ପୃଥିବୀରେ ଏପରି କେଉଁ ଶତ୍ରୁ ରହିଛି; ଯାହାର ବୋଧ କରିବା ପାଇଁ ଭଗବାନଙ୍କୁ “କଲ୍ଲକୀ” ଅବତାର ନେବାକୁ ପଡିବ ! ଆସନ୍ତୁ ଜାଣିବା ।

Spread the love

ଯେବେ ଯେବେ ଏହି ପୃଥିବୀରେ ପାପର ସ୍ତର ବଢିଛି, ସେହି ସନ୍ଧି ମୁହୂର୍ତ୍ତରେ ଭଗବାନ ବିଷ୍ଣୁ ଭିନ୍ନ ଭିନ୍ନ ରୂପ ନେଇ ଏହି ପୃଥିବୀରେ ଅବତରଣ ହୋଇଛନ୍ତି ଏବଂ ଦୃଷ୍ଟମାନଙ୍କୁ ନାଶ କରିଛନ୍ତି ! ହିନ୍ଦୁ ଧର୍ମ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଆଜି ପର୍ଯ୍ୟନ୍ତ ମୋଟ ନଅଟି ଅବତାର ନେଇଛନ୍ତି । ତାଙ୍କର ଦଶମ ଅବତାର (କଳ୍କୀ) କଳିଯୁଗରେ ନେବେ ବୋଲି କୁହାଯାଇଛି ।

ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ କହିବାକୁ ଯାଉଛୁ ଯେ, ଯେବେ ଭଗବାନ କଳ୍କୀ ଅବତାର ନେବେ ତୋ ସେ ଏହି ପୃଥିବୀରେ କେଉଁ ଶତ୍ରୁମାନଙ୍କୁ ବଧ କରିବା ପାଇଁ ଅବତାର ନେବେ ? ଯଦି ଆପଣ ଜାଣି ନାହାନ୍ତି, ତେବେ ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ ।

କଳ୍କୀ ଅବତାର:- ଭଗବାନ ବିଷ୍ଣୁଙ୍କ ଶେଷ ଓ ଦଶମ ଅବତାର ହେବ କଳ୍କୀ ଅବତାର । ଏହି ଅବତାର ପ୍ରଭୁ ବିଷ୍ଣୁଙ୍କ ନିଷ୍କଳଙ୍କ ଅବତାର ରୂପେ ଜଣାଯିବ । ଏହି ଅବତାରରେ ଅର୍ଥାତ କଳ୍କୀ ଅବତାରରେ ଭଗବାନ ୬୪ଟି କାଳରେ ପରିପୂର୍ଣ୍ଣ ରହିବେ । ହିନ୍ଦୁ ଧର୍ମ ଅନୁସାରେ ବିଶ୍ୱାସ କରାଯାଏ ଯେ, କଲ୍କିର ଜନ୍ମ ପରେ ହନୁମାନ, ପର୍ଶୁରାମ, ଅଶ୍ଵସ୍ଥାମା ଆଦି ଆଠଟି ଚିରଞ୍ଜିବି ମହାପୁରୁଷ ମଧ୍ୟ ଦୁନିଆ ସମ୍ମୁଖକୁ ଆସିବେ । କୁହାଯାଏ କି ଆଜି ମଧ୍ୟ ଏହି ଆଠଟି ମହାପୁରୁଷ ଜୀବିତ କିନ୍ତୁ ଗୁପ୍ତ ରୂପରେ ।

ଭଗବାନ କଳ୍କୀ ଅବତାରରେ କେଉଁମାନଙ୍କୁ ସଂହାର କରିବେ :

କହିବାକୁ ଗଲେ ସେହି ଲୋକଙ୍କ ବଧ ହେବ ଯେଉଁମାନେ ନିଜକୁ ଭଗବାନଙ୍କ ସ୍ୱୟଂ ଅବତାର ବୋଲି ନିଜକୁ ପ୍ରମାଣ କରନ୍ତି । ଆପଣମାନେ ମଧ୍ୟ ଟିଭି ନ୍ୟୁଜ ଗୁଡ଼ିକରେ ଦେଖିଥିବେ ଏବଂ ଆପଣଙ୍କୁ ଜଣା ମଧ୍ୟ ଥିବ କିଏ ଅଟନ୍ତି ସେହି ଲୋକମାନେ । ସେ ହିନ୍ଦୁ ହୁଅନ୍ତୁ ବା ଆଉ କେହି ଅଧର୍ମୀମାନଙ୍କ ବିନାଶ ହେବ ଏବଂ ପରେ ପୁଣିଥରେ ଧର୍ମର ସ୍ଥାପନା ହେବ, ତେବେ ମନ୍ଦିର ମଧ୍ୟ ଥିବ ଏବଂ ଭଗବାନ ମଧ୍ୟ ଥିବେ ।

ପୁଣିଥରେ ସତ୍ୟ ଯୁଗର ଆରମ୍ଭ ହେବ ଓ ଗାଈଙ୍କ ରକ୍ଷା ହେବ କିନ୍ତୁ ବର୍ତ୍ତମାନ ସମୟ ଅଛି । ଈଶ୍ୱର ସମୟ ମଧ୍ୟ ଦେଉଛନ୍ତି ଯେ, ଆପଣଙ୍କ ପାପର ମାଠିଆ ପୂର୍ଣ୍ଣ ହୋଇଯାଉ ଏବଂ ଯେବେ ମାଠିଆ ଭାଙ୍ଗିବ ଏବଂ ପାପୀ ମାନଙ୍କୁ ମଧ୍ୟ ଡୁବେଇ ନେବ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, “ରାଜାର ବେଶରେ ଛଳ ଲମ୍ପଟକାରୀମାନେ ଥିବ” ଅର୍ଥାତ ଏହା ଯେ, ଏପରି ଲୋକଙ୍କ ହାତରେ ଶାସନ ଭାର ଥିବା ଯାହାଙ୍କ ନିଜର କୌଣସି ଧର୍ମ ନ ଥିବ ନା ହିଁ କୌଣସି ଜ୍ଞାନ ଥିବା । ତାଙ୍କର ଧର୍ମ କେବଳ ଶାସନ ନିଜ ହାତକୁ ନେବାକୁ ଏବଂ ସେମାନେ ପରସ୍ପରକୁ ଧର୍ମ ଏବଂ ଜାତି ନାମରେ କନ୍ଦଳ ବା ଲଢେଇ ଲଗାଇବେ ଏବଂ ବ୍ରାହ୍ମଣଙ୍କ ଜାତି ନାମ ମାତ୍ର ହୋଇ ରହିଯିବ ।

ଗୋଟିଏ କଥା ଏଥିରେ ସ୍ପଷ୍ଟ ଭାବରେ ଜଣାଇ ଦେଉଛୁ ଯେ ବ୍ରାହ୍ମଣ ନାମର ପ୍ରୟୋଗ ଏଠାରେ ଜାତି ପାଇଁ ନୁହେଁ ବରଂ ଧର୍ମ ପାଇଁ ବ୍ୟବହାର କରାଯାଇଛି ।