ହିନ୍ଦୁ ଧର୍ମର ମହତ୍ଵପୂର୍ଣ୍ଣ ଚିହ୍ନ ସ୍ଵାସ୍ତିକର ଅର୍ଥ କଣ ଏବଂ ଏହାର ଧାର୍ମିକ ମାନ୍ୟତା କଣ ଅଟେ ?

Spread the love

ବାସ୍ତୁଶାସ୍ତ୍ର ଅନୁସାରେ ପୂଜାସ୍ଥଳ, ଖଜଣା ବାକ୍ସ, ଆଲମାରୀରେ ମଧ୍ୟ ସ୍ଵାସ୍ତିକ ଚିହ୍ନ ସ୍ଥାପିତ କରିବା ଦରକାର, ଏହାଦ୍ଵାରା ଆର୍ଥିକ ସମସ୍ୟାରେ ସୁଧାର ଆସିଥାଏ ।

ଆମର ହିନ୍ଦୁ ଶାସ୍ତ୍ରରେ ବହୁତ ଗୁଡିଏ ପ୍ରାଚୀନ ମାନ୍ୟତାମାନ ରହିଛି, ଯାହା ଆଜି ମଧ୍ୟ ଜୀବିତ ଅଛି ଏବଂ ବହୁତ ଶ୍ରଦ୍ଧାର ସହିତ ସେଗୁଡିକୁ ନିର୍ବାହ କରାଯାଉଛି । କିଛି ଏହିପରି ସ୍ଵାସ୍ତିକର ମଧ୍ୟ ମହତ୍ଵ ରହିଛି, ଯାହା ଅତ୍ୟନ୍ତ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିରେ ମଙ୍ଗଳର ଅର୍ଥାତ ଶୁଭତାର ପ୍ରତୀକ ବୋଲି କୁହାଯାଏ ଏବଂ ଏହି କାରଣ ଯୋଗୁଁ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ସ୍ଵାସ୍ତିକ ଚିହ୍ନ ଅଙ୍କନ କରି ତାହାର ପୂଜା କରାଯାଇଥାଏ । ଏହା ଆମର ମହାନ ମୁନୀ ଋଷିମାନଙ୍କର ଦାନ ଅଟେ ଯାହା ଈଶ୍ଵରଙ୍କ ଶକ୍ତିକୁ ନିଜ ମଧ୍ୟରେ ଧାରଣ କରିଛନ୍ତି । ମାନ୍ୟତା ଅଛି ଯେ, କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ରକ୍ତ ଚନ୍ଦନରେ ସ୍ଵାସ୍ତିକ ଚିହ୍ନ ଅଙ୍କନ କରି ପୂଜା ଅର୍ଚ୍ଚନା ଆରମ୍ଭ କରାଯାଇଥାଏ । ଗଣେଶ ପୂରଣ ଅନୁସାରେ ସ୍ଵାସ୍ତିକ ଚିହ୍ନ ଗଣେଶଙ୍କ ସ୍ଵରୂପ ଅଟେ, ଯେଉଁଥିରେ ସମସ୍ତ ବାଧାବିଘ୍ନ ଏବଂ ଅମଙ୍ଗଳ ଦୁର କରିବାର ଶକ୍ତି ଅଛି । ଏହାର ବ୍ୟତୀତ ଆଚାର୍ଯ୍ୟ ୟାସ୍କଙ୍କ ଅନୁସାରେ ସ୍ଵାସ୍ତିକକୁ ଅବିନାଶୀ ବ୍ରହ୍ମଙ୍କ ନାମ ଦିଆଯାଇଛି ଏବଂ ଧନର ଦେବୀ ମାତା ଲଷ୍ମୀ ଅର୍ଥାତ ‘ଶ୍ରୀ’ଙ୍କର ପ୍ରତୀକ କୁହାଯାଏ । ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ମାନ୍ୟତା ରହିଛି କିନ୍ତୁ ସବୁ ସ୍ଥାନରେ ଏହାର ପ୍ରୟୋଗ ଶୁଭ କାର୍ଯ୍ୟ ପାଇଁ ସୃଷ୍ଟି କରାଯାଇଛି ।

