କେଉଁ ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ, କେଉଁ ଜାତକଧାରୀ ବ୍ୟକ୍ତି ସହ ବିବାହ କରିବା ଉଚିତ ନୁହଁ, ଆସନ୍ତୁ ଜାଣିବା ।

Spread the love

ଜ୍ୟୋତିଷ ଶାସ୍ତ୍ରରେ ବାହାଘର ପାଇଁ ଅନେକ କଥା କୁହାଯାଇଛି । ଏଥିରେ ବାହାଘର ପାଇଁ ଶୁଭ ମୁହୂର୍ତ୍ତର ଉଲ୍ଲେଖ କରାଯାଇଛି । ଏହାସହ ବାହାଘର ପ୍ରସଙ୍ଗରେ ଶୁଭ ଓ ଅଶୁଭ ବିଷୟରେ ସୂଚାଇ ଡିଯାଇଛି । ଏହାଛଡା ବାହାଘର ପାଇଁ ବର ଓ ବଧୁର ରାଶି ପ୍ରତି ଧ୍ୟାନ ଦେବାପାଇଁ କୁହାଯାଇଛି । କହିଥାନ୍ତି କି ଏଭଳି କରିଲେ ବୈବାହିକ ଜୀବନରେ ଅଧିକ ସମୟ ପର୍ଯ୍ୟନ୍ତ ଖୁସିରେ ଦିନ ବିତିଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ରାଶି ସମ୍ପର୍ଣ୍ଣ ବ୍ୟକ୍ତି ମାନେ କେଉଁ ଜାତକଧାରୀ ସହ ବାହାଘର କରିବା ଉଚିତ ନୁହଁ, ସେ ବିଷୟରେ ଆମେ ଆଜି ସମ୍ପୁର୍ଣରୂପେ ଜାଣିବା ।

ମେଷ – ମେଷ ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ବୃଷ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସହ ବିବାହ କରିବା ଅଶୁଭ ବୋଲି କୁହାଯାଇଛି ।

ବୃଷ – ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ଧନୁ ଜାତକଧାରୀ ବ୍ୟକ୍ତି ସହ ବିବାହ କ୍ଯାରିବା ମନା କରାଯାଇଛି ।

ମିଥୁନ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଜାତକକୁ ମକର ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସହ ବାହାଘର କରିବା ଉଚିତ ନୁହଁ ।

କର୍କଟ – କର୍କଟର ଜାତକଙ୍କୁ, କୁମ୍ଭ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସହିତ ବିବାହ କରିବା ପାଇଁ ମନା କରାଯାଇଛି ।

ସିଂହ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ଜାତକକୁ ବୃଷ ସହିତ ବାହା ହେବା ଉଚିତ ନୁହଁ ।

କନ୍ୟା – କନ୍ୟା ରାଶି ବାଲାଙ୍କୁ ସିଂହ ଜାତକ ସହ ବାହା କରେଇବା ମନା କରାଯାଇଛି ।

ତୁଳା – ଏହି ରାଶିର ଜାତକକୁ କନ୍ୟା ରାଶି ସହ ବାହା କରେଇବା ଉଚିତ ନୁହଁ ।

ବିଛା – ଏହି ରାଶିର ଜାତକ ମେଷ ରାଶି ସହ ବାହା କରେଇବା ଭଲ ନୁହଁ ବୋଲି କୁହାଯାଇଛି ।

ଧନୁ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନୁ ରାଶିର ଜାତକକୁ ବୃଷ ସହ ବାହା କରେଇବା ଉଚିତ ନୁହଁ ।

ମକର – ଏହି ରାଶିର ଜାତକକୁ ମିଥୁନ ବାଲାଙ୍କ ସହ ବାହା କରେଇବା ଉଚିତ ନୁହଁ ।

କୁମ୍ଭ – କୁମ୍ଭ ରାଶିର ଜାତକକୁ କର୍କଟ ସହିତ କେବେ ମଧ୍ୟ ବାହା କରେଇବା ଉଚିତ ନୁହଁ ।

ମୀନ – ମୀନ ରାଶିର ଜାତକକୁ କନ୍ୟା ରାଶିଙ୍କ ସହିତ ବାହା କରେଇବା ପାଇଁ ମନା କରାଯାଇଛି ।