ଛାଡପତ୍ର ନେବା ପୂର୍ବ ଦିନ ରାତିରେ କିଛି ଏହିପରି ହୋଇଥିଲା ମଲାଇକାଙ୍କ ସହ । ଜାଣନ୍ତୁ ସେହି ରାତିର ସମ୍ପୂର୍ଣ୍ଣ ଘଟଣା ।

Spread the love

ଆରବାଜଙ୍କ ଠାରୁ ଛାଡପତ୍ର ନେବା ପୂର୍ବରୁ ମଲାଇକାଙ୍କ ଜୀବନରେ ଉଥାନପତ୍ତନ ଚାଲିଥିଲା ।

ବଲିଉଡର ଟପ୍ ଏବଂ ହଟ୍ ଅଜିନେତ୍ରୀ ମାନଙ୍କ ମଧ୍ୟରୁ ମଲାଇକା ଆରୋଡା ଆଜିକାଲି ଅର୍ଜୁନ କପୁରଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ମଲାଇକା ଫିଲ୍ମରେ ଅଭିନେତ୍ରୀ ରୂପରେ କାମ କରନ୍ତି ନାହିଁ କିନ୍ତୁ ବଲିଉଡରେ ଟପ ଅଭିନେତ୍ରୀ ମାନଙ୍କ ଠାରୁ କମ ନୁହଁନ୍ତି । ନିଜର ହଟ ଅନ୍ଦାଜ ଏବଂ ଷ୍ଟାଇଲ ଯୋଗୁଁ ସେ ଅନେକ ରିୟାଲିଟି ଶୋ’ରେ ଜର୍ଜ ରୂପେ ନଜରକୁ ଆସନ୍ତି । ଏହା ସହ ସେ ଅନେକ ଇଭେଣ୍ଟ ମଧ୍ୟ ଅୟୋଜନ କରନ୍ତି ।

ଆମେ ଆପଣଙ୍କୁ କହି ସାରିଛୁ, ମଲାଇକା ଏବଂ ଆରବାଜଙ୍କ ପ୍ରେମ ବିବାହ ହୋଇଥିଲା । ମଲାଇକା ଆରବାଜଙ୍କୁ ବିବାହ ପାଇଁ ପ୍ରଯୋଜ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବିବାହର ୧୮ ବର୍ଷ ପରେ ଦୁହେଁ ଛାଡପତ୍ର ପାଇଁ ଚିନ୍ତା କରିଥିଲେ । ମଲାଇକାଙ୍କ ଏହି ନିଷ୍ପତି ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେହି କିଛି ବୁଝି ପାରି ନ ଥିଲେ କଣ ପାଇଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହିପରି କଣ ଘଟିଥିଲା ଯାହାଫଳରେ ମଲାଇକା ନିଜର ୧୮ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗି ଆରବାଜଙ୍କ ଠାରୁ ଛାଡପତ୍ର ନେବା ପାଇଁ ଚିନ୍ତା କରିଥିଲେ ।

ଯେଉଁ ଦିନ ଠାରୁ ଦୁହେଁ ଛାଡପତ୍ର ନେଇଥିଲେ, ସେହି ଦିନ ଠାରୁ ମିଡିଆରେ ବହୁତ କିଛି ଚର୍ଚ୍ଚା ଚାଲିଛି କିନ୍ତୁ ଏହି ବିଷୟରେ ନା ମଲାଇକା ନା ହିଁ ଆରବାଜ କୌଣସି କଥା ଉଲ୍ଲେଖ କରିଛନ୍ତି । ତେଣୁ ପ୍ରାୟ ସମସ୍ତେ ଛାଡ଼ପତ୍ରର କାରଣ ଖୋଜିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ପ୍ରଥମ ଥର ମଲାଇକା ଆରୋଡା ନିଜର ଏବଂ ଆରବାଜଙ୍କ ଛାଡ଼ପତ୍ରର କାରଣ ବିଷୟରେ ମୁହଁ ଖୋଲିଛନ୍ତି । ନିକଟରେ ମଲାଇକା ଛାଡ଼ପତ୍ରର ମୁଖ୍ୟ କାରଣ ବିଷୟରେ ନ କହି ସେ କହିଥିଲେ, ଯଦି ଆପଣ କୌଣସି ବ୍ୟକ୍ତି ସହ ଖୁସି ନାହାଁନ୍ତି; ତେବେ ଏହା ଠିକ ଅଟେ ଆପଣ ସେହି ବ୍ୟକ୍ତି ଠାରୁ ଦୁରେଇ ଯାଆନ୍ତୁ ।

