ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁସାନଙ୍କୁ ସ୍ପାଇନଲେସ ବା ଅମେରୁଦଣ୍ଡୀ କହଲେ ପ୍ରକୃତି । ବାବୁସାନଙ୍କ ନାଁ ଶୁଣି ଇଗ୍ନୋର କଲେ , ଚିହିଁକି ଉଠିଲେ । ବାବୁସାନ ପ୍ରକୃତି ବିବାଦ କୁ ଅନେକ ଦିନ ବିତିଚି ସତ କିନ୍ତୁ ଏ ବିବାଦ ର ନିଆଁ ଏଯାଏଁ ଲିଭିନି । ଆଉ ଏକଥା ପ୍ରକୃତିଙ୍କ କଥାରୁ ସ୍ପଷ୍ଟ ହୋଇଛି । ପ୍ରକୃତିଙ୍କ ନୂଆ ଓଡିଆ ଫିଲ୍ମ କଫି ସପ୍ ପ୍ରେମର ଆରମ୍ଭ ବେଳେ ପ୍ରକୃତି ଓଡ଼ିଆ ଫିଲ୍ମ ବିଷୟରେ କିଛି କହିଥିଲେ ।
ଏହା ସହ ଦମନ ଫିଲ୍ମ ଦେଇଛନ୍ତି କି ନାହିଁ ପଚାରିବାରୁ ତାଙ୍କୁ ସମୟ ନମିଳିବାରୁ ସେ ଫିଲ୍ମ ଦେଖିନାହାନ୍ତି ବୋଲି କହିଥିଲେ । ଅନ୍ୟପଟେ ଦମନ ଫିଲ୍ମ ବିଷୟରେ ଅଧିକ ପଚାରିବାରୁ ସେ ତାଙ୍କ ଫିଲ୍ମ ବିଷୟରେ ପଚାରିବାକୁ କହିଥିଲେ । କେବଳ ଏତିକି ନୁହେଁ ବାବୁସାନଙ୍କ ନାଁ ଶୁଣି ଅଜବ ରିୟାକସୋନ ଦେଇଥିଲେ ପ୍ରକୃତି ।
ସେହିପରି ବାବୁସାନଙ୍କ ନାଁ ଶୁଣିବା ପରେ କିଏ କିଏ ବୋଲି ବାରମ୍ବାର ପଚାରିଥିଲେ । ଏଥିରୁ ଜଣା ପଡୁଛି ଯେ ବାବୁସାନଙ୍କ ଉପରେ ଏବେବି ନାରାଜ ଅଛନ୍ତି ପ୍ରକୃତି । ଏହା ସହ ତାଙ୍କୁ ସ୍ପାଇନଲେସ କହିବାକୁ ମଧ୍ୟ ପଛାଇ ନଥିଲେ । କିଛି ମାସ ପୂର୍ବରୁ ବାବୁସାନ ଏବଂ ପ୍ରକୃତି ଚେନ୍ନାଇ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ଏବଂ ପ୍ରକୃତିଙ୍କ ମଧ୍ୟରେ ପଚାସା ହୋଇଥିଲା ।
ପରେ ଏହି ଘଟଣାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ପ୍ରକୃତିଙ୍କ ନାଁ ରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅନେକ ସଂଘୀନ ଅଭିଯୋଗ ଆଣିଥିଲେ । ପରେ ପ୍ରକୃତିଙ୍କ ପରିବାର ମଧ୍ୟ ତୃପ୍ତି ଏବଂ ତାଙ୍କ ବାପାଙ୍କ ନାଁ ରେ ଏତଲା ଦେଇଥିଲେ । ଘଟଣାଟି କିଚି ଦିନ ପରେ ଶାନ୍ତ ପଡିଥିଲା । କିନ୍ତୁ ସେ ଘଟଣାର ନିଆଁ ଏବେ ପ୍ରକୃତିଙ୍କ ମନରେ ଘର କରିତିବା ସ୍ପଷ୍ଟ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।