ସାମାନ୍ୟତଃ ସ୍ଵାସ୍ତିକ ଶବ୍ଦକୁ “ସୁ” ଏବଂ “ଅସ୍ଥି”ର ମିଶ୍ରଣ ଯୋଗ କୁହାଯାଏ । ଏଠାରେ “ସୁ”ର ଅର୍ଥ ଶୁଭ ଏବଂ “ଅସ୍ଥି”ର ଅର୍ଥ ହୁଏ ଅଟେ । ଏହାର ଅନୁସାରେ ଯଦି ସଂସ୍କୃତ ବ୍ୟାକରଣରେ “ସୁ” ଏବଂ “ଅସ୍ଥି”କୁ ଯୋଗ କରାଯାଇଥାଏ, ତେବେ ଏକ ନୂଆ ଶବ୍ଦ ସୃଷ୍ଟି ହୁଏ ତାହା ହେଉଛି “ସ୍ଵସ୍ତି” ଅର୍ଥାତ “ଶୁଭ ହେଉ”, “କଲ୍ୟାଣ ହେଉ” ଏବଂ ଏହି ପ୍ରକାରରେ ସ୍ଵାସ୍ତିକ ଶବ୍ଦର ଅର୍ଥ ହେଲା ଭଲ କିମ୍ବା ମଙ୍ଗଳ କରିବା ଅଟେ । ସ୍ଵାସ୍ତିକର ନାମ ବିଷୟରେ ଆପଣ ସବୁ ସ୍ଥାନରେ ଦେଖିଥିବେ ଏବଂ ଶୁଣି ଥିବେ ମଧ୍ୟ । ଏହି ପରିପ୍ରେକ୍ଷୀରେ ଆମେ ଆଜି ଆପଣଙ୍କୁ ସ୍ଵାସ୍ତିକ ସହ ସମ୍ପୃକ୍ତ ଥିବା କିଛି ଧାର୍ମିକ ମାନ୍ୟତା ଏବଂ ଏହାର ଲାଭ ବିଷୟରେ ଜଣାଇବୁ ।

ସ୍ଵାସ୍ତିକର ମହତ୍ଵ ଏବଂ ଏହାର ଲାଭ :

୧) ଏପରି ମାନ୍ୟତା ଅଛି ଯେ, କୌଣସି ଧାର୍ମିକ କାର୍ଯ୍ୟକ୍ରମରେ କିମ୍ବା କୌଣସି ପୂଜା-ଅର୍ଚ୍ଚନାରେ ଆମେ କାନ୍ଥରେ, ଥାଳିରେ କିମ୍ବା ମାଟିରେ ସ୍ଵାସ୍ତିକର ଚିହ୍ନ ଆଙ୍କି ସ୍ଵସ୍ତି ବାଚନ କହିବା ବହୁତ ଶୁଭ ଅଟେ । ମାନ୍ୟତା ଅଛି ଯେ, ଏପରି କରିବା ସକାରାତ୍ମକ ଶକ୍ତିର ପ୍ରତୀକ । ଏହାକୁ ଆଙ୍କିବା ଦ୍ଵାରା ଆଖପାଖର ନକରାତ୍ମକ ଶକ୍ତି ବହୁ ଦୂରରେ ରୁହେ ।

