WHO କରୋନା ଭାଇରସକୁ ନେଇ ଦେଲା ଚେତାବନୀ ! କହିଲା ବହୁତ ଘାତକ ଚରଣରେ ପହଞ୍ଚି ଯାଇଛୁ ଆମେ !

Spread the love

କରୋନା ଭାଇରସ ସଂକ୍ରମଣ ନିଜ ଘାତକ ଚରଣରେ ପହଞ୍ଚି ଯାଇଛି ଏବଂ ଦୁନିଆରେ କରୋନାରୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୭ ଲକ୍ଷରୁ ଅଧିକ ପହଞ୍ଚି ସାରିଛି । କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଭାଇରସ ବହୁତ ଭୟଙ୍କର ଚରଣରେ ପହଞ୍ଚି ଯାଇଛି । ଯଦ୍ୱାରା ଅବସ୍ଥା ଆହୁରି ଗମ୍ଭୀର ହେବାକୁ ଲାଗିଛି । ବାସ୍ତବରେ କରୋନାର ବୃଦ୍ଧି ହେଉଥିବା ମାମଲାକୁ ଲକ୍ଷ୍ୟ କରି WHO ଏହା କହିଛି । କରୋନା ମାମଲା ବୃଦ୍ଧି ଯୋଗୁଁ କରୋନା ଭାଇରସରୁ ଦଶଗୁଣ ଅଧିକ ବିପଦ ସୃଷ୍ଟି ହୋଇଛି ଏବଂ କରୋନା ଭାଇରସ ଦ୍ଵାରା ବର୍ତ୍ତମାନ ଅଧିକ ମାତ୍ରାରେ ଜନସାଧାରଣ ପ୍ରଭାବିତ ହେବାକୁ ଯାଉଛନ୍ତି ।

google

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଡ଼ାଇରେକ୍ଟର ଜେନେରାଲ ଟେଦ୍ରୋସ ଅଧାନୋମ ଗେବ୍ରେୟେସସ ଶୁକ୍ରବାର ଦିନ ଏହା ବିଷୟରେ ସୂଚନା ଦେଇଛନ୍ତି, ଏବଂ କହିଛନ୍ତି ଯେ, ଆମେ ନୂତନ ଓ ଭୟଙ୍କର ଚରଣରେ ପହଞ୍ଚି ସାରିଛୁ । ଏକ ଦିନରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଯୋଗୁଁ ସଂକ୍ରମିତ ହେଉଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମାମଲା ଆମେରିକାର ଅଟେ । ଅନ୍ୟପଟେ ଏସିଆ ଓ ମଧ୍ୟପୂର୍ବ ମହାଦେଶରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି ଏବଂ ଏଠାରୁ ଅଧିକ ମାମଲା ଆସୁଅଛି । ଜେନିଭାରେ ଭର୍ଚୁଆଲ ପ୍ରେସ ବାର୍ତ୍ତା କରି ଟେଦ୍ରୋସ ସାରା ଜଗତକୁ କରୋନାକୁ ନେଇ ଚେତାବନୀ ଦେଇଛନ୍ତି ।

google

ସ୍ପେନିଶ ଫ୍ଲୁ ଭଳି ବ୍ୟାପୁଛି କରୋନା

କରୋନାକୁ ସ୍ପେନିଶ ଫ୍ଲୁ ସହ ଯୋଡ଼ି ଦେଖାଯାଉଛି । ବାସ୍ତବରେ ସ୍ପେନିସ ଫ୍ଲୁ ମଧ୍ୟ କରୋନା ଭଳି ବ୍ୟାପିଥିଲା । ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ସ୍ପେନିଶ ଫ୍ଲୁ ଭଳି କରୋନା ଭାଇରସ ମଧ୍ୟ ଗୋଟିଏ ପରେ ଗୋଟିଏ ଅନେକ ଚରଣରେ ଆସିବ । ୧୯୧୮ ରେ ସ୍ପେନିସ ଫ୍ଲୁ ବିଶ୍ୱରେ ହଲଚଲ ସୃଷ୍ଟି କରିଦେଇଥିଲା । ଟେଦ୍ରୋସ ମଧ୍ୟ ସ୍ପେନିସ ଫ୍ଲୁ ବିଷୟରେ ଆଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ, ୧୯୧୮ ରେ ବ୍ୟାପିଥିବା ସ୍ପେନିସ ଫ୍ଲୁ ରୋଗ ଗୋଟିଏ ପରେ ଗୋଟିଏ ହୋଇ ଏହିପରି ତିନିଥର ଫେରିଥିଲା । ଏଥିପାଇଁ ଯେପରି ହିଁ ଲୋକମାନେ ଅସାବଧାନ ହେବେ କରୋନାର ହ୍ରାସ ହେଉଥିବା ବିପଦ ପୁଣିଥରେ ଫେରି ଆସିବ ଏବଂ ଅଧିକ ପ୍ରଭାବୀ ହୋଇ ଫେରିବ ।

google

ସ୍ପେନିସ ଫ୍ଲୁ ବ୍ୟତୀତ ୧୯୫୭ ଓ ୧୯୬୮ ରେ ଯେଉଁ ଫ୍ଲୁ ବ୍ୟାପିଥିଲା ତାହା ମଧ୍ୟ ପୁଣିଥରେ ଫେରି ଆସିଥିଲା । ଲଣ୍ଡନର ଇମ୍ପେରିୟାଲ କଲେଜର ରେସ୍ପନ୍ସ ଦଳ ଅନୁଯାୟୀ କରୋନା ମଧ୍ୟ ଚରଣରେ ଆସିପାରେ ଯେପରିକି ଅନ୍ୟ ମହାମାରୀ ଗୁଡ଼ିକ ପୁଣିଥରେ ଫେରି ଆସିଥାଏ ।

ଏଣ୍ଟିବଡ଼ି ମୁଖ୍ୟ ଭୂମିକା ବହନ କରିବ କି ?

