କିଏ ଏହି ଝିଅ ! ସଲମାନ ଖାନ୍ ବିନା ଗଞ୍ଜିରେ ବୁଲୁଥିଲେ ଦେଖନ୍ତୁ ଦୁର୍ଲଭ ଚିତ୍ର ।

Spread the love

ସଲମାନ ଖାନ୍ ବଲିଉଡ଼ରେ ନିଜର ଭିନ୍ନ ଧରଣର ପରିଚୟ ସୃଷ୍ଟି କରିଛନ୍ତି । ସଲମାନଙ୍କ ପ୍ରତିଟି ଚଳଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥାଏ । ଗ୍ଲାମେରସ୍ ଦୁନିଆକୁ ଛାଡ଼ିବା ପରେ ମଧ୍ୟ ସଲମାନ ନିଜର ବନ୍ଧୁତ୍ୱ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହିପରି ବନ୍ଧୁତ୍ୱ ସମ୍ପର୍କ ଅଭିନେତ୍ରୀ ବୀଣା କାକ ଏବଂ ପରିବାର ସହିତ ମଧ୍ୟ ରହିଛି । ନିକଟରେ ବୀଣା ନିଜର ଇଂଷ୍ଟାଗ୍ରାମରେ ଝିଅ ଅମୃତା କାକଙ୍କ ଵିଵାହର କିଛି ଚିତ୍ର ସେୟାର କରିଛନ୍ତି । ଏହି ଫୋଟରେ ସଲମାନ ଖାନ୍ କିଛି ଏହିଭଳି ନିଆରା ଡଙ୍ଗରେ ନଜରକୁ ଆସିଛନ୍ତି ଯାହା ଆପଣ ପୂର୍ବରୁ ଦେଖିନଥିବେ ।

ସଲମାନ ଖାନ୍ ବୀଣାଙ୍କ ଝିଅଙ୍କୁ ନିଜ ଭଉଣୀ ରୂପେ ମାନନ୍ତି । ଏହି ପରିପ୍ରେକ୍ଷିରେ ସଲମାନ ଖାନ୍ ନିଜ ଭାଇର ସମ୍ପର୍କ ଦର୍ଶାଇବା ପାଇଁ ଅମୃତାଙ୍କ ଵିଵାହରେ ଯୋଗ ଦେଇଥଲେ । ଫୋଟ ସେୟାର କରିବା ସମୟରେ ବୀଣା ଲେଖିଛନ୍ତି ଆଜିଠାରୁ ପ୍ରାୟ ୯ ବର୍ଷ ପୁର୍ବେ ମୋ ଘରେ ବନ୍ଧୁ ସଂପର୍କୀୟରେ ଭରି ରହୁଥିଲା । “ଏମାନେ ସମସ୍ତେ ଛୋଟି ଏବଂ ରିଜୁର ଵିଵାହର ପ୍ରସ୍ତୁତିରେ ଲାଗିଥିଲେ । ୨୮ ମଇର ସକାଳେ ହଳଦୀ ଏବଂ ମେହେନ୍ଦୀ ପରମ୍ପରା ଥିଲା, ତା’ପର ଦିନ ଚୁଡା ସେରିମନି ଥିଲା । ଏହି ପେରିପ୍ରେକ୍ଷିରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଚାହୁଁଛି, ଯେଉଁମାନେ ମୋ ଝିଅକୁ ଆଶୀର୍ବାଦ କରିଛନ୍ତି । ମୁଁ ଛୋଟି, ରିଜୁ ଏବଂ ଜବାହାରର ସୁଖ ପୂର୍ଣ୍ଣ ଜୀବନ ନିମନ୍ତେ ଆଶା ପ୍ରକାଶ କରୁଛି । ମିସ୍ ୟୁ ଗାଏଜ ।”

ବୀଣା ବିବାହର ଯେଉଁ ଫୋଟ ଗୁଡିକ ସେୟାର କରୁଛନ୍ତି, ସେଥିରେ ସଲମାନ ଖାନ୍ ଏକ ଭିନ୍ନ ଧରଣର ରୂପରେ ଦେଖିବା ପାଇଁ ମିଳିଛନ୍ତି । ଏହି ଚିତ୍ର ଗୁଡିକ ବିବାହର ହୋଇ ଥିବାବେଳେ ସଲମନ ଖାନ୍ ସାର୍ଟ ନ ପିନ୍ଧି ଗଞ୍ଜିରେ ବୁଲୁ ଥିବାର ନଜର ଆସିଛନ୍ତି । ଗଞ୍ଜି ସହ ସେ କଳା ଚଷମା ଏବଂ ଗ୍ରେ ରଙ୍ଗର ଟୋପି ପିନ୍ଧି ଥିବାର ଦେଖିବା ପାଇଁ ମିଳିଥିଲା । ଅନ୍ୟ ଏକ ଚିତ୍ରରେ ସଲମାନ ଖାନ୍ ନିଜ ଭହୁଣୀ ଅମୃତାଙ୍କ ପାଦ ସ୍ପର୍ଶ କରିବାର ଦେଖିବାକୁ ମିଳଛି । ଅନ୍ୟ ଏକ ଫୋଟରେ କ୍ୟାଟ୍ରିନା କ୍ୟାଫଙ୍କୁ ମଧ୍ୟ ଆପଣମାନେ ଦେଖୁ ପାରୁଥିବେ, ଏହି ଚିତ୍ର ଦେଖିବା ପରେ ଆପଣ ମାନେ ଭାବୁଥିବେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଭବିଷ୍ୟତରେ ବିବାହ ହୋଇପାରେ । ଏଠାରେ ଆମେ କହି ରଖିବା ପାଇଁ ଚାହୁଁଛୁ, ସଲମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ବ୍ରେକଅଫ ହୋଇ ଯାଇଛି ।

ବୀଣା ଏହି ଫୋଟ ଗୁଡିକ ସେୟାର କରିବା ପରେ ଇଣ୍ଟରନେଟରେ ଫୋଟ ଗୁଡିକ ଭାଇରଲ ହେବାକୁ ଲାଗିଛି । କିଛି ଲୋକ ଫୋଟ ଗୁଡିକ ଦେଖିବା ପରେ ସଲମନଙ୍କ
ଷ୍ଟାଇଲକୁ ପସନ୍ଦ କରିଥିବା ବେଳେ କଛି ଲୋକ ଭାବିଛନ୍ତି କିପରି ଜଣେ ବ୍ୟକ୍ତି ବିନା ସାର୍ଟ ପିନ୍ଧି ବିବାହ ଉତ୍ସବରେ ଯୋଗ ଦେଇ ପାରନ୍ତି ।