୨) ଏହା ଛଡା ଆହୁରି ମାନ୍ୟତା ଅଛି ଯେ, ଯେଉଁଠାରେ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନେ ଧନର ଦେବୀ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିପାରିବେ; ସେହି ସ୍ଥାନରେ ସ୍ଵାସ୍ତିକ ଚିହ୍ନର ବ୍ୟବହାର ଅଧିକ ହୋଇଥାଏ । ଯଦି ଆପଣଙ୍କ ଘରେ ଅର୍ଥର ଅଭାବ ଦେଖାଦେଇଥାଏ, ତେବେ ଆପଣ ସିନ୍ଦୁର କିମ୍ବା କୁଂକୁମରେ ସ୍ଵାସ୍ତିକ ଚିହ୍ନ ଘର ବାହାରର ମୁଖ୍ୟ ଦ୍ଵାରରେ ଆଙ୍କି ଦିଅନ୍ତୁ । ଏପରି କରିବା ଦ୍ଵାରା ମାତା ଲଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହେବେ ।

୩) ସ୍ଵାସ୍ତିକ ମନ୍ତ୍ର କିମ୍ବା ସ୍ଵସ୍ତି ମନ୍ତ୍ର ଶୁଭ ଏବଂ ଶାନ୍ତି ପାଇଁ ପ୍ରଯୁକ୍ତ ଅଟେ । ଏପରି ମାନ୍ୟତା ଅଛି, ଏହା ଦ୍ଵାରା ହୃଦୟ ଏବଂ ମନ ନିର୍ମଳ ହୋଇଯାଏ, ସ୍ଵାସ୍ତିକ ମନ୍ତ୍ରର ପାଠ କରିବା କ୍ରିୟାକୁ “ସ୍ଵସ୍ତିବାଚନ” କୁହାଯାଇଥାଏ ।

“ଓଁ ସ୍ଵସ୍ତି ନ ଇନ୍ଦ୍ରୋ ବୃଦ୍ଧଶ୍ରବାଃ । ସ୍ଵସ୍ତି ନଃ ପୁଷା ବିଶ୍ଵବେଦାଃ ।

ସ୍ଵସ୍ତି ନସ୍ତାକ୍ଷୋ ଅରିଷ୍ଟନେମିଃ । ସ୍ଵସ୍ତି ନୋ ବୃହସ୍ପତିର୍ଦଧାତୁ ।।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।”

୪) କେବଳ ଏତିକି ନୁହେଁ ସ୍ଵାସ୍ତିକର ବାସ୍ତୁରେ ବହୁତ ମହତ୍ଵ ରହିଥିବାର କୁହାଯାଇଛି । ତଥା ଏହା ଛଡା ବାସ୍ତୁଶାସ୍ତ୍ର ଅନୁସାରେ ପୂଜାସ୍ଥଳ, ଖଜଣା ବାକ୍ସ, ଆଲମାରୀରେ ମଧ୍ୟ ସ୍ଵାସ୍ତିକ ଚିହ୍ନ ସ୍ଥାପିତ କରିବା ଦରକାର । ଏହା ଦ୍ଵାରା ଧନଲାଭ ହୋଇଥାଏ ବୋଲି ଆପଣମାନେ ଜାଣି ରଖନ୍ତୁ ।

୫) ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ରତ, ପର୍ବ, ଉତ୍ସବ, ପୂଜା ଏବଂ ସମସ୍ତ ପ୍ରକାରର ମାଙ୍ଗଳିକ ସମୟରେ ସ୍ଵାସ୍ତିକକୁ କୁଂକୁମରେ ଅଙ୍କା ଯାଇଥାଏ ଏବଂ ଭାବପୂର୍ଣ୍ଣରେ ଈଶ୍ଵରଙ୍କୁ ପ୍ରାର୍ଥନା କରାଯାଏ ଯେ- “ହେ ପ୍ରଭୁ ମୋର କାର୍ଯ୍ୟ ନିର୍ବିଘ୍ନ ସଫଳ ହେଉ ଏବଂ ଆମର ଘରକୁ ଯେଉଁ ଅର୍ଣ୍ଣ, ବସ୍ତ୍ର, ବୈଭବ ଇତ୍ୟାଦି ଆସିଲେ ତାହା ପବିତ୍ର ହେଉ ।”