ଯେତେବେଳେ ମାଟିରୁ ଆକାଶ ପର୍ଯ୍ୟନ୍ତ ପ୍ଲେନ୍ ଉଡ଼ାଇଥିଲେ ସୁଶାନ୍ତ ସିଂହ ତାଙ୍କ ପ୍ରତିଭା ଦେଖି ଲୋକ ହୋଇଥିଲେ ଆଶ୍ଚର୍ଯ୍ୟ !

Spread the love

ସୁଶାନ୍ତ ସିଂହ ରାଜପୁତଙ୍କ ଯିବାର ଦୁଃଖ ବର୍ତ୍ତମାନ ସୁଦ୍ଧା ଆମ ମନରେ ରହିଛି । ସେ ଜଣେ ଖୁବ୍ ପ୍ରତିଭାଶାଳୀ ଅଭିନେତା ଥିଲେ । ଏହାବ୍ୟତୀତ ତାଙ୍କୁ ମହାକାଶ ଏବଂ ବିଜ୍ଞାନରେ ମଧ୍ୟ ଖୁବ୍ ଆଗ୍ରହ ଥିଲା । ସୁଶାନ୍ତଙ୍କୁ ବଡ଼ ବଡ଼ ସ୍ଵପ୍ନ ଦେଖିବା ଖୁବ୍ ପସନ୍ଦ ଥିଲା । ସେ ନିଜର ସ୍ୱପ୍ନ ଗୁଡ଼ିକର ଏକ ଲିଷ୍ଟ ମଧ୍ୟ ବନାଇଥିଲେ । ଏହି ଲିଷ୍ଟରେ ତାଙ୍କର ୧୫୦ ଇଚ୍ଛା ରହିଥିଲା ଯାହାକୁ ସେ ପୁରା କରିବାକୁ ଚାହୁଁଥିଲେ । ଏଥିମଧ୍ୟରୁ କିଛି କିଛି ପୂରଣ କରିସାରିଥିଲେ ଆଉକିଛି ଅସମ୍ପୂର୍ଣ୍ଣ ରହିଯାଇଥିଲା । ସୁଶାନ୍ତଙ୍କ ସ୍ଵପ୍ନର ଲିଷ୍ଟରେ ପ୍ରଥମ ଇଚ୍ଛା ବିମାନ ଉଡ଼ାଇବା ଥିଲା ।

ଯେତେବେଳେ ସୁଶାନ୍ତ ବିମାନ ଉଡ଼ାଇଥିଲେ :-

newstrend

ବିମାନ ଉଡ଼ାଇବାର ଇଚ୍ଛା ସୁଶାନ୍ତ ଖୁବ୍ କମ୍ ବୟସରେ ପୂରଣ କରିଥିଲେ । ଅନେକ ସମୟ ପୂର୍ବରୁ ସେ ନିଜର ଇନସ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ । ଏହି ଭିଡ଼ିଓରେ ସେ Boeing 737ର କୋକପିଟରେ ବସି ପ୍ଲେନ୍ ଉଡ଼ାଉଥିବାର ନଜର ଆସୁଥିଲେ । ହୁଏତ ପରେ ସୁଶାନ୍ତ ଏହି ଭିଡ଼ିଓକୁ ଇନସ୍ଟାଗ୍ରାମରୁ ଡିଲିଟ୍ ମଧ୍ୟ କରିଦେଇଥିଲେ ।

ଫ୍ଲାଇଙ୍ଗ ଲାଇସେନ୍ସ ମଧ୍ୟ ନେଇଥିଲେ :-

newstrend

ପ୍ରକୃତରେ ଏହି ଭିଡ଼ିଓରେ ସୁଶାନ୍ତ ବିମାନ ଉଡ଼ାଇବାର ପ୍ରଶିକ୍ଷଣ ନେଉଥିଲେ । ସେ ‘Boeing 737 Fixed Flight Simulator’ ର କୋକପିଟରେ ବସି ବିମାନ ଉଡ଼ାଇବାର ଆନନ୍ଦ ନେଉଥିଲେ । ସେଠାରେ ସେ ଯେଉଁ ଆନନ୍ଦର ସହିତ ବିମାନର କମାନ ସମ୍ଭାଳିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । ଏହି କାମ ପାଇଁ ସେ ଫ୍ଲାଇଙ୍ଗ ଲାଇସେନ୍ସ ମଧ୍ୟ ନେଇଥିଲେ ।

