ଯେତେବେଳେ ସଲମାନ୍ ଖାନ୍ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କ କୋଳରେ ଖେଳୁଥିଲେ ଏହି ପାଞ୍ଚ ଜଣ ହିରୋଇନ୍ । ବର୍ତ୍ତମାନ ସେମାନଙ୍କ ସହିତ କରୁଛନ୍ତି ପ୍ରେମ !

Spread the love

ବଲିଉଡ୍ ଦବଙ୍ଗ ସଲମାନ୍ ଖାନ୍ ଯେତେବେଳେ ଫିଲ୍ମ୍ ରେ ଡେବ୍ୟୁ କରିଲେ ସେତେବେଳେ ତାଙ୍କୁ ସେହି ଫିଲ୍ମରେ କେହି ଧ୍ୟାନ ଦେଇନଥିଲେ । ପୁଣି ଦ୍ଵିତୀୟ ଫିଲ୍ମ୍ ସୁପର୍ ହିଟ୍ ରେ ସେ ଧମଲ୍ କରିଦେଇଥିଲେ । ହଠାତ୍ ପୁଣିଥରେ ତାଙ୍କର କିଛି ଫିଲ୍ମ୍ ଅସଫଳ ହୋଇଥିଲା କିନ୍ତୁ ବର୍ତ୍ତମାନ ତାଙ୍କର ସମସ୍ତ ଫିଲ୍ମ୍ ୧୦୦ ରୁ ୨୦୦ କୋଟିର କାରବାର କରୁଛି । ସଲମାନ ଖାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସେହି ଫିଲ୍ମ ପାଇଁ ସେ ନିଜ ଇଚ୍ଛାରେ ହିରୋଇନଙ୍କୁ ମନୋନୀତ କରନ୍ତି । ସେଥିପାଇଁ କିଛି ନୂଆ ଅଭିନେତ୍ରୀଙ୍କୁ ଇଣ୍ଡଷ୍ଟ୍ରିରେ ସୁଯୋଗ ମିଳିଥାଏ । ଏବେ ଆପଣଙ୍କୁ ଜଣାଇ ଦଉଛୁ ଯେ, ସଲମାନ୍ ୮୦ଦଶକରେ ନିଜର ଭବିଷ୍ୟତ ଆରମ୍ଭ କରିଥିଲେ । ୧୯୮୮ ମସିହାରେ ଆସିଥିବା ଫିଲ୍ମ୍ ‘ବିବି ହୋତୋ ଏସି’ରୁ ସେ ନିଜର ଭବିଷ୍ୟତ ଆରମ୍ଭ କରିଥିଲେ । ସେତେବେଳେ, ବର୍ତ୍ତମାନର ଅଭିନେତ୍ରୀ ମାନେ ୧ ରୁ ୨ ବର୍ଷ କିମ୍ବା ୧୦ ବର୍ଷ ଭିତରେ ଥିଲେ । ଆଜି ସଲମାନ୍ ଖାନ୍ ଯେଉଁ ଅଭିନେତ୍ରୀଙ୍କ ସହିତ ମୁଖ୍ୟ ଅଭିନେତା ହିସାବରେ ରୋମାନ୍ସ କରୁଛନ୍ତି; ସେମାନେ ସଲମାନ୍ ଖାନଙ୍କ ବୟସ ତୁଳନାରେ ବହୁତ ଛୋଟ ଅଟନ୍ତି ଏବଂ କିଛି ଅଭିନେତ୍ରୀ ତାଙ୍କୁ ସେତେବେଳେ ଅଙ୍କଲ୍ ବୋଲି ଡାକୁଥିଲେ । ଯେତେବେଳେ ସଲମାନ୍ ଖାନ୍ ଡେବ୍ୟୁ କରୁଥିଲେ ସେତେବେଳେ ତାଙ୍କର କୋଳରେ ଖେଳୁଥିଲେ ଏହି ପାଞ୍ଚଟି ହିରୋଇନ୍ । ବିଶ୍ୱାସ ହେଉନାହିଁ ଯଦି ଦେଖିନିଅନ୍ତୁ ତାଙ୍କ ଭିତରେ ଥିବା ବୟସର ତାରତମ୍ୟ ।

