କିଏ ପଶିଛ କମ୍ବଳ ଭିତରେ ମୁହଁ ଟିକେ ଦେଖାବେ ।

u90

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କମ୍ବଳ ଉଠାରେ କିଏ କିଏ କମ୍ବଳ ତଳେ ପଶିଥିଲେ ଟିକେ ଭଲ କରି ଦେଖିବା । ଏମିତି ଏକ ବୟାନ ଦେଇଥିଲେ ସୁନ୍ଦରୀ ଅର୍ଚ୍ଚନା ଉପରେ କଂଗ୍ରେସର ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତ ରାୟ ବା ସୁର ଭାଇ । ଆଉ ଆଜି ଯେତେବେଳେ ଇଡି ଜଣକ ପରେ ଜଣକୁ ଜେରା କରୁଛି ।

ଆଉ ଠିକ୍ ସେତିକିବେଳେ ଅର୍ଚ୍ଚନା ଅର୍ଚ୍ଚନାର ସ୍ୱାମୀ ଜଗା ଅର୍ଚ୍ଚନାର ବନ୍ଧୁ ଖଗା ଅର୍ଚ୍ଚନାର ସହଯୋଗୀ ଶ୍ରନ୍ଧାଞ୍ଜଳି , ବ୍ୟବସାୟୀ ଅମ୍ୟକାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାର ଡ୍ରାଇଭର ଚନ୍ଦୁ, ଖଗାର ବ୍ୟବସାୟୀକ ବନ୍ଧୁ ଚନ୍ଦନ, ଅଭିନାଶ , ପ୍ରଯୋଜକ ଅକ୍ଷୟ ପରିଜା ଓ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦକୁ ଜେରା କରିଛି ଇଡି ।

Archana Nag

ଆଉ ଏହାରି ଭିତରେ କେତେବେଳେ ସେ ବଡ ବଡିଆ ବାବୁ ଆସିବେ ତାଙ୍କୁ ସମସ୍ତେ ନଜର କରିଛନ୍ତି । ଆଉ ଯେତେବେଳେ ଏହି କେରାଣ୍ଡି କେରାଣ୍ଡି କୁ ଧରି ବାହା ବାହା ନେଉଛି ଇଡି ସେତେବେଳେ ବଡ ବଡ ଭାକୁର, ରୋହି, ଇଲିସି କେବେ ଆସିବେ ସେତବେଳ ଯାଏ ସମସ୍ତେ ଅପେକ୍ଷା କରିଛନ୍ତି । ଆଉ ଏମାନଙ୍କ ପାଖରୁ ଇଡି କିଛି ତଥ୍ୟ ଉଗାଳୁଥିବା ବେଳେ ଲୋକେ କହିଲେଣି କମଳ ଉଠାଉରେ କମଳ ତଳେ କିଏ କିଏ ଟିକେ ଭଲ ଭାବରେ ଦେଖିବା ।

ଆଉ ଇଡି ଯେଉଁ ୩୨ ଜଣକୁ ନୋଟିସ କରିଛି କ’ଣ ଏହି ଛୋଟ ଛୋଟ କେରାଣ୍ଡି ନା ବଡ ବଡ ରୋହି, ଭାକୁର, ଇଲିସି ଅଛନ୍ତି । ଏମାନଙ୍କୁ ଆଣରେ ନହେଲେ ଟିକେ କମ୍ବଳ ଟେକରେ କମ୍ବଳ ତଳେ କିଏ କିଏ ଟିକେ ଭଲ ଭାବରେ ଦେଖିବା । ଏମିତି କିଛି ଲୋକ ଏବେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *