IAS ଇଣ୍ଟରଭ୍ୟୁରେ ପଚରା ଯାଇଥିଲା ହିନ୍ଦୁ କିମ୍ବା ମୁସଲମାନଙ୍କ ମଧ୍ୟରୁ କାହାକୁ ସହଯୋଗ କରିବେ ? ଏହାର ଉତ୍ତର ଦେଇ ଝିଅ ଜଣଙ୍କ Select ହୋଇଥିଲେ ।

Spread the love

ପ୍ରତି ବର୍ଷ ଅନେକ ଲୋକ ରାତିଦିନ ପରିଶ୍ରମ କରି UPSC ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରନ୍ତି । ଏହି ପରିପ୍ରେକ୍ଷୀରେ କେହି କେହି ପ୍ରି ଏବଂ ମ୍ୟେନ ପରୀକ୍ଷାରେ ସଫଳ ହୋଇଯାଆନ୍ତି କିନ୍ତୁ ଯେତେବେଳେ ଇଣ୍ଟରଭ୍ୟୁର ସମୟ ଆସେ, ତେବେ ସେଥିରେ ଅସଫଳ ହୋଇଯାଆନ୍ତି । ଏହି ଇଣ୍ଟରଭ୍ୟୁରେ ଅଧିକାରୀ ଅନେକ ପ୍ରକାରର ଭିନ୍ନ ଭିନ୍ନ ପ୍ରଶ୍ନ ପଚାରି ପାର୍ଥିଙ୍କ ମସ୍ତିସ୍କ ପରୀକ୍ଷା କରିଥାନ୍ତି । ଏଥିମଧ୍ୟରୁ ଅନେକ ପ୍ରଶ୍ନ ପରିସ୍ଥିତିକୁ ନେଇ ପଚାରା ଯାଇଥାଏ । ଏହି ପରିପ୍ରେକ୍ଷୀରେ ଆମେ ଆଜି ୨୦୧୭ର ୟୁପିଏସସି ପରୀକ୍ଷାରେ ୩୫୦ ରେଙ୍କ ରଖିଥିବା ସାକ୍ଷୀ ଗର୍ଗଙ୍କ ଇଣ୍ଟରଭ୍ୟୁର କିଛି ପ୍ରଶ୍ନ ଆପଣଙ୍କ ପାଇଁ ଆଣିଛୁ । ସାକ୍ଷୀ ଯେତେବେଳେ ଇଣ୍ଟରଭ୍ୟୁ ଦେଇଥିଲେ, ସେହି ସମୟରେ ଅଧିକାରୀମାନେ ହିନ୍ଦୁ ମୁସଲିମଙ୍କୁ ନେଇ ଏକ ରୋଚକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସାକ୍ଷୀ ଚମତ୍କାର ରୂପରେ ଦେଇଥିଲେ ।

ଏହି ପ୍ରକାରର ହୋଇଥାଏ IAS ଇଣ୍ଟରଭ୍ୟୁ :

ପ୍ରଶ୍ନ :- ଚିନ୍ତା କରନ୍ତୁ ଆପଣ ଉତ୍ତର ପ୍ରଦେଶର କୌଣସି ଜିଲ୍ଲାରେ ଡ଼ିଷ୍ଟିକ ମାଜିଷ୍ଟ୍ରେଟ ହୋଇଯାଆନ୍ତି । ଗୋଟିଏ ଦିନ ଆପଣଙ୍କ ପାଖକୁ ହିନ୍ଦୁ ସମାଜ ଆସି କହିବେ ଆମକୁ ରାମ ନବମୀ ଦିନ ଶୋଭାଯାତ୍ରା ବାହାର କରିବାର ଅଛି । ଏବଂ ତା’ପର ଦିନ ମୁସଲିମ ସମାଜ ଆସି, ସେହି ଦିନ ସେହି ସମୟରେ ସେହି ରାସ୍ତାରେ ନିଜର ଶୋଭାଯାତ୍ର ବାହାର କରିବା ପାଇଁ କୁହନ୍ତି; ଏହି ପରିପ୍ରେକ୍ଷୀରେ ଆପଣ କଣ କରିବେ ?