ଯେତେବେଳେ ସଲମାନ୍ ଖାନ୍ ଡେବ୍ୟୁ କରିଥିଲେ ସେତେବେଳେ କୋଳରେ ଖେଳୁଥିଲେ ତାଙ୍କର ପାଞ୍ଚଟି ହିରୋଇନ୍ :

୧.କଟ୍ରୀନା କୈଫ :

କଟ୍ରୀନା ୧୯୮୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଯେତେବେଳେ ସଲମାନ୍ ଖାନ୍ ୧୮ ବର୍ଷର ଥିଲେ, ସେତେବେଳେ କଟ୍ରୀନା ଜନ୍ମ ହୋଇଥିଲେ । ଆଜି ସଲମାନ୍ ଖାନ୍ ୫୨ ବର୍ଷର ଏବଂ କଟ୍ରୀନା ୩୫ ବର୍ଷ ବୟସର ଅଟନ୍ତି । କଟ୍ରୀନାଙ୍କୁ ଭାରତକୁ ଆଣିଥିବା ବ୍ୟକ୍ତି ସଲମାନ୍ ଅଟନ୍ତି ଏବଂ ସେମାନେ ସାଥିରେ ‘ମେନେ ପ୍ୟାର୍ କିୟୁଁ କିୟା’, ‘ଯୁବରାଜ’,’ଏକ ଥା ଟାଇଗର’, ‘ଟାଇଗର ଜିନ୍ଦା ହେ’ ଏବଂ ବର୍ତ୍ତମାନ ସେମାନେ ଫିଲ୍ମ ‘ଭାରତ’ରେ ମଧ୍ୟ ଦେଖିବାକୁ ମିଳିଥିଲେ ।

୨. ଅନୁଷ୍କା ଶର୍ମା :

ସଲମାନ୍ ଖାନଙ୍କ ସବୁଠାରୁ ସଫଳତା ଫିଲ୍ମରେ “ସୁଲତାନ”ର ନାମ ମଧ୍ୟ ଟପ୍ ୧୦ରେ ଆସୁଛି । ଫିଲ୍ମ ସୁଲତାନରେ ସେ ଅନୁଷ୍କା ଶର୍ମାଙ୍କ ସହିତ ରୋମାନ୍ସ କରିଥିଲେ କିନ୍ତୁ ସଲମାନଙ୍କ ଡେବ୍ୟୁ ସମୟରେ, ଅନୁଷ୍କାଙ୍କୁ ମାତ୍ର ୩ ବର୍ଷର ଥିଲେ । ଅନୁଷ୍କାଙ୍କ ଜନ୍ମ ୧୯୮୮ ମସିହାରେ ହୋଇଥିଲା । ଯେତବେଳେ କି ସେହି ସମୟରେ ସଲମାନ୍ ଖାନ୍ ୨୨ ବର୍ଷର ଥିଲେ ଏବଂ ଆଜି ସଲମାନ୍ ୫୨ ବର୍ଷର ଅଟନ୍ତି ତ ଅନୁଷ୍କା ୩୦ ବର୍ଷର ଅଟନ୍ତି ।

୩. କରୀନା କପୁର :

କରିନା କପୁରଙ୍କ ପ୍ରଥମ ସାକ୍ଷାତ ସଲମାନ୍ ଖାନ୍ ସହିତ ଫିଲ୍ମ୍ ‘ଅନ୍ଦାଜ୍’ର ସେଟରେ ହୋଇଥିଲା ଏବଂ କରିନା କପୁର ସଲମାନ୍ ଖାନଙ୍କୁ ଅଙ୍କଲ୍ ଡାକି ହେଲୋ କରିଥିଲେ । କରିନାଙ୍କ ଜନ୍ମ ୧୯୮୦ରେ ହୋଇଥିଲା ଏବଂ ସଲମାନଙ୍କର ଡେବ୍ୟୁ ସମୟରେ ସେ ୮ ବର୍ଷର ଥିଲେ । କରିନା ସଲମାନଙ୍କ ସହିତ ‘ବଜରଙ୍ଗି ଭାଇଜାନ୍’ ଏବଂ ‘ବୋଡ଼ି ଗାର୍ଡ’ରେ ରୋମାନ୍ସ କରିଥିଲେ ଏବଂ ଏହି ଦୁଇ ଫିଲ୍ମ୍ ସଲମାନ୍ ଖାନଙ୍କ ସହିତ କରିନା କାପୁରଙ୍କ କ୍ୟାରିୟରରେ ମଧ୍ୟ ସବୁଠାରୁ ବଡ଼ ଫିଲ୍ମ୍ ସାବ୍ୟସ୍ତ ହୋଇଥିଲା ।

