ଜାଣନ୍ତୁ କେଉଁ ଆଙ୍ଗୁଠିରେ କେଉଁ ରତ୍ନ ପିନ୍ଧିଲେ ବଦଳିବ ଆପଣଙ୍କ ଭାଗ୍ୟ ।

Spread the love

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ, ତାର ରାଶି ଏବଂ ଗ୍ରହନକ୍ଷେତ୍ରଙ୍କ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ଗ୍ରହନକ୍ଷେତ୍ରଙ୍କ ସ୍ଥାନ ପରିବର୍ତ୍ତନ ଫଳରେ ବ୍ୟକ୍ତିର ଭଲ କିମ୍ବା ଖରାପ ସମୟ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ କୁଣ୍ଡଳୀ ଓ ରାଶିର ବହୁତ ମାନ୍ୟତା ରହିଛି । ଯଦି କୌଣସି ବ୍ୟକ୍ତିର ସମୟ ଖରାପ ଚାଲିଥାଏ; ତେବେ ତାର କୁଣ୍ଡଳୀ ଓ ରାଶିର ଅନୁସାରେ ସେହି ବ୍ୟକ୍ତିକୁ ରତ୍ନ ଧାରଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କହିବାକୁ ଗଲେ ରତ୍ନ ଦେଖିବା ପାଇଁ ଏକ ସାଧାରଣ ପଥର ହୋଇଥାଏ କିନ୍ତୁ ଏହାର ମହତ୍ତ୍ୱ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଅଶୁଭ ଗ୍ରହ ଚଳନରୁ ମୁକ୍ତି ପାଇବା ପାଇଁ ରତ୍ନ ଧାରଣ କରିଦେଲେ ଖରାପ ସମୟରୁ ମୁକ୍ତି ମିଳି ଯାଇଥାଏ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ କେଉଁ ଆଙ୍ଗୁଠିରେ କେଉଁ ରତ୍ନ ପିନ୍ଧିଲେ ଶୁଭ ସମୟ ଆପଣଙ୍କ ଜୀବନରେ ଆସିପାରିବ ।

ସୂର୍ଯ୍ୟଙ୍କ ପାଇଁ :

ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କୁ ଅଶୁଭ ରୂପେ ମାନ୍ୟତା ରହିଛି, ନିଜର ଅନାମିକା ଆଙ୍ଗୁଠି (Ring Finger)ରେ ମାଣିକୟ ରତ୍ନ ଧାରଣ କରିଵା ଉଚିତ୍ । ଏହାକୁ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଧାରଣ କଲେ ଶୁଭଫଳ ମିଳିଥାଏ । ରବିବାର ଦିନ ଏହି ରତ୍ନ ଧାରଣ କରିବା ଶୁଭ ହୋଇଥାଏ ।

ଚନ୍ଦ୍ରଙ୍କ ପାଇଁ :

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୋଷ ରହିଥାଏ; ସେହି ବ୍ୟକ୍ତିମାନେ ମୋତି ଧାରଣ କରିବା ଉଚିତ୍ । ଏହି ରତ୍ନକୁ ଆପଣଙ୍କ ନିଜର କନିଷ୍ଠ ଆଙ୍ଗୁଠିରେ ପିନ୍ଧି ପାରିବେ ।ଏହି ରତ୍ନକୁ ଆପଣ ସୋମବାର ଦିନ ସନ୍ଧ୍ୟାରେ ପିନ୍ଧିଲେ ଶୁଭଫଳ ମିଳିଥାଏ ।

ମଙ୍ଗଳ ପାଇଁ :

ଯେଉଁ ବ୍ୟକ୍ତି ମାନଙ୍କର ମଙ୍ଗଳ ଦୋଷ ଥାଏ; ସେହି ବ୍ୟକ୍ତିମାନେ ମୁଙ୍ଗା ରତ୍ନ ପିନ୍ଧିଲେ ଶୁଭଫଳ ମିଳିଥାଏ । ନିଜର ଅନାମିକା ଆଙ୍ଗୁଠି (Ring Finger)ରେ ମୁଙ୍ଗା ରତ୍ନ ଧାରଣ କରିବା ଉଚିତ୍ ହେବ । ଏହି ରତ୍ନକୁ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାରେ ଧାରଣ କରିବା ଉଚିତ୍ ।

ବୁଧ ଗ୍ରହ ପାଇଁ :

ଯେଉଁ ବ୍ୟକ୍ତିମାନେ ବୁଧ ଦୋଷ ଭୋଗୁଛନ୍ତି; ସେମାନେ ପନହା ରତ୍ନ ଧାରଣ କରିବା ଉଚିତ୍ । ଏହି ରତ୍ନକୁ ଧାରଣ କରିବାର ଉଚିତ୍ ସମୟ ହେଉଛି, ବୁଧବାର ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ । ହାତର ଛୋଟ ଆଙ୍ଗୁଠିରେ ଏହି ରତ୍ନ ଧାରଣ କରିବା ଉଚିତ୍ ।

ବୃହସ୍ପତି ଗ୍ରହ ପାଇଁ :

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ବୃହସ୍ପତି ଦୋଷ ରହିଛି; ସେମାନଙ୍କୁ ପୁଖରାଜ ରତ୍ନ ଧାରଣ କରିବା ଉଚିତ୍ ହେବ । ଗୁରୁବାର ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ନିଜର ତର୍ଜନୀ ଆଙ୍ଗୁଠିରେ ଏହି ରତ୍ନ ଧାରଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଶୁକ୍ର ଗ୍ରହ ପାଇଁ :

ଯେଉଁ ବ୍ୟକ୍ତିମାନଙ୍କ ଶୁକ୍ର ଦୋଷ ରହିଛି; ସେହି ବ୍ୟକ୍ତିମାନେ ଶୁକ୍ରବାର ଦିନ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ନିଜର ମଧ୍ୟମା ଆଙ୍ଗୁଠିରେ ହୀରା ରତ୍ନ ଧାରଣ କରିବା ଉଚିତ୍ ହେବ ।

ଶନି ଗ୍ରହ ପାଇଁ :

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ଶନିଦେଵ ବିରାଜମାନ ହୋଇଥାନ୍ତି; ସେମାନଙ୍କୁ ନିଲମ ରତ୍ନ ଧାରଣ କରିବା ଉଚିତ୍ ହେବ । ନିଲମ ରତ୍ନ ଶନିଙ୍କୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ଏହାକୁ ଆପଣ ଶନିବାର ଦିନ ମଧ୍ୟମା ଆଙ୍ଗୁଠିରେ ଧାରଣ କରିପାରିବେ ।

ରାହୁ କେତୁ ପାଇଁ :

ଶନିବାର ଦିନ ରାହୁ ଓ କେତୁ ପାଇଁ ନିଜର ମଧ୍ୟମା ଆଙ୍ଗୁଠିରେ ଗୋମେଦ ରତ୍ନ ଧାରଣ କରିବା ଫଳରେ ଶୁଭ ହୋଇଥାଏ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରି ଜାଣନ୍ତୁ । ଶେୟାର କରିବା ପୂର୍ବରୁ ନିଜ ମତାମତ ନିଶ୍ଚୟ ପ୍ରଦାନ କରନ୍ତୁ । ଧନ୍ୟବାଦ !