କେଉଁ ଲୋକମାନଙ୍କୁ ସବୁଠାରୁ ଅଧିକ ହାର୍ଟଆଟାକ ଓ କାର୍ଡିଆକ ଅରେଷ୍ଟ ହୋଇଥାଏ, ଆସନ୍ତୁ ଜାଣିବା !

Spread the love

ଖୁବ ଜୋରରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମନୁଷ୍ୟ ପାଇଁ ସବୁଠାରୁ ବିପଦଜନକ ରୋଗମାନଙ୍କ ମଧ୍ୟରେ ହୃଦଘାତ ଅନ୍ୟତମ ଅଟେ ।

ମନୁଷ୍ୟକୁ ହେଉଥିବା ରୋଗମାନଙ୍କ ମଧ୍ୟରେ ହୃଦଘାତ ସବୁଠାରୁ ବିପଦଜନକ ରୋଗ ଅଟେ । ଏଥିରେ ମୃତ୍ୟୁବରଣ କରୁଥିବା ସଂଖ୍ୟା ଆଜିକା ସମୟରେ ବହୁତ ଦୃତଗତିରେ ବଢି ଚାଲିଛି । ସେଥିପାଇଁ ନିଜ ହୃଦୟର ଯତ୍ନ ନେବା ଆମ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଅନେକ ଥର ଲୋକମାନେ ହୃଦୟ ଜନିତ ରୋଗର ପ୍ରାଥମିକ ଲକ୍ଷଣ ଗୁଡିକୁ ଅଣଦେଖା କରି ଦିଅନ୍ତି । ଏହି ଅବହେଳାର ଫଳାଫଳ ସମୟ ସମୟରେ ମୃତ୍ୟର କାରଣ ହୋଇଥାଏ ।

କେଉଁମାନଙ୍କ ପାଇଁ ଅଧିକ ବିପଦଜନକ :

ହୃଦଘାତ ରୋଗର ପ୍ରାଥମିକ ଲକ୍ଷଣକୁ ବୁଝି ଏଥିରୁ ମୁକ୍ତି ପାଇପାରିବେ । ହୃଦ ରୋଗ ଏକ ବଂଶାନୁକ୍ରମିକ ରୋଗ । ଏହା ସଙ୍ଗେ ସଙ୍ଗେ ମୋଟପଣର ଶିକାର ହୋଇଥିବା ଲୋକଙ୍କୁ, ଉଚ୍ଚ ରକ୍ତଚାପ, ମଧୁମେହ, ଶାରୀରିକ ବ୍ୟାୟାମ ନ କରିବା, ଏକ ଗତିହୀନ ଜୀବନଶୈଳୀ ରୋଗ ଭଳି ଜୀବନ ବିତାଉଥିବା ଲୋକମାନଙ୍କୁ ଅଧିକାଂଶରେ ଏହି ରୋଗ ହୋଇଥାଏ । ସେଥିପାଇଁ ଏହି ରୋଗର ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ଅଟେ ।

ସତର୍କ ରହିବାକୁ ପଡିବ :

ହୃଦଘାତ ଜନିତ ଘଟଣାରେ, ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରନ୍ତୁ ଓ ଯଦି ରୋଗୀ ଅଚେତ ହୋଇଯାଏ; ତେବେ ତାଙ୍କର ସିପିଆର ଆରମ୍ଭ କରିଦିଅନ୍ତୁ । ଆପଣ ରୋଗୀଙ୍କୁ ଏସ୍ପ୍ରିନର ଏକ ବଟିକା ମଧ୍ୟ ଦେଇପାରିବେ କିନ୍ତୁ ଯଦି ଡାକ୍ତର ଅନ୍ୟ କୌଣସି ଔଷଧ ଦେବା ପାଇଁ ପରାମର୍ଶ ଦେଇଛନ୍ତି; ତେବେ ତାଙ୍କୁ ଅନୁସରଣ କରନ୍ତୁ ।

କାହାକୁ ହୋଇଥାଏ କାର୍ଡିଆକ ଆରେଷ୍ଟ :

ହାର୍ଟଆଟାକକୁ କାର୍ଡିଆକ ଆରେଷ୍ଟ ମଧ୍ୟ କୁହାଯାଏ । ଏହା ମଧ୍ୟ କିଛି ବିଶେଷ ଲୋକଙ୍କୁ ସବୁଠାରୁ ଅଧିକ ହୋଇଥାଏ । କାର୍ଡିଆକ ଆରେଷ୍ଟର ଶିକାର ସେହି ଲୋକଙ୍କୁ ହୋଇଥାଏ, ଯେଉଁମାନେ କି କିଛି ସୌଖିନ ଔଷଧ ଖାଆନ୍ତି, ଏହା ବ୍ୟତୀତ ହୃଦୟ ରୋଗର ଅନ୍ୟ କିଛି ଔଷଧ ଖାଆନ୍ତି । ଯାହା ହୃଦୟର ମାଂସପେଶୀକୁ କ୍ଷତି ପହଞ୍ଚାଇ ଥାଏ କିମ୍ବା ହୃଦୟ ସ୍ପନ୍ଦନରେ କିଛି ଅସାମନ୍ୟତା ହୋଇଥାଏ ।

ଏହି କଥାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ :

ହାର୍ଟଆଟାକ ବା କାର୍ଡିଆକ ଆରେଷ୍ଟର ବିପଦରୁ ମୁକ୍ତି ପାଇବା ପାଇଁ ଏହା ଅତି ଆବଶ୍ୟକ ଅଟେ ଯେ, ଆପଣ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଓ ହୃଦୟର ମଧ୍ୟ ନିୟମିତ ଚେକ୍-ଅପ୍ କରାନ୍ତୁ । କାର୍ଡିଆକ ଆରେଷ୍ଟ ଘଟଣାରେ, ଏହା ଅତି ଆବଶ୍ୟକ ଯେ ଯେତେ ଶୀଘ୍ର ହେବ; ସେତେ ଶୀଘ୍ର ତାହାର ପ୍ରତିକାର କରାନ୍ତୁ । ତେବେ ଯାଇ ଆପଣଙ୍କ ଜୀବନ ବଞ୍ଚି ପାରିବ । ଯେତେବେଳେ ଡାକ୍ତର ଆସିବ ଏହାପରେ ଆପଣ ତୁରନ୍ତ ରୋଗୀଙ୍କ ଉପରେ ସିପିଆର ଆରମ୍ଭ କରି ନିଅନ୍ତୁ ।

ଛାତିରେ ଯନ୍ତ୍ରଣା ହେବ ଏହି ରୋଗର ଲକ୍ଷଣ ଅଟେ । ଧ୍ୟାନ ରଖନ୍ତୁ ହୃଦଘାତର ୧ ମାସ ପୂର୍ବରୁ ଆପଣଙ୍କ ଶରୀରରେ ଏହି ୫ଟି ଲକ୍ଷଣ ଦେଖାଦେଇଥାଏ । ଯଦି ଟିକେ ମଧ୍ୟ ଚାଲନ୍ତି କିମ୍ବା ସିଡ଼ି ଚଢିଲେ ନିଶ୍ୱାସ ନେବାରେ କଷ୍ଟ ହୁଏ, ତେବେ ଡରନ୍ତୁ ନାହିଁ ଏମିତି ପାଆନ୍ତୁ ମୁକ୍ତି ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ Like କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ Share କରନ୍ତୁ । ଧନ୍ୟବାଦ !