୪. ଜୈକଲିନ୍ ଫର୍ନାଡିସ :

ଫିଲ୍ମ୍ ‘କିକ୍’ ଏବଂ ‘ରେସ୍- ୩’ ଫିଲ୍ମରେ ସଲମାନଙ୍କ ସହିତ ରୋମାନ୍ସ କରିଥିବା ଶ୍ରୀଲଂକାନ୍ ଅଭିନେତ୍ରୀ ଜୈକଲିନ୍ ଫର୍ନାଡିସଙ୍କ ବୟସ ୩୩ ବର୍ଷ ଅଟେ । ଯେତେବଳେ ସଲମାନ୍ ୨୩ବର୍ଷର ଥିଲେ ସେତେବେଳେ ଜୈକଲିନ୍ କେବଳ ୩ ବର୍ଷର ଥିଲେ । ଜୈକଲିନ୍ ଫର୍ନାଡିସ ମିସ୍ ଶ୍ରୀଲଂକା ରହି ଆସିଛନ୍ତି, ସେଠାରେ ମଡେଲିଂ ଏବଂ ଅଭିନୟ କରିବା ପରେ ବଲିଉଡ୍ ଆରମ୍ଭ କରିଥିଲେ ।

୫. ସୋନାକ୍ଷୀ ସିହ୍ନା :

ବର୍ତ୍ତମାନ କଥା ସଲମାନଙ୍କ ମନପସନ୍ଦ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସୋନାକ୍ଷୀ ସିହ୍ନା ଅନ୍ୟତମ, ଯାହାର କ୍ୟାରିୟର ସଲମାନ୍ ଖାନ୍ ହିଁ ତିଆରି କରିଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବା ସମୟରେ ମୋଟି ଦେଖାଯାଉଥିବା ସୋନାକ୍ଷୀ ସିହ୍ନା ଆଜି ଫିଟନେସ ଶରୀରର ଉଦାହରଣ ଅଟନ୍ତି । ଏହା କେବଳ ସଲମାନ୍ ଖାନଙ୍କ ଯୋଗୁଁ ହିଁ ସମ୍ଭବ ହୋଇପାରିଲା । ସୋନାକ୍ଷୀ ସିହ୍ନାଙ୍କୁ ଇଣ୍ଡଷ୍ଟ୍ରିର ଦବଙ୍ଗ ଗର୍ଲ କୁହାଯାଇଥାଏ ଏବଂ ସେ ୨୦୧୦ ମସିହାରେ ଆସିଥିବା ସଲମାନଙ୍କ ଫିଲ୍ମ୍ “ଦବଙ୍ଗ” ଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସଲମାନ୍ ଖାନ୍ ଯେତେବେଳେ ୧୯୮୮ ମସିହାରେ ନିଜର କ୍ୟାରିୟରର ଆରମ୍ଭ ୨୩ ବର୍ଷ ବୟସରେ କରିଥିଲେ, ସେତେବେଳେ ସୋନାକ୍ଷି କେବଳ ୧ ବର୍ଷର ଥିଲେ ଏବଂ ମଜ୍ଜା କଥା ଏହା ଯେ, ସଲମାନ୍ ଖାନ୍ ତାଙ୍କୁ କୋଳରେ ଖେଲାଇ ସାରିଛନ୍ତି ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।