ଆସନ୍ତୁ ଜାଣିବା : ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ କାହିଁକି ?

Spread the love

ଆପଣମାନେ ସମସ୍ତେ ଜାଣିଥିବେ ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ କାହିଁକି ?

ଭଗବାନ ଈଶ୍ଵରଙ୍କୁ ଶିବଶମ୍ଭୁ, ମହାଦେବ, ଭୋଲେନାଥ,ସର୍ପଧାରୀ ଏମିତି ବିଭିନ୍ନ ପ୍ରକାରର ନାମରେ ଡ଼କାଜାଇ ଥାଏ । ଆଜି ଆମେ ଅପଣମାନଙ୍କୁ ଜଣାଇବୁ ଯେ ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ କାହିଁକି ?

ପୂଜାରେ ଶଙ୍ଖର ବିଶେଷ ମହତ୍ୱ ହୋଇଥାଏ । କିନ୍ତୁ ଭଗବାନ ଶିବଙ୍କ ପୂଜାରେ ଶଙ୍ଖ ବ୍ୟବହାର କରିବା ଅନୁଚିତ । ଏମିତି କରିବା ଦ୍ଵାରା ବହୁତ ବଡ ସର୍ବନାଶ ହୋଇଥାଏ । ଏହା ପଛରେ ଲୁଚାୟିତ ଭାବରେ ରହିଥିବା କାହାଣୀ ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି । ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ ଏହି ବିଷୟରେ ଶିବପୁରାଣରେ କଣ ବର୍ଣ୍ଣନା କରଯାଇଛି ।

ଶିବ ପୁରାଣ ଅନୁସାରେ – ଏକ ଯୁଗରେ ଶଙ୍ଖଚୁଡ ନାମରେ ଏକ ଦୈତ୍ୟ ରହୁଥିଲା । ସେ ଦୈତ୍ୟରାଜ ଦମ୍ଭର ପୁତ୍ର ଥିଲା । ଦୈତ୍ୟରାଜ ଓ ଦମ୍ଭ ଵହୁତ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କ ତପସ୍ୟା କରିଥିଲେ । ତା’ପରେ ଭଗବାନ ବିଷ୍ଣୁ ଦମ୍ଭର ତପସ୍ୟାରେ ଖୁସି ହୋଇ ଦର୍ଶନ ଦେଇଥିଲେ, ଆଉ ବର ମାଗିବାକୁ କହିଲେ । ସେ ଭଗବାନ ବିଷ୍ଣୁଙ୍କୁ ତିନିଲୋକରେ ଅଜୟ ଓ ମହାପରାକ୍ରମୀ ପୁତ୍ରର ବର ମାଗିଥିଲା ।

ଏତିକି ହିଁ ନାହିଁ, ଦୈତ୍ୟରାଜ, ଦମ୍ଭଙ୍କ ପୁତ୍ର ଭଗବାନ ବ୍ରହ୍ମାଙ୍କୁ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ଅଜୟ ହେବାର ବରଦାନ ପାଇଥିଲେ । ଏହି ଦୁଇ ବରଦାନ ମିଳିବା ପରେ ଶଙ୍ଖଚୁଡ ଅତ୍ୟନ୍ତ ପରାକ୍ରମୀ ହୋଇଗଲା । ଆଉ ସେ ନିଜ ପରାକ୍ରମର ବଳରେ ସେ ତିନିଲୋକରେ ନିଜ ପ୍ରଭୁତ୍ୱ ସ୍ଥାପିତ କରିଥିଲା । ତାର ଅତ୍ୟାଚାରରେ ପୁରା ତ୍ରିଭୁବନ ପ୍ରଭାବିତ ହୋଇ ହାହାକାର ହୋଇଯାଇଥିଲା । ଖାଲି ମଣିଷ ନାହିଁ ଦେବତାମାନେ ମଧ୍ୟ ଶଙ୍ଖଚୁଡର ଅତ୍ୟାଚାରରେ ବହୁତ ଚିନ୍ତିତ ହୋଇ ଯାଇଥିଲେ ।

ଶଙ୍ଖଚୁଡର ଅତ୍ୟାଚାର ବଢିବାକୁ ଲାଗିଲା । ଶଙ୍ଖଚୁଡର ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭଗବାନ ଶିଵଙ୍କ ପାଖକୁ ଯାଇଥିଲେ କିନ୍ତୁ ଭଗବାନ ଶିଵ ଶଙ୍ଖଚୁଡକୁ ଵଧ କରିବାରେ ଅସମର୍ଥ ରହିଥିଲେ କାହିଁକି ନା ଶଙ୍ଖଚୁଡକୁ ଶ୍ରୀକୃଷ୍ଣଙ୍କ କୋବଚ ଓ ତୁଳସୀର ପ୍ରତୀବ୍ରତାର ଧର୍ମ ପ୍ରାପ୍ତି ଥିଲା । ଏହି ଦୁଇଟି ଥିବା ଯାଏଁ ଶଙ୍ଖଚୁଡକୁ ବଧ କରିବା ଅସମ୍ଭବ । ଏହା ସବୁ ଦେଖି ଭଗବାନ ବିଷ୍ଣୁ ଏକ ଉପାୟ ବାହାର କରିଥିଲେ । ସେ ଏକ ବ୍ରାହ୍ମଣ ବେଶରେ ଶଙ୍ଖଚୁଡ ପାଖକୁ ପହଞ୍ଚି କହିଲେ ଶ୍ରୀକୃଷ୍ଣଙ୍କ କୋବଚ ଦାନରେ ନେଇ ଆସିଲୁ । ଆଉ ଶଙ୍ଖଚୁଡ ରୂପ ଧାରଣ କରି ତୁଳସୀର ସତୀତ୍ଵକୁ ବି ହରଣ କରିନେଲେ । ଏହା ପରେ ଶଙ୍ଖଚୁଡର ସବୁ ଶକ୍ତି ନାଶ ହୋଇଗଲା ଏହି ମଧ୍ୟରେ ଭଗବାନ ଶିଵଙ୍କ ତ୍ରିଶୁଳ ଶଙ୍ଖ ଚୁଡକୁ ଭସ୍ମ କରି ଦେଇଥିଲା । ଏହାପରେ ଏମିତି କୁହାଯାଏ ଯେ ଶଙ୍ଖଚୁଡର ହାଡରୁ ହିଁ ଶଙ୍ଖର ଜନ୍ମ ହୋଇଛି । ଏହିକାରଣ ଯୋଗୁଁ ଭଗବାନ ଶିଵଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ ।

ଏହି ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! ନମସ୍କାର