ଏହାର ଉତ୍ତରରେ ସୃଷ୍ଟି କହିଥିଲେ ମୁଁ ଦୁଇ ଦଳର ଭାବନାକୁ ସମ୍ମାନ କରେ । କାରଣ ଏହି ଦୁଇ ଦଳ ନିଜ ନିଜ ସମାଜର ପ୍ରତିନିଧିତ୍ୱ କରନ୍ତି । ଏହି କାରଣରୁ ମୁଁ ଏହି ସ୍ଥିତିର ମୁକାବିଲା ପାଇଁ ମୁଁ ସେମାନଙ୍କ ଲିଡର ସହ କଥାବାର୍ତ୍ତା କରିବି । ପ୍ରଥମେ ମୁଁ ସେମାନଙ୍କୁ ରାମ ନବମୀ ଏବଂ ତାଜିୟା ପାଇଁ ଭିନ୍ନ ଭିନ୍ନ ରାସ୍ତା ବାଛିବା ପାଇଁ କହିବି । ଯଦି ସେମାନେ ଏଥିରେ ରାଜି ହୁଅନ୍ତି ନାହିଁ; ତେବେ ସେମାନଙ୍କୁ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସମୟରେ ଶୋଭାଯାତ୍ରା ବାହାର କରିବା ପାଇଁ କହିବି । ଏହିପରି ଦୁହିଁଙ୍କ ଧାର୍ମିକ ଭାବନାକୁ କୌଣସି ହାନି ହେବ ନାହିଁ ।

ଏହାପରେ ଅଧିକାରୀ କହିଥିଲେ ଯଦି ଦୁଇ ଦଳ ଏକ ସମୟରେ ଶୋଭାଯାତ୍ରା ବାହାର କରିବା ପାଇଁ ଜିଦ ଧରି ବସନ୍ତି; ତେବେ ଆପଣ କଣ କରିବେ ? ଏହି ପ୍ରଶ୍ନରେ ସୃଷ୍ଟି କହିଥିଲେ ରାଜ୍ୟର ଡିଷ୍ଟିକ ମାଜିଷ୍ଟ୍ରେଟ ହିସାବରେ ମୋ ପାଖରେ ଅଧିକାର ରହିଛି ମୁଁ ଦୁଇ ଦଳର ଶୋଭାଯାତ୍ରାକୁ ଏକ ସମୟରେ ବାହାର କରିବା ପାଇଁ ରୋକି ପାରିବି । ମୁଁ ସେମାନଙ୍କ ସାମ୍ନାରେ ସର୍ତ୍ତ ରଖିବି ଦୁଇ ଦଳ ଭିନ୍ନ ଭିନ୍ନ ସମୟରେ ନିଜ ନିଜ ଶୋଭାଯାତ୍ରା ବାହାର କରନ୍ତୁ ନଚେତ ଦୁହିଙ୍କ ଶୋଭାଯାତ୍ରାକୁ ମୁଁ ରୋକିବି ।

ଏହି ଉତ୍ତର ପରେ ଅଧିକାରୀ ପଚାରିଥିଲେ ଦୁଇ ଦଳକୁ ମନା କରିବା ପରେ ଯଦି ଆପଣ ଜାଣନ୍ତି ଗୋଟିଏ ଦଳର ଲିଡ଼ର ବିଧାୟକଙ୍କ ଭାଇ ଅଟନ୍ତି; ତେବେ ଆପଣ କଣ କରିବେ ? ଏହି ବିଧାୟକ ପ୍ରାୟତଃ ଆପଣଙ୍କ ସହ କଥାବାର୍ତ୍ତା କରନ୍ତି ଏବଂ ନିଜ ଭାଇର ସୁଫାରିସ ମଧ୍ୟ କରନ୍ତି ! ଏହି ପରିପ୍ରେକ୍ଷୀରେ ଆପଣ କଣ କରିବେ ? ଏହା ପରେ ସୃଷ୍ଟି କହିଥିଲେ ବିଧାୟକଙ୍କୁ ଜାଣିବା ସତ୍ତ୍ୱେ ଜଣେ ଡିଷ୍ଟିକ ମାଜିଷ୍ଟ୍ରେଟ ହିସାବରେ ମୋର ନିର୍ଣ୍ଣୟ ପୂର୍ବ ଭଳି ବଳବତ୍ତର ରହିବ । ଯଦି ଉଭୟ ଦଳ ଭିନ୍ନ ଭିନ୍ନ ସମୟରେ ଶୋଭାଯାତ୍ରା ପାଇଁ ରାଜି ହୁଅନ୍ତି ନାହିଁ; ତେବେ ମୁଁ ସେମାନଙ୍କୁ ଶୋଭାଯାତ୍ରା ବାହାର କରିବା ପାଇଁ ପରାମର୍ଶ ଦେବି ନାହିଁ ।

