7 ବର୍ଷୀୟ ଭାରତୀୟ ପିଲା ରଚିଲା ଇତିହାସ, ଆଫ୍ରିକାର ସବୁଠାରୁ ଉଚ୍ଚ ଶିଖରରେ ଉଡେଇଲା ତ୍ରିରଙ୍ଗା

Spread the love

ଭାରତର 7 ବର୍ଷୀୟ ସମନ୍ୟୁ ପୋଥୁରାଜୁ ଏମିତି ଏକ କାରନାମା କରି ଦେଖେଇଛନ୍ତି , ଯେଉଁଥିରେ କି ପ୍ରତି ଭାରତୀୟ ର ମୁଣ୍ଡ ଉଚ୍ଚ ହେଇ ଯାଇଚି ।ସମନ୍ୟୁ ପୋଥୁରାଜୁ ଆଫ୍ରିକୀୟ ମହାଦ୍ବୀପ ର ସବୁଠାରୁ ଉଚ୍ଚ ଶିଖର ଉପରେ ପହଂଚି ଦେଶର ନାମ ଉଜ୍ଜ୍ୱଳ କରିଛି । ହାଡକୁ ବରଫ କରି ଦେବା ଥଣ୍ଡା ରେ ବାହାଦୁରୀ କାମ କରି ସମନ୍ୟୁ ପୋଥୁରାଜୁ ତାଞ୍ଜାନିଆ ର ମାଉଣ୍ଟ କିଲିମଞ୍ଜାରୋ ର ଉହୁରୁ ପର୍ବତ ର ଶିଖରରେ ପହଂଚି ତ୍ରିରଙ୍ଗା ଉଡେଇ ପାରିଛି ।ସମନ୍ୟୁ ପୋଥୁରାଜୁ ଏହି ବୟସରେ ଆଫ୍ରିକାର ସବୁଠାରୁ ଉଚ୍ଚ ଶିଖରରେ ପହଂଚି ଦେଖେଇଛି ଯେ ବୟସ ସଫଳତାର ଉଡାଣ କୁ ରୋକି ପାରିବ ନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ ସମନ୍ୟୁ ପୋଥୁରାଜୁ ଆଫ୍ରିକାର ଏହି ଶିଖର ଯାଏଁ ପହଁଚିବାର ସବୁଠାରୁ କମ୍ ବୟସ୍କ ପର୍ବତାରୋହି ଅଟନ୍ତି ।

ଉଡେଇଲେ ତ୍ରିରଙ୍ଗା:-

ରିପୋର୍ଟସ୍ ଅନୁସାରେ ସମନ୍ୟୁ ପୋଥୁରାଜୁ ନିଜ କୋଚ ସହିତ ଏହି ଶିଖର ଯାଏଁ ପହଂଚିଲେ । ଶିଖରରେ ପହଁଚିଲା ପରେ ସମନ୍ୟୁ ପୋଥୁରାଜୁ ନିଜ ବ୍ୟାଗରୁ ତ୍ରିରଙ୍ଗା କାଢି ସମୁଦ୍ର ପତନ ରୁ 5895 ମିଟର ଉଚ୍ଚତା ରେ ଉଡେଇଲେ । ନିଜର ଏହି ବିଜୟ ପରେ ସମନ୍ୟୁ ପୋଥୁରାଜୁ କହିଲେ ଯେ , ଯେବେ ସେ ତାଙ୍କର କୋଚ ସହିତ ପର୍ବତ ଚଢ଼ିବା ଆରମ୍ଭ କଲେ ସେତେବେଳେ ବର୍ଷା ହେଉ ଥିଲା, ରାସ୍ତା ବହୁତ ପଥୁରିଆ ଥିଲା ଯାହାକୁ ଦେଖିଲା ପରେ ତାଙ୍କୁ ଟିକେ ଭୟ ହେଉ ଥିଲା । କିଛି ଦୂର ଗଲା ପରେ ତାଙ୍କ ପାଦରେ ଯନ୍ତ୍ରଣା ଆରମ୍ଭ ହୋଇ ଗଲା,  କିନ୍ତୁ ସେ ହାର ମାନିଲେ ନାହିଁ କିଛି ସମୟ ବିଶ୍ରାମ ନେବା ପରେ ସେ ପୁଣି ନିଜର ଯାତ୍ରା ଆରମ୍ଭ କଲେ ।

ବରଫରେ ଚାଲିବାର ପସନ୍ଦ ଥିଲା ତେଣୁ ସେ ବାଛିଲେ ମାଉଣ୍ଟ କିଲିମଞ୍ଜାରୋ:-

ସମନ୍ୟୁ ପୋଥୁରାଜୁ ର କହିବାର କଥା ଯେ, ତାଙ୍କୁ ପଥୁରିଆ ଆଉ ବରଫରେ ଚାଲିବା ବହୁତ ପସନ୍ଦ ଲାଗେ , ତେଣୁ ସେ ଏହି ମାଉଣ୍ଟ କିଲିମଞ୍ଜାରୋ କୁ ଚଢ଼ିବା ପାଇଁ ବାଛିଲେ । ନ୍ୟୁଜ ଏଜେନ୍ସି ANI ସହିତ କଥାବାର୍ତ୍ତା ସମୟରେ ସମନ୍ୟୁ କହିଲେ ଯେ ସେ ସାଉଥ ଏକଟର ପବନ କଲ୍ୟାଣ ଙ୍କର ଫେନ ଅଟନ୍ତି । ତାଙ୍କର ମା ତାଙ୍କୁ କଥା ଦେଇ ଥିଲେ ଯେ ସେ ଯେଉଁ ଦିନ ବିଶ୍ୱ ରେକର୍ଡ କରିବେ ତାଙ୍କୁ ତାଙ୍କ ମା ପବନ କଲ୍ୟାଣ ସହିତ ସାକ୍ଷାତ କରାଇବେ ।

ଏବେ ଅଷ୍ଟ୍ରେଲିଆ ଉପରେ ନଜର ଅଛି:-

ଆଫ୍ରିକା ପରେ ଏବେ ସମନ୍ୟୁ ଅଷ୍ଟ୍ରେଲିଆ ଉପରେ ନଜର କରିଛନ୍ତି । ସେ କହିଛନ୍ତି ଯେ ଏବେ ଆଗ ମାସ ସେ ଅଷ୍ଟ୍ରେଲିଆ ର ପିକ କୁ ଚଢି ସେ ବିଶ୍ୱ ରେକର୍ଡ କରିବେ । ତାଙ୍କର ଏହି ସଫଳତା ପରେ ତାଙ୍କର ମା ଙ୍କର କହିବା କଥା ଯେ ସେ ତାଙ୍କର ପୁଅର ଏହି ସଫଳତା କୁ ନେଇ ବହୁତ ଖୁସି ଅଛନ୍ତି ଯେ ତାଙ୍କ ପୁଅ ଏକ ବିଶ୍ୱ ରେକର୍ଡ କରି ପାରିଛି ।