ପ୍ରେମିକର ମୋବାଇଲ ଦେଖିବା ପରେ ପ୍ରେମିକା ଆଶ୍ଚର୍ଯ୍ୟ ଚକିତ ହୋଇ ପୋଲିସକୁ କଲ୍ କରିଥିଲେ । ଜଣାନ୍ତୁ ଘଟଣା ।

Spread the love

କୁହାଯାଏ ଅପରାଧୀ ଯେତେ ବି ଚାଲାକ ହୋଇଥିଲେ ମଧ୍ୟ କିଛି ନା କିଛି ଭୁଲ ନିଶ୍ଚିୟ କରିଥାଏ । ଏହିପରି କିଛି ହୋଇଥିଲା ସିଙ୍ଗାପୁରରେ ରହୁଥିବା ଭାରତୀୟ ୩୧ ବର୍ଷୀୟ ଯୁବକଙ୍କ ସହ । ଏହି ଯୁବକକୁ ଶୁକ୍ରବାର ଦିନ ଦଣ୍ଡ ଵିଧାନ କରାଯାଇଥିଲା । ଏହି ଘଟଣା ଲୁକ୍କାୟିତ ହୋଇ ରହିଥାନ୍ତା ଯଦି ଏହି ଯୁବକଙ୍କ ପ୍ରେମିକା ସେହି ସତ୍ୟ ଜାଣି ନଥାନ୍ତେ । ଆସନ୍ତୁ ଜାଣିବା ସେହି ସତ୍ୟ ଘଟଣା ବିଷୟରେ ।

ସିଙ୍ଗାପୁରର ଘଟଣା :

ଏହି ମମାଲଟି ଶୁକ୍ରବାର ଦିନ ସିଙ୍ଗାପୁରରରେ ଘଟିଥିଲା । ଏହି ଘଟଣାରେ ସମ୍ପୃକ୍ତ ଆରୋପୀ ଭାରତୀୟ ଯୁବକ ଉଦୟ କୁମାରକୁ ୨ଟି ଦଣ୍ଡ ଦିଆ ଯାଇଥିଲା । ୧୩ ବର୍ଷ କାରାଗାର ଓ ୧୨ଟି ଚାବୁକ ପ୍ରହାର ଦେବାର ଦଣ୍ଡ ଶୁଣା ଯାଇଥିଲା । ଆରୋପୀ ଯୁବକଙ୍କର ପ୍ରେମିକା ଏହି ଘଟଣାର ଫର୍ଦଫାସ କରି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ଅନୁସାରେ ଆରୋପୀ ୧୨ ବର୍ଷ ବୟସର ନବଳିକା ସହ ଦୀର୍ଘ ୪ ମାସ ହେଲା ଧର୍ଷଣ କରି ଆସୁଥିଲା ।

କିପରି ଘଟଣାର ଫର୍ଦଫାସ ହୋଇଥିଲା :

ମିନି ମାର୍ଟ କର୍ମଚାରୀ ଉଦୟ କୁମାରର ପ୍ରେମିକା ଉଦୟଙ୍କ ଉପରେ କିଛି ଦିନ ହେବ ସନ୍ଦେହ ହେଉଥିଲା । ଏହି କାରଣ ପାଇଁ କିଛି ମାସ ପୂର୍ବରୁ ଯେତେବେଳେ ଦୁଇ ପ୍ରେମୀ ଯୋଡି ଗୋଟିଏ ହୋଟେଲରେ ରହିଥିଲେ । ଉଦୟ ଶୋଇ ସାରିବା ପରେ ପ୍ରେମିକା ମୋବାଇଲ ଚେକ୍ କରିବା ପରେ ଜାଣିଥିଲେ ଯେ, ସେଥିରେ ଜଣେ ନାବାଳିକା ଝିଅର ଆପତ୍ତିଜନକ ଚିତ୍ର ଅଛି । ଏହାପରେ ପ୍ରେମିକା ଜଣକ ପୋଲିସକୁ କଲ୍ କରିଥିଲେ ।

ପୋଲିସର ଯାଞ୍ଚ ପରେ ପୁରା ସତ୍ୟ ଘଟଣା ଜଣା ପଡିଥିଲା :

ପୋଲିସର ପଚରାଉଚୁରା ପରେ ଉଦୟ ସତ୍ୟ ଘଟଣା ବିଷୟରେ କହିଥିଲା ଯେ, ସେ ଏକ ୧୨ ବର୍ଷ ବୟସର ଛାତ୍ରୀକୁ ଗତ ୪ ମାସ ହେଲା ଧର୍ଷଣ କରି ଆସୁଛି । ଏହାପରେ ପୋଲିସ ଆରୋପିକୁ ଗିରଫ କରିଥିଲା । ଶୁକ୍ରବାର ଦିନ ଆରୋପିକୁ ଦଣ୍ଡ ବିଧାନ ହୋଇଛି ।

ଭାରତର ଛବିକୁ ଦେଶ ବିଦେଶରେ ଖରାପ କରୁଥିବା ଏହିପରି ଯୁବକମାନଙ୍କ ସହ କଣ କରିବାକୁ ହେବ ନିଜ ମତାମତ Comment କରି ଜଣାନ୍ତୁ ।