ନିର୍ବାଚନ ୨୦୧୯ : ଆପଣଙ୍କ ପୋଲ୍ଲିଙ୍ଗ ବୁଥ କେଉଁଠି ? ଏହି ଆପ୍ଲିକେସନ ମାଧ୍ୟମରେ ଗୋଟିଏ ମିନିଟ୍ ରେ ଜାଣନ୍ତୁ ….

Spread the love

ସମଗ୍ର ଦେଶରେ ନିର୍ବାଚନର ମହଲ । ଚଳିତ ମାସ ଅର୍ଥାତ ଅପ୍ରେଲ ୧୧ ନିର୍ବାଚନ ପ୍ରକ୍ରିୟା ଆରମ୍ବ ହୋଇ ୧୯ ମେ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ଵ ତେବେ ଆପଣ ଭୋଟ ଦେବାର ଅଧିକର ଅଛି ଏବଂ ନିଜର ମତଦାନ କରିବା ଆପଣଙ୍କ କର୍ତ୍ତବ୍ୟ ଅଟେ । କିନ୍ତୁ ଭୋଟ ଦେବା ନିମନ୍ତେ ଆପଣ ନାମ ଭୋଳର ଲିଷ୍ଟରେ ଥିବା ନିହାତି ଜରୁରୀ ଅଟେ । ଯଦି ଲିଷ୍ଟରେ ଆପଣଙ୍କ ନାମ ଅଛି, କିନ୍ତୁ ଆପଣ ଆପଣଙ୍କ ପୋଲ୍ଲିଙ୍ଗ ଷ୍ଟେସନ (Polling Booth) କେଉଁଠି ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ । ଏଥିପାଇଁ ବର୍ତ୍ତମାନ ଆପଣଙ୍କୁ ସାହାଯ୍ୟ କରିବା Voter Helpline App । ଲୋକସଭା ନିର୍ବାଚନ ୨୦୧୯କୁ ଧ୍ୟାନରେ ରଖି ନିର୍ବାଚନ ଆୟୋଗ, Voter Helpline App ନାମକ ଗୋଟିଏ ଆପ୍ଲିକେସନ Lunch କରିଛନ୍ତି । ସେହି ଆପ୍ଲିକେସନକୁ ଗୁଗୁଲି ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲଡ କରିପାରିବ ।

ଏହି ଆପ୍ଲିକେସନକୁ ଡାଉନଲଡ କରିବା ପରେ, ଆପଣ ଖୋଲନ୍ତୁ । ଆପଣ ଯେତେବେଳେ ଏହି ଆପ୍ଲିକେସନକୁ ଓପେନ୍ କରିବେ ଆପଣଙ୍କ ସମ୍ମାରେ ଭୋଟର, ଫର୍ମ, କମ୍ପ୍ଲେନ୍, EVM, ନିର୍ବାଚନ ସମ୍ବନ୍ଧିତ ତଥ୍ୟ ଓ ନିର୍ବାଚନ ଫଳାଫଳ ଏହି ସବୁ ତଥ୍ୟ ସମ୍ବନ୍ଧିତ Option ଆସିବ । ଏଥିରୁ ଆପଣଙ୍କୁ ଭୋଟର ଚୟନ କରିବାକୁ ପଡିବା ଏବଂ ଭୋଟରକୁ ଅର୍ଥାତ ଆପଣଙ୍କୁ “Where is my Polling Station?”କୁ ଟ୍ୟାପ୍ (Click) କରନ୍ତୁ । ଏହାପରେ ଗୋଟିଏ ନୂଆ ପେଜ ଖୋଲିବା । ସେହି ପେଜର ଲେଖା ଥିବା “Know your polling booth” ଏବଂ ଗୋଟିଏ ଲିଷ୍ଟ ଆସିଯିବା । ଆପଣ ଘରେ ବସି ସହଜରେ ଜାଣିପାରିବେ ଆପଣଙ୍କ ପୋଲ୍ଲିଙ୍ଗ ଷ୍ଟେସନ ବା Polling Booth କେଉଁଠି ?

ନିଜର ମୂଲ୍ୟବାନ ଭୋଟକୁ ନଷ୍ଟ କରନ୍ତୁ ନାହିଁ କିମ୍ବା ଅନ୍ୟ ଲୋକଙ୍କ କଥାରେ ପଡି ନିଜ ଭୋଟକୁ ନିର୍ଥକ କରନ୍ତୁ ନାହିଁ । ଉପଯୁକ୍ତ ଲୋକଙ୍କୁ ଭୋଟ ଦିଅନ୍ତୁ ।