ବହୁପ୍ରତିଭାସମ୍ପନ୍ନ ବ୍ୟକ୍ତି ଥିଲେ ସୁଶାନ୍ତ :-

newstrend

କିଛି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସେ Boeing 737 Fixed Base Flight କିଣିଥିଲେ । ଏହାର ବ୍ୟବହାର ସାଧାରଣତଃ ପାଇଲଟ ନିଜର ପ୍ରଶିକ୍ଷଣରେ କରିଥାଏ । ଏମିତି ଖୁବ୍ କମ୍ ଦେଖିବାକୁ ମିଳିଥାଏ ଯେତେବେଳେ ଜଣେ ଅଭିନେତା ଅଭିନୟ ସହିତ ଏଭଳି ପ୍ରତିଭା ମଧ୍ୟ ରଖିଥାଏ । ସୁଶାନ୍ତଙ୍କ ବିଷୟରେ କୁହାଯାଏ ଯେ ସେ ବହୁ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଥିଲେ । ବିଜ୍ଞାନ, ଟେକ୍ନୋଲୋଜି, ମହାକାଶ ଏବଂ କୋଡିଙ୍ଗ ଏସବୁରେ ତାଙ୍କର ରୁଚି ରହିଥିଲା ।

newstrend

ସୁଶାନ୍ତ ଯେତେବେଳେ ପ୍ଲେନ୍ ଉଡ଼ାଇବାକୁ ଶିକ୍ଷା ନେଉଥିଲେ ସେତେବେଳେ ତାଙ୍କର ‘ କେଦାରନାଥ ‘ ଫିଲ୍ମର ଶୁଟିଂ ଚାଲୁ ଥିଲା । ଏମିତିରେ ସୁଶାନ୍ତ ସବୁବେଳେ ନିଜ କାମ ଏବଂ ସଉକ ମଧ୍ୟରେ ଭଲ ସନ୍ତୁଳନ ବନାଇ ଚାଲୁଥିଲେ । ତାଙ୍କ ପାଇଁ ନିଜର ଅଭିନୟ କ୍ୟାରିଅର ସହିତ ସ୍ଵପ୍ନକୁ ପୁରା କରିବା ମଧ୍ୟ ଖୁବ୍ ମହତ୍ୱପୂର୍ଣ୍ଣ ଥିଲା ।

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ନିଜର ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ପୋଲିସ୍ ଅନୁସାରେ ସେ ନିଜର ବେଡ଼ଶୀଟକୁ ଫାଶି ଦଉଡ଼ି ଭାବରେ ବ୍ୟବହାର କରିଥିଲେ । ତାଙ୍କ ରୁମରୁ କୌଣସି ସୁଇସାଇଡ଼ ନୋଟ୍ ମିଳିନଥିଲା । ପୋଷ୍ଟମୋର୍ଟମ ରିପୋର୍ଟରେ ମଧ୍ୟ ଏହି କଥା ସମ୍ନାକୁ ଆସିଛି ଯେ ତାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିଲା । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ଏମିତିରେ ଅନେକ ଲୋକ ଏହି ମାମଲାରେ ସୀବୀଆଈ ତଦନ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି ।

ସୁଶାନ୍ତ ପ୍ରକୃତରେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏକ ରହସ୍ୟ ହୋଇ ରହିଛି । ପୋଲିସ୍ ଏହାର ତଦନ୍ତ ଚଳାଇଛି । ପୋଲିସ୍ ଏହି ସମ୍ବନ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣ ଲୋକଙ୍କୁ ପଚରାଉଚୁରା କରିସାରିଛି । କୁହାଯାଉଛି ଯେ ସୁଶାନ୍ତ ଗତ ୬ ମାସ ଧରି ଅବସଦଗ୍ରସ୍ତ ଥିଲେ ।