ଥଣ୍ଡା ପଣି ପିଇବା ଦ୍ଵାରା ଶରୀର ଉପରେ କଣ ସବୁ କୁପ୍ରଭାବ ପଡିଥାଏ ? ଆପଣ ଜାଣନ୍ତି କି ?

Spread the love

ପ୍ରବଳ ଗରମରେ ଝାଳରୁ ମୁକ୍ତି ପାଇବା ପାଇଁ ଶୋଷ ପ୍ରବଳ ଲାଗିଥାଏ । ଆମେ ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାଣି ପିଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଥଣ୍ଡା ପାଣି ପିଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ ? ହୋଇଥାଇ ପାରେ ଆପଣ ଥଣ୍ଡା ପାଣି ପିଇବା ଦ୍ୱାରା ଆଶ୍ୱସ୍ତ ଅନୁଭଵ କରିପାରନ୍ତି କିନ୍ତୁ ଥଣ୍ଡା ପାଣି ପିଇବା ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଓଜନ କମ ହୋଇଯାଇଥାଏ । ଏହା ସହ ଆପଣଙ୍କୁ କୋଷ୍ଟକାଠିନ୍ୟ ମଧ୍ୟ ହୋଇପାରେ ।

ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ହେଉଥିବା ହାନି :

ଓଜନ ବହୁତ ଶୀଘ୍ର ବଢିଥାଏ, ଥଣ୍ଡା ପାଣି ପିଇବା ଦ୍ୱାରା ଚର୍ବି ବଢିଥାଏ ଓ ଶରୀରର ଚର୍ବି ଅଂଶ କମି ନ ଥାଏ । ଏଥିପାଇଁ ବହୁତ ଥଣ୍ଡା ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ ।

ଏନେର୍ଜି :

ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ଚୟାପଚୟ ବ୍ୟବସ୍ଥା ବିଗିଡି ଯାଇଥାଏ । ଯାହାଫଳରେ ଶରୀର ମାନ୍ଦା ହୋଇଯାଏ ଏବଂ ଉର୍ଜାର ସ୍ତର କମିବାରେ ଲାଗିଥାଏ ।ଅତ୍ୟଧିକ ଥଣ୍ଡା ପାଣି ପିଇବା ଅପେକ୍ଷା ସାଧାରଣ ପାଣି ପିଇବା ଉଚିତ୍ ହେବ । ଆପଣ ଅତ୍ୟଧିକ ଶୋଷ ହେଲେ ପଇଡ଼ ପାଣି ପିଇ ପାରିବେ ।

କୋଷ୍ଟକାଠିନ୍ୟ ଜନିତ ସମସ୍ୟା :

ଥଣ୍ଡାପାଣି ପିଇବା ଦ୍ୱାରା ପେଟରେ କୋଷ୍ଟକାଠିନ୍ୟ ସମସ୍ୟା ଉପୁଜାଇ ଥାଏ । ଯାହାଫଳରେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଓ ପେଟ ସଫା ହୋଇନଥାଏ । ତେଣୁ କଦାପି ଥଣ୍ଡା ପାଣି ପିଅନ୍ତୁ ନାହିଁ ।

ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ :

ଥଣ୍ଡାପାଣି ଆମର ପାଚନତନ୍ତ୍ରକୁ ଦୁର୍ବଳ କରିଦେଇଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ହୃଦୟ ଗତି ଧିମା ହୋଇ ଯାଇଥାଏ ଓ ଏହାସହ ପେଟରେ ଗ୍ୟାସ ସମସ୍ୟା ମଧ୍ୟ ଉପୁଜିଥାଏ । ଯଦି ଆପଣଙ୍କୁ ଅତ୍ୟଧିକ ଶୋଷ ହେଉଥାଏ, ସାଧାରଣ ପାଣି ପିଅନ୍ତୁ । ଗରମରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ପାଣି ପିଇବା ନିହାତି ଜରୁରୀ ଅଟେ ।ଥଣ୍ଡା ପାଣିରୁ ଯଥାସମ୍ଭବ ଦୁରେଇ ରହିବା ଉଚିତ୍ ।