୍କୁ ବିସ୍ତାର କରି ଜଣାଇବାକୁ ଯାଉଛୁ ।

ଶେଷରେ ଧବନ କାହିଁକି ନିଜଠାରୁ ୭ବର୍ଷ ବଡ଼ ମହିଳା ଏବଂ ୨ଟି ଛୁଆ ଥିବା ମାଆଙ୍କୁ ବିବାହ କରିଥିଲେ :

ଆଜିକାଲିର ପୁଅମାନେ ଏମିତି ଝିଅଙ୍କୁ ପସନ୍ଦ କରୁଛନ୍ତି ଯାହାର ଗୋଟିଏ ମଧ୍ୟ ବୋୟଫ୍ରେଣ୍ଡ ନଥିବ କିନ୍ତୁ ଶିଖର ଧବନ ଏମିତି ମହିଳାଙ୍କୁ ପସନ୍ଦ କରିଥିଲେ ଯିଏକି ପ୍ରଥମରୁ ବିବାହିତା ଥିବା ସହ ଦୁଇଟି ଛୁଆର ମାଆ ମଧ୍ୟ ଥିଲେ । କେବଳ ଏତିକି ନୁହେଁ ଶିଖର ସେହି ମହିଳାଙ୍କୁ ବିବାହ ମଧ୍ୟ କରିଥିଲେ । ଶିଖର ଭାରତୀୟ ମୂଲ ଆୟଶା ମୁଖାର୍ଜୀ ସହ ବିବାହ କରିଥିଲେ, ଯିଏକି ଛୋଟବେଳୁ ଅଷ୍ଟ୍ରେଲିଆରେ ରହୁଥିଲେ । ଆୟଶାଙ୍କ ପିତା ଜଣେ ବଙ୍ଗାଳୀ ଥିଲେ ଏବଂ ମାତା ଅଷ୍ଟ୍ରେଲିଆନ ଥିଲେ କିନ୍ତୁ ଆୟଶା ଭାରତରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ଯେତେବେଳେ ଛୋଟ ଥିଲେ ସେବେଠାରୁ ସେ ନିଜର ମାତା ପିତା ସହ ଅଷ୍ଟ୍ରେଲିଆରେ ରହୁଥିଲେ ।

ଆୟଶା ମୁଖାର୍ଜୀ ଛୋଟବେଳୁ ହିଁ ସବୁ ଖେଳରେ ଶ୍ରେଷ୍ଠ ଥିଲେ, ସେ ରିଙ୍ଗବୋକ୍ସିଂ, ଟେନିସ ଏବଂ କ୍ରିକେଟ ଭଳି ଅନେକ ଖେଳ ଖେଳିଛନ୍ତି । ଆୟଶାଙ୍କୁ କ୍ରିକେଟ ବହୁତ ପସନ୍ଦ ଅଟେ ଏବଂ ଏହି ଯୁନୁନ ହିଁ ତାଙ୍କୁ ଶିଖର ଧବନସହ ସାକ୍ଷାତ କରାଇଥିଲା । ଆୟଶା ଏବଂ ଶିଖର ଫେସବୁକ ମାଧ୍ୟମରେ ବନ୍ଧୁ ହୋଇଥିଲେ, ଏହାପରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା ଏବଂ ପ୍ରେମ କାହାଣୀ ମଧ୍ୟ ପରେ ପରେ ଆରମ୍ଭ ହୋଇଗଲା । ଫେସବୁକରେ ଆୟଶା ହରଭଜନ ସିଂହଙ୍କ ମ୍ୟୁଚୁଅଲଫ୍ରେଣ୍ଡ ଥିଲେ ଏବଂ ସେ ହିଁ ଏହି ଦୁଇଜଣଙ୍କୁ ସାକ୍ଷାତ କରାଇଥିଲେ । ଧୀରେ ଧୀରେକରି ଆୟଶା ଏବଂ ଶିଖରଙ୍କ ମଧ୍ୟରେ ଫେସବୁକରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, ଏହାପରେ ତାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଏବଂ କଥା ମଧ୍ୟ ଆଗକୁ ବଢ଼ିବାରେ ଲାଗିଲା । ସେହି ସମୟରେ ଆୟଶା ଛାଡପତ୍ର ଦେଇ ଦୁଇଟି ଛୁଆର ମାଆ ଥିଲେ, ଏହି କଥା ସେ ଶିଖର ଧବନଙ୍କୁ କହିଥିଲେ ଏବଂ ଶିଖର ଧବନଙ୍କୁ ଏହି କଥାରେ କୌଣସି ସମସ୍ୟା ନାହିଁ କହିଥିଲେ ।

୩୨ବର୍ଷର ଶିଖର ଧବନ ବୁଦ୍ଧିମାନ ଦେଖାଇଥିଲେ ଏବଂ ୨୦୧୨ ମସିହାରେ ଆୟଶାଙ୍କୁ ବିବାହ କରିଥିଲେ ।ଆୟଶାଙ୍କ ଭଲପାଇବା ଶିଖରଙ୍କୁ ଏକ ଦ୍ୱାୟିତ୍ୱବାନ ବ୍ୟକ୍ତି କରାଇଥିଲା । ଶିଖର ଧବନ ନିଜେ ଏହି କଥାକୁ କହିଥିଲେ କି ଯେତେବେଳେ ଆୟଶା ତାଙ୍କ ଜୀବନକୁ ଆସିଥିଲେ ସେତେବେଳେ ତାଙ୍କ ଜୀବନ ପୁରା ପୁରିଭାବେ ବଦଳି ଯାଇଥିଲା ଏବଂ ଆୟଶା ତାଙ୍କୁ ବହୁତ କିଛି ଶିକ୍ଷା ମଧ୍ୟ ଦେଇଛନ୍ତି। ଶିଖର କହିଥିଲେ କି ଯେତେବେଳେ ସେ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରୁନଥିଲେ ସେତେବେଳେ ତାଙ୍କୁ କୋଚ ଠାରୁ ଅଧିକ ଆୟଶାଙ୍କୁ ଡର ଲାଗୁଥିଲା ଯଦିଓ ତାଙ୍କୁ ଆୟଶା ପ୍ରଥମେ କ୍ରୋଧିତ ହେଉଥିଲେ ପରେ ତାଙ୍କୁ ଭଲ ଖେଳପାଇଁ କଣ କରିବାକୁ ହେବ ସେହି ବିଷୟରେ କହୁଥିଲେ ।