ଫଳ ନା ଫଳ ଜୁସ୍ କେଉଁଟି ସେବନ କରିଲେ ଅଧିକ ଫାଇଦା ମିଳିଥାଏ ? ଆସନ୍ତୁ ଆୟୁର୍ବେଦରେ କଣ ଲେଖା ହୋଇଛି; ତାହା ଜାଣିବା ।

Spread the love

ଆୟୁର୍ବେଦ ଅନୁସାରେ ଯଦି ସର୍ଦ୍ଦି ବା ଜ୍ୱର ହୋଇଥିବା ସମୟରେ ଫଳକୁ ଚବାଇ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ବେମାର ସମ୍ବନ୍ଧୀୟ କିଛି କହିବୁ ନାହିଁ ବରଂ ଫଳ ସହ ଜଡିତ କିଛି ତଥ୍ୟ କହିବୁ । କଣ ସତରେ ଭୋଜନ କରିବା ପରେ ଜୁସ୍ ପିଇଲେ ତାହା ଶରୀର ପାଇଁ ଖରାପ ପ୍ରଭାବ ପକାଇଥାଏ ନା ନାହିଁ ? ସେହି ବିଷୟରେ କିଛି ତଥ୍ୟ ଜଣାଇବୁ….. ।

କହିଥାନ୍ତି କି ତାଜା ଫଳର ରସ (ଜୁସ୍)ରେ କୌଣସି ସଂରକ୍ଷଣ ନଥାଏ, ଯଦି ଆପଣ ଏହାକୁ ଘରେ ପ୍ରସ୍ତୁତ କରି ପିଅନ୍ତି । କିନ୍ତୁ କେବେ ମଧ୍ୟ ଜୁସ୍ କୁ କୌଣସି ଲୁଣିଆ ଦ୍ରବ୍ୟ ସହ ପିଇବା ଉଚିତ ନୁହଁ । କାରଣ ଏଭଳି କରିଲେ ତ୍ୱଚା ସମ୍ବନ୍ଧୀୟ ଅନେକ ବେମାର ହେବାର ଆଶଙ୍କା ବଢିଯାଏ ।

ଆୟୁର୍ବେଦରେ କୁହାଯାଇଛି କି, ଏଭଳି କରିଲେ ମଣିଷ ଅଧିକ ମୋଟା ହୋଇଯାଏ । ତେଣୁ ଜୁସ୍ ପିଇବା ସମୟରେ କେବେ ମଧ୍ୟ ଚିନି ସହ ଲୁଣକୁ ମିଶାଇବା ଉଚିତ ନୁହଁ ।

ଆୟୁର୍ବେଦ ଅନୁସାରେ କହିବାକୁ ଗଲେ ଖାଦ୍ୟ ପଦାର୍ଥର ମିଶ୍ରଣ ଆପଣଙ୍କ ଶରୀରର ସାଧାରଣ କ୍ୟାଲେରୀକୁ ଅସନ୍ତୁଳିତ କରିପାରେ ଓ ଏହା ଯୋଗୁଁ ବାତ ଦୋଷରେ ମଧ୍ୟ ଅସାମାନ୍ୟ ହୋଇଥାଏ, ଯାହାଫଳରେ ଗ୍ୟାସ ଓ ରକ୍ତସ୍ରାବ ର ସମସ୍ୟା ହୋଇପାରେ । ଲୁଣିଆ ଦ୍ରବ୍ୟ ଖାଇବା ପରେ ଚିନି ମିଶ୍ରିତ ଜୁସ୍ କୁ ପିଇବା ଉଚିତ ନୁହଁ ।

କ୍ଷୀରରେ ଲୁଣ ମିଶାଇ କେବେ ମଧ୍ୟ ପିଇବା ଉଚିତ ନୁହଁ । ଏହା ଯୋଗୁଁ ଚର୍ମରୋଗ ହୋଇଥାଏ ଏବଂ ପାଚନ ତନ୍ତ୍ରକୁ ବହୁତ ଖରାପ ପ୍ରଭାବ ପକାଇଥାଏ । ରାତ୍ରରେ ଶୋଇବା ସମୟରେ ଖଟା ଫଳର ସେବନ ବା ଫଳର ଜୁସ୍ ପିଇବା ଉଚିତ ନୁହଁ ।

ଯଦି ଆପଣ ଭୋଜନ କରିବା ପରେ ଫଳ ସେବନ କରିବେ; ତେବେ ଏହା ଆପଣଙ୍କ ଶରୀରର ସୁଗାରର ମାତ୍ରା ବଢ଼ିପାରେ କିନ୍ତୁ ସକାଳେ ଫଳ ସେବନ କରିଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ହୋଇଥାଏ ।