ଯେଉଁ ଲୋକମାନେ କରୋନା ରୋଗରେ ପୀଡ଼ିତ ଅଛନ୍ତି ତାଙ୍କ ଶରୀରରେ ଏଣ୍ଟିବଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ରହିବ । ଏଣ୍ଟିବଡ଼ି କାରଣରୁ ଭାଇରସର ପ୍ରଭାବ କମିଯାଏ । ଏମିତିରେ ଯଦି ଏଣ୍ଟିବଡ଼ି ବା ପ୍ରତିଷେଧକ ଶେଷ ହେବା ପାଇଁ ୨ ବର୍ଷ ଲାଗେ ତେବେ ଏହା ଦୁଇ ବର୍ଷ ପରେ ପୁଣିଥରେ ଫେରିବ । ଯଦି ବର୍ଷଯାକ କିମ୍ବା କିଛି ମାସ ମଧ୍ୟରେ କୋଭିଡ଼-୧୯ ବିରୁଦ୍ଧରେ ଏଣ୍ଟିବଡ଼ି ଦୁର୍ବଳ ପଡ଼ିଯାଏ ତେବେ ଏହା ଖୁବଶୀଘ୍ର ଫେରି ଆସିବ ।

google

ଚୀନ ଓ ଆମେରିକାର ବୈଜ୍ଞାନିକ ମାନେ ଏଣ୍ଟିବଡ଼ିକୁ ନେଇ ଏକ ଅଧ୍ୟୟନ କରିଛନ୍ତି ଯାହାକି ବୁହାନର ସେହି ସମସ୍ତ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଉପରେ କରାଯାଇଛି, ଯେଉଁମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ । ଏହି ଅଧ୍ୟୟନ ଅନୁସାରେ ପାଖାପାଖି ୨୩,୦୦୦ ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହି ୨୫ ପ୍ରତିଶତରେ କେବଳ ୪ ପ୍ରତିଶତ ଲୋକ ମାନଙ୍କଠାରେ ହିଁ ଏଣ୍ଟିବଡ଼ି ମିଳିଛି ଅର୍ଥାତ କରୋନା ହେବା ପରେ ସମସ୍ତ ବ୍ୟକ୍ତିଙ୍କ ଶରୀରରେ ଏଣ୍ଟିବଡ଼ି ତିଆରି ହୋଇପାରୁ ନାହିଁ କିମ୍ବା ଅଳ୍ପ ସମୟ ମଧ୍ୟରେ ଏହାର ପ୍ରଭାବ ଶେଷ ହୋଇଯାଉଛି ।

ଏହି କାରଣରୁ ବ୍ୟାପୁଛି କରୋନା ଭାଇରସ

ଯେଉଁ ଦେଶ ମାନଙ୍କରେ ବର୍ତ୍ତମାନ ଲକଡାଉନ ଖୋଲି ଦିଆଯାଇଛି । ସେହି ସ୍ଥାନ ମାନଙ୍କରେ କରୋନା ଭାଇରସ ବ୍ୟାପିବା ବିପଦ ଆହୁରି ଅଧିକ ବଢ଼ି ଯାଇଛି । ଦୁର୍ବଳ ଅର୍ଥବ୍ୟବସ୍ଥା କାରଣରୁ ଅନେକ ଦେଶ ଲକଡାଉନ ଖୋଲିବା ପାଇଁ ବାଧ୍ୟ ହୋଇଯାଇଛନ୍ତି । ୟୁରୋପର ଅନେକ ଗୁଡ଼ିଏ ଦେଶରେ ବବଲ ଟ୍ରେଭଲ ଆରମ୍ଭ କରିଦେଇଛି । ଏହା ଅନୁସାରେ ଅପେକ୍ଷାକୃତ ସୁରକ୍ଷିତ ଦେଶର ଲୋକମାନେ ଏକ ଦେଶରୁ ଆଉ ଏକ ଦେଶକୁ ଯାତ୍ରା କରିପାରିବେ । ସେପଟେ ଆମେରିକାରେ ମଧ୍ୟ ଆଂଶିକ ସ୍ତରରେ ଲକଡାଉନ ରହିଛି । ଯେବେକି ଭାରତରେ ଲକଡାଉନକୁ ଅନେକ ପର୍ଯ୍ୟାୟରେ ଖୋଲିବା ପ୍ରକ୍ରିୟା ଜାରି ରହିଛି । WHO ଲକଡାଉନ ଖୋଲିବାକୁ ସଂକ୍ରମଣ ବଢିବାର କାରଣ ବୋଲି କହିଛି ।