ଏହା ପରେ ଅଧିକାରୀ କହିଥିଲେ, ବିଧାୟକ ଆପଣଙ୍କ କଥାରେ ରାଜି ହୋଇଯାଆନ୍ତି କିନ୍ତୁ ବର୍ତ୍ତମାନ ଯଦି ମଣ୍ଡଳ ଆୟୁକ୍ତ ଯିଏ ଆପଣଙ୍କ ଠାରୁ ଦଶ ବର୍ଷ ସିନିୟର ଅଟନ୍ତି, ସେ ଆପଣଙ୍କ ପାଖକୁ ଆସି କୁହନ୍ତି ଗୋଟିଏ ଦଳକୁ ଶୋଭାଯାତ୍ରା ବାହାର କରିବା ପାଇଁ ପରାମର୍ଶ ଦିଅନ୍ତୁ ଏବଂ ଅନ୍ୟ ଦଳକୁ ପରାମର୍ଶ ଦିଅନ୍ତୁ ନାହିଁ; ତେବେ ଆପଣ କଣ କରିବେ ? ମନେ ରଖନ୍ତୁ ସେ ଆପଣଙ୍କ ସିନିୟର ଅଟନ୍ତି ପ୍ରତିଦିନ ମିଟିଙ୍ଗରେ ଆପଣଙ୍କ ସହ ରୁହଁନ୍ତି । ଏହି ପ୍ରଶ୍ନର ଉତ୍ତରରେ ସୃଷ୍ଟି କହିଥିଲେ, ମୁଁ ସେହି ସମୟରେ ମୋ ସିନିୟରଙ୍କୁ ବିନତି କରିବି; ଆପଣ ମୋତେ ଏହି ବିଷୟ ଲିଖିତ ଦିଅନ୍ତୁ, ଯାହାଫଳରେ ପରେ ଯଦି ଏହି ବିଷୟରେ କୌଣସି ଦଙ୍ଗା ହୁଏ; ତେବେ ଏହି ବିଷୟରେ ମୁଁ ଦାୟୀ ନୁହେଁ ।

ଅଧିକାରୀ ସେହି ସମୟରେ କହିଥିଲେ, ଲିଖିତ ରୂପରେ ଆପଣ ମାଗିଲେ ସେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣଙ୍କ ଚରିତ୍ର ଉପରେ ଖରାପ ଛବି ପକାଇ ପାରନ୍ତି; ଯାହାଫଳରେ ଆପଣଙ୍କ ପ୍ରମୋସନ ଖରାପ ହୋଇପାରେ । ଏହାର ଉତ୍ତରରେ ସୃଷ୍ଟି କହିଥିଲେ, ମୋର ପ୍ରମୋସନ ମୋ କାର୍ଯ୍ୟ ଉପରେ ନିର୍ଭର କରେ । ଜାଣିଛି ଏହିପରି କ୍ଷେତ୍ରରେ ରାଜନୈତିକ ଚାପ ମଧ୍ୟ ଆସିପାରେ କିନ୍ତୁ ଯଦି କୌଣସି ଭୁଲ କାର୍ଯ୍ୟ କରେ ଏହାର ପ୍ରଭାବ ମୋର କାର୍ଯ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିବ । ତେଣୁ ମୁଁ ଲିଖିତ ରୂପରେ ଦେବା ପାଇଁ ଜିଦରେ ଅଟଳ ରହିବି ।