କଣ ଆପଣ ଜାଣିଛନ୍ତି କି ? ଷ୍ଟେସନର ଶେଷରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ, ଟର୍ମିନଲ୍ ଏବଂ ସେଣ୍ଟ୍ରାଲ ?

Spread the love

କଣ ଆପଣ କେବେ ଚିନ୍ତା କରିଛନ୍ତି, ଷ୍ଟେସନର ନାମର ଅନ୍ତରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ, ଟର୍ମିନଲ୍ ଏବଂ ସେଣ୍ଟ୍ରାଲ ? ଯଦି କେବେ ଚିନ୍ତା କରି ନାହାଁନ୍ତି, ତେବେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦେବା ପୂର୍ବରୁ ଭାରତୀୟ ରେଳ ସେବା ବିଷୟରେ କିଛି କହିବା ପାଇଁ ଚାହୁଁଛୁ ।

ଭାରତୀୟ ରେଳ ସେବାର ନେଟୱର୍କ ବିଶ୍ୱର ଚତୁର୍ଥ ବଡ଼ ରେଲୱେ ନେଟୱର୍କ ଅଟେ । ଭାରତୀୟ ରେଲୱେ ଟ୍ରାକ ୯୨୦୮୧ କିମି ଲମ୍ବ ଅଟେ, ଯାହା ଦେଶର କୋଣ ଅନୁକୋଣକୁ ଯୋଡିବାରେ ସାହାଯ୍ୟ କରିଥାଏ । ଭାରତୀୟ ରେଳ ବିଭାଗ ଦିନରେ ୬୬୬୮୭ କିମି ଦୂର ଅତିକ୍ରମ କରିଥାଏ । ଆଜି ଆମେ ଏହି ବିଷୟ ଉପରେ ନୁହେଁ ଷ୍ଟେସନର ନାମର ଅନ୍ତରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ, ଟର୍ମିନଲ୍ ଏବଂ ସେଣ୍ଟ୍ରାଲ ସେହି ବିଷୟରେ କହିବୁ ।

ଷ୍ଟେସନର ନାମର ଅନ୍ତରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ, ଟର୍ମିନଲ୍ ଏବଂ ସେଣ୍ଟ୍ରାଲ ?

ସର୍ଵ ପ୍ରଥମେ କହିବା ପାଇଁ ଚାହୁଁଛୁ, ଯଦି କୌଣସି ରେଲୱେ ଷ୍ଟେସନର ନାମର ଅନ୍ତରେ ଟର୍ମିନଲ ଲେଖା ହୋଇଥାଏ, ଏହାର ଅର୍ଥ ହେଉଛି ଆଗକୁ ରେଲୱେ ଟ୍ରାକ ନାହିଁ । ଏହାର ଅର୍ଥ ଟ୍ରେନ ଯେଉଁ ଦିଗରୁ ଆସିଛି, ସେହି ଦିଗରେ ହିଁ ଫେରିବ । ଟର୍ମିନଶକୁ ଟର୍ମିନାଲ ମଧ୍ୟ କୁହାଯାଇ ଥାଏ । ଏହାର ଅର୍ଥ ହେଉଛି ଟ୍ରେନ ଆଗକୁ ଯାଇପାରିବ ନାହିଁ ଟ୍ରେନ ସେହି ଦିଗରେ ହିଁ ଯିବ ଯେଉଁ ଦିଗରୁ ଆସିଛି । ଦେଶରେ ୨୭ଟି ଏହିପରି ରେଲୱେ ଷ୍ଟେସନରେ ଟର୍ମିନଲ ଲେଖା ହୋଇଛି । ଛତ୍ରପତି ଶିବାଜୀ ଟର୍ମିନଲ ଏବଂ ଲୋକମାନ୍ୟ ତିଳକ ଟର୍ମିନଲ ଦେଶର ବଡ଼ ଟର୍ମିନଲ ଷ୍ଟେସନ ଅଟେ ।

ରେଲୱେ ଷ୍ଟେସନର ଅନ୍ତରେ ଲେଖା ହୋଇଥାଏ ସେଣ୍ଟ୍ରାଲ :

ରେଲୱେ ଷ୍ଟେସନର ଅନ୍ତରେ ଲେଖା ହୋଇଥାଏ ସେଣ୍ଟ୍ରାଲ । ଏହାର ଅର୍ଥ ହେଉଛି ସେହି ସହରରେ ଏକରୁ ଅଧିକ ରେଲୱେ ଷ୍ଟେସନ ରହିଛି । ଏହାର ଦ୍ଵିତୀୟ ଅର୍ଥ ହେଉଛି ଏହା ସେହି ସହରର ବ୍ୟସ୍ତ ବହୁଳ ଷ୍ଟେସନ ଅଟେ । ଭାରତରେ ମୁମ୍ବାଇ ସେଣ୍ଟ୍ରାଲ, ଚେନ୍ନାଇ ସେଣ୍ଟ୍ରାଲ, ତ୍ରିବେନ୍ଦମ ସେଣ୍ଟ୍ରାଲ, ମାଙ୍ଗଲୋର ସେଣ୍ଟ୍ରାଲ, କାନପୁର ସେଣ୍ଟ୍ରାଲ ପ୍ରମୁଖ ଅଟେ ।

ରେଲୱେ ଷ୍ଟେସନର ଅନ୍ତରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ ?

କୌଣସି ଷ୍ଟେସନର ଅନ୍ତରେ ଜଙ୍କସନ ଲେଖା ହେବାର ଅର୍ଥ ହେଉଛି, ସେହି ଷ୍ଟେସନରେ ଟ୍ରେନ ଆସିବା ଏବଂ ଯିବା ପାଇଁ ତିନୋଟି ରାସ୍ତା ରହିଛି । ଏହି କାରଣରୁ ଏହି ଷ୍ଟେସନ ଗୁଡିକର ଅନ୍ତରେ ଜଙ୍କସନ ଲେଖା ହୋଇଥାଏ । ଭାରତରେ ବର୍ତ୍ତମାନ ମଥୁରା ଜଙ୍କସନ (୭ ରୁଟସ୍), ସୋଲେମ ଜଙ୍କସନ (୬ ରୁଟସ୍), ବିଜୟାବାଡ଼ା ଜଙ୍କସନ (୫ ରୁଟସ୍), ବରେଲି ଜଙ୍କସନ (୫ ରୁଟସ୍) ଜଙ୍କସନ ଷ୍ଟେସନ ରହିଛି ।