କହିବା ପାଇଁ ଚାହୁଁଛୁ ମଲାଇକା ଆରୋଡା ନିକଟରେ କରିନା କପୁରଙ୍କ ରେଡ଼ିଓ ଚାଟ ଶୋ’ରେ ପହଞ୍ଚିଥିଲେ । ଯେଉଁଠି ସେ କହିଥିଲେ, ଯେତେବେଳେ ସେ ଛାଡପତ୍ର ନେବା ପାଇଁ ଚାହୁଁଥିଲେ ସେହି ସମୟରେ ତାଙ୍କର ଘରଲୋକେ କଣ କହିଥିଲେ । ମଲାଇକା କହିଥିଲେ, ମୋତେ ଲାଗିଥିଲା ସମସ୍ତଙ୍କ ପ୍ରଥମ ରାୟ ଥିଲା ଯେ, ଏହିପରି କରିବା ଅନୁଚିତ । ଆପଣଙ୍କୁ କେହି କହିବେ ନାହିଁ; ଛାଡପତ୍ର ନିଅନ୍ତୁ । ଲୋକେ ସର୍ଵ ପ୍ରଥମେ କହିବେ, ଯାହା କରିବା ପାଇଁ ଚାହୁଁଛ ଭାବି ବିଚାରି କର । ମୁଁ ମଧ୍ୟ ଏହି ସ୍ଥିତି ଦେଇ ଗତି କରିଛି ।

ମଲାଇକା କହିଥିଲେ କିନ୍ତୁ ଯେତେବେଳେ ମୋର ବନ୍ଧୁ ଏବଂ ପରିଜନ ଲୋକଙ୍କୁ ଜଣା ପଡିଥିଲା ଯେ, ମୁଁ ମୋ ଚିନ୍ତାଧାରାରେ ଦୃଢ଼ ଅଟେ, ସେହି ସମୟରେ ସେମାନେ ମୋ ସାଥିରେ ଥିଲେ । ସମସ୍ତେ କହିଥିଲେ ଯଦି ତୁମେ ଛାଡପତ୍ର ପାଇଁ ଚିନ୍ତା କରୁଛ; ତେବେ ତୁମ ଉପରେ ଆମେ ଗର୍ଵ କରୁଛୁ । ତୁମେ ଜଣେ କଠୋର ବ୍ୟକ୍ତିତ୍ୱର ମହିଳା ଅଟ । ଯେତେବେଳେ ମୋର ପରିବାର ଏହିପରି କହିଥିଲେ; ତେବେ ମୋତେ ସାହସ ମିଳିଥିଲା ଯାହା ମୋର ଆବଶ୍ୟକ ଥିଲା । ମଲାଇକା କହିଥିଲେ, ଘର ଲୋକଙ୍କ ସହଯୋଗ ପରେ ମୁଁ ଦୃଢ଼ ହୋଇଯାଇଥିଲି ଏବଂ ନିଜ ନିର୍ଣ୍ଣୟ ଉପରେ ଦୃଢ଼ତାର ସହ ରହିଥିଲି । ଏହାସହ ମଲାଇକା କହିଥିଲେ, ଯାହା ଏହି ଭିଡ଼ିଓରେ ଆପଣ ଦେଖିପାରିବେ ।