ଗାଡ଼ି ଦୁର୍ଘଟଣା ହେବାପରେ ପୋଲିସ ପହଞ୍ଚିଥିଲେ, ଗାଡ଼ିକୁ ଚେକ୍ କରିବାପରେ ଯେଉଁ ଜିନିଷ ମିଳିଲା ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ ।

Spread the love

ଛତିଶଗଡ: ଆଜିକାଲି ଦୁନିଆରେ ଅପରାଧ ଏକ ସାଧାରଣ ଘଟଣା ହୋଇଯାଇଛି । ଛତିଶଗଡର ଧମତରି ଜିଲ୍ଲାରେ ବହୁତ ମାତ୍ରାରେ ଗଞ୍ଜେଇ ବିକିବାର ମାମଲା ସାମ୍ନାକୁ ଆସିଲା । ପୋଲିସ, ହାଇୱେରେ ସଡକ ଦୁର୍ଘଟଣାରେ ହୋଇଥିବା କ୍ଷତିଗ୍ରସ୍ତ ଦେଖାଇବା ପରେ ମାରୁତି କାର୍ କୁ ଯାଞ୍ଚ କରିଥିଲା । ଯାଞ୍ଚ କରିବା ସମୟରେ ସମୟରେ ପୋଲିସ ଦେଖିବାକୁ ପାଇଥିଲା, ସେହି କାରରେ ୧୧୦ କିଲୋ ଗଞ୍ଜେଇ ରହିଛି । ଦୁର୍ଘଟଣା ପରେ ଗାଡି ଚାଳକ ଚାଲିଯାନ୍ତି । ପୋଲିସ ଅପରାଧୀକୁ ଖୋଜିବା ପାଇଁ ଚେଷ୍ଟା କରୁଛି ।

ସୂଚନା ଅନୁଯାୟୀ ରବିବାର ସକାଳ ୬ଟା ବେଳେ ବିରେଝର୍ ପୋଲିସକୁ ସୂଚନା ମିଳିଥିଲା କି, ହାଇୱେର ଦରବା ପାଖରେ ଗୋଟିଏ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଛି । ଖବର ପାଇବା ପରେ ତୁରନ୍ତ ବିରେଝର୍ ପ୍ରଭାରୀ ଏସ୍ଆଇ ହେମନ୍ତ ପଟେଲ ଓ ଏଏସ୍ଆଇ ରାଧେଶ୍ୟାମ ବଞ୍ଜାରି ନିଜ ପୋଲିସ ଦଳ ସହ ତୁରନ୍ତ ଦୁର୍ଘଟଣା ସ୍ଥାନରେ ପହଞ୍ଚିଲେ । କିନ୍ତୁ ଯେତେବେଳେ କ୍ଷତିଗ୍ରସ୍ତ ହୋଇଥିବା ଗାଡ଼ିକୁ ଯାଞ୍ଚ କରାଗଲା, ସେତେବେଳେ ଦେଖିଲେ କି ଗାଡ଼ିରେ ଗଞ୍ଜେଇ ଥିଲା । ଗାଡ଼ିରେ ଥିବା ୨୦ଟି ପ୍ୟାକେଟରେ ୧୧୦ କିଲୋ ଗଞ୍ଜେଇକୁ ଜବତ କରିଥିଲା ପୋଲିସ । ପୋଲିସ କହିବ ଅନୁସାରେ ଜବତ ହୋଇଥିବା ଗଞ୍ଜେଇ ପାଖାପାଖି ସାଢ଼େ ୬ ଲକ୍ଷ ଟଙ୍କାର ଅଟେ ।

କୁହାଯାଉଛି କି, ଏହି ଗଞ୍ଜେଇ ଧମତରି ରାସ୍ତା ଦେଇ ରାୟପୁର ଆଡକୁ ନିଆଯାଉ ଥିଲା । ଦରବା ପାଖରେ ସଡକ ଦୁର୍ଘଟଣାରେ ଗାଡି ଚାଳକ ସେଠାରୁ ଫେରାର ହେଇଯାଇ ଥିଲା । ପୋଲିସ ଅଜ୍ଞାତ ଆରୋପୀ ଉପରେ ନାରକୋଟିକ୍ସ ଆକ୍ଟର ଧାରା ୨୦-ଖ, ୨-ଗ ଅନୁସାରେ ଅପରାଧ ପଞ୍ଜୀକୃତ କରି ଗଞ୍ଜେଇ ଓ ଗାଡିକୁ ବାଜ୍ୟାପ୍ତ କରିଥିଲା । ଅପରାଧୀଙ୍କ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ପାଇଁ ପୋଲିସ ଏବେ ହାଇୱେରେ ଲାଗିଥିବା ସିସିଟିଭିର ଫୁଟେଜ୍ ଦେଖୁଅଛି ।