ନାଥୁରାମ ଗଡସେଙ୍କୁ ଯେତେବେଳେ ପଚାରା ଯାଇଥିଲା ଗାନ୍ଧୀଙ୍କୁ କଣ ପାଇଁ ମାରିଥିଲେ ? ଉତ୍ତର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ନାଥୁରାମ ଗଡସେଙ୍କ ନାମ ସମସ୍ତେ ଜାଣନ୍ତି । ଭାରତ ଇତିହାସରେ ନାଥୁରାମ ଗଡସେଙ୍କ ନାମ ଆସିଲେ, ଗୋଟିଏ ହତ୍ୟାକାରୀ ଭାବରେ ହିନ ସମସ୍ତେ ଜାଣନ୍ତି । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ନାଥୁରାମ ଗଡସେଙ୍କ ଦ୍ୱାରା ୩୦ ଜାନୁଆରୀ ୧୯୪୮ରେ ନୂଆଦିଲ୍ଲୀର ବିଡ଼ଲା ଭବନରେ ହୋଇଥଲା । ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଆରୋପରେ ୮ ଜଣଙ୍କୁ ଗିରଫ କରାଯାଇ ଥିଲା କିନ୍ତୁ ୫ ଜଣ ଅଭଯୁକ୍ତଙ୍କୁ ହିଁ ଦଣ୍ଡ ବିଧାନ ହୋଇଥିଲା । ନାଥୁରାମ ଗଡସେଙ୍କୁ ଗାନ୍ଧୀଙ୍କ ହତ୍ୟାର ଆରୋପରେ ଫାଶିର ଦଣ୍ଡ ମିଳିଥିଲା । ଯେତେବେଳେ କୋର୍ଟ ନାଥୁରାମ ଗଡସେଙ୍କୁ ପଚାରି ଥିଲା ଯେ, ସେ ଗାନ୍ଧୀଙ୍କୁ କଣ ପାଇଁ ହତ୍ୟା କରିଥିଲେ ? ଏହାର ଉତ୍ତରରେ ଗଡସେ ଯାହା କହିଥିଲେ ତାହା ବହୁତ ଆଶ୍ଚର୍ଯ୍ୟ ଜନକ ଥିଲା ।

ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଆରୋପରେ ଯେତେବେଳେ ଗଡସେଙ୍କୁ କୋର୍ଟରେ ଉପସ୍ଥାପିତ କରା ଯାଇଥିଲା, ସେ ପ୍ରଥମେ କୋର୍ଟରେ ବସିଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ସେମାନଙ୍କ କୃତଜ୍ଞତା ଅର୍ପଣ କରିଥିଲେ । ଗଡସେ କହିଥିଲେ, ଯେଉଁ ବ୍ୟକ୍ତି ଭାରତ ଦେଶକୁ ପ୍ରକୃତ ପ୍ରେମ କରୁଥାଏ; ତାର ଆଖି ସାମ୍ନାରେ ଯେତେବେଳେ ଦେଶର ଅହିତ ବା ଅମଙ୍ଗଳ କାର୍ଯ୍ୟ କିଛି ସମ୍ପାଦନ ହେବ, ତେବେ ତାକୁ ଖରାପ ନିଶ୍ଚିୟ ଲାଗିବ ।

ଭାରତର ସ୍ୱାଧୀନତାରେ ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ଥିଲା । ଧର୍ମ ନାମରେ ଭାରତ ଏବଂ ପାକିସ୍ଥାନର ବିଭାଜନ ହେବା ପରେ ମଧ୍ୟ ମହାତ୍ମା ଗାନ୍ଧୀ ଚାହୁଁଥିଲେ ଭାରତରେ ହିନ୍ଦୁ ମୁସଲିମ ମିଳିତ ରୁହନ୍ତୁ । ଦେଶର ବିଭାଜନ ପରେ ଗାନ୍ଧିଜୀଙ୍କ ଏହି କଥା ଗଡସେଙ୍କୁ ପସନ୍ଦ ନ ଥିଲା ।

କୋର୍ଟରେ ନାଥୁରାମ ଗଡସେ ଭାରତ ବିଭାଜନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରି କହିଛନ୍ତି । ମହାତ୍ମା ଗାନ୍ଧୀ ଚାହିଁଥିଲେ ଭାରତ ପାକିସ୍ଥାନର ବିଭାଜନ ରୋକି ପାରିଥାନ୍ତେ କିନ୍ତୁ ସେ ପାକିସ୍ଥାନର ନିର୍ମାଣରେ ସେ ସାହାଯ୍ୟ କରିଥିଲେ ।