୯୯ ପ୍ରତିଶତ ଲୋକମାନେ ଆଜି ପର୍ଯ୍ୟନ୍ତ ଜାଣନ୍ତି ନାହିଁ କି ଅପରାହ୍ନରେ ଶୋଇଲେ କଣ ହୋଇଥାଏ, ଆସନ୍ତୁ ଜାଣିବା ।

Spread the love

ଦ୍ଵିପହର ସମସ୍ୟାରେ ଶୋଇବାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା, ଦ୍ଵିପହରରେ ଶୋଇବା ଠିକ୍ ନା ଭୁଲ୍ ? ଅଧିକାଂଶ ଲୋକମାନେ ଅପରାହ୍ନରେ ଶୋଇବାକୁ ବହୁତ ପସନ୍ଦ କରିଥାନ୍ତି । କେତେକ ଲୋକମାନଙ୍କୁ ଅପରାହ୍ନରେ ଶୋଇବାର ଅଭ୍ୟାସ ଥାଏ । ଆପଣ ଜାଣିଛନ୍ତି କି, ଦ୍ଵିପହରେର ଶୋଇବା ଦ୍ଵାରା କଣ ଲାଭ ହୋଇଥାଏ ? କିନ୍ତୁ ବହୁତ କମ ଲୋକମାନେ ହିଁ ଜାଣନ୍ତି କି ଅପରାହ୍ନରେ ଶୋଇଲେ କଣ ଫାଇଦା ମିଳିଥାଏ ।

ଅପରାହ୍ନରେ ଶୋଇବା ଉଚିତ ନା ନାହିଁ –

ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ କି ଅପରାହ୍ନରେ ଶୋଇବା ଏକ ଭଲ ଅଭ୍ୟାସ ଅଟେ । ଅପରାହ୍ନରେ ଶୋଇଲେ ଅନେକ ଫାଇଦା ମିଳିଥାଏ କିନ୍ତୁ ଅପରାହ୍ନରେ ଶୋଇବା ଆଗରୁ କିଛି କଥା ଗୁଡ଼ିକ ଉପରେ ବିଶେଷ ରୂପେ ଧ୍ୟାନ ରହିବା ଆବଶ୍ୟକ । ସାମାନ୍ୟ ଅଳସ ଦୂର କରିବା ପାଇଁ କେବଳ ୧୫ ରୁ ୩୦ ମିନିଟ୍ ହିଁ ଶୋଇବା ଦରକାର କିନ୍ତୁ ମାନସିକ ରୂପରେ ଆପଣ ଯଦି ଥକ୍କାପଣ ଅନୁଭବ କରୁଛନ୍ତି, ତେବେ ୯୦ ମିନିଟ୍ ଶୋଇବା ଦରକାର ।

ମନେ ରଖନ୍ତୁ – ଅପରାହ୍ନରେ କେବଳ ସେହି ଲୋକମାନେ ଶୋଇବା ଉଚିତ ଯେଉଁ ଲୋକକୁ ରାତିରେ ନିଦ ଭଲ ରୁପେ ହୋଇନଥାଏ । ଗୋଟିଏ କଥାକୁ ବିଶେଷ ରୂପେ ଧ୍ୟାନ ରଖିବା ଉଚିତ କି, ଅପରାହ୍ନରେ ଭୋଜନ କରିବା ତୁରନ୍ତ କେବେ ମଧ୍ୟ ଶୋଇବା ଉଚିତ ନୁହଁ ।

ଅପରାହ୍ନରେ ଶୋଇଲେ ଏହି ଫାଇଦାଗୁଡ଼ିକ ମିଳିଥାଏ –

● ଯଦି ରାତ୍ରରେ ଭଲରୁପେ ନିଦ ନ ହୋଇଥିଲେ ଓ ଆପଣ ଅପରାହ୍ନରେ ଶୋଇବେ, ତେବେ ଏହା ଆପଣଙ୍କ ଶରୀର ପାଇଁ ଭଲ ଅଟେ । ଏହାଦ୍ୱାରା ଆପଣଙ୍କୁ ଅଳସୁଆ ଲାଗିବ ନାହିଁ, ମନ ବହୁତ ଫୁର୍ତ୍ତି (ଏକ୍ଟିବ୍) ରହିବା ।

● ଅପରାହ୍ନରେ ଶୋଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ରୋଗ ହେବାର ସମ୍ଭାବନା ମଧ୍ୟ କମିଯାଏ ।

● ଏହାଦ୍ୱାରା ଶରୀରକୁ ଅଧିକ ଆରାମ ମଧ୍ୟ ମିଳିଥାଏ ଓ ଯେତେବେଳେ ଶୋଇ ଉଠିବେ ନିଜକୁ ବହୁତ ଉର୍ଜ୍ଜାବାନ ଅନୁଭବ କରିବେ ।