ଫ୍ରିଜ୍ ର ପାଣି ପିଉଥିବା ଲୋକମାନେ ଏହି ଲେଖାଟି ନିଶ୍ଚୟ ପଢନ୍ତୁ । ଲେଖାଟି ପଢିବା ପରେ ଆପଣ ନିଶ୍ଚୟ କାମେଣ୍ଟ କରି ଧନ୍ୟବାଦ ଜଣାଇବେ ।

Spread the love

ବେଳେବେଳେ ଆମର ଖାଇବା ପ୍ରଣାଳୀ ଭୁଲ୍ ଥିବା ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଏ । ଯାହାକି ଆମେ କେବେ ମଧ୍ୟ ଚୀନତା କରିନଥାଉ । ଆଜି ଆମେ ଏଭଳି ଏକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ; ଯେଉଁ ବିଷୟରେ କି ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଥଣ୍ଡାପାଣି ବିଷୟରେ କହିବାକୁ ଯାଉଛୁ । ଯଦି ଆମେ ଥଣ୍ଡାପାଣି ପିଉଛନ୍ତି; ତେବେ ଆମ ଶରୀର ଉପରେ କେଉଁ ପ୍ରକାର ଖରାପ ପ୍ରଭାବ ପଡ଼ିଥାଏ, ସେ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା । ଅଧିକାଂଶ ଲୋକମାନେ ଗ୍ରୀଷ୍ମଋତୁରେ ଓ ଅନ୍ୟ ଋତୁରେ ମଧ୍ୟ ଥଣ୍ଡାପାଣି ପିଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଥଣ୍ଡାପାଣି ପିଇଲେ ଆମ ଶରୀର ଓ ମନକୁ ଯେଉଁ ଥଣ୍ଡାର ଆଭାସ ହୋଇଥାଏ, କିତନୁ ଆମେ ଏହା ଭୁଲି ଯାଇଥାଉ କି, ଏହି ଥଣ୍ଡା ପାଇଁ ଆମ ଶରୀରର କଣ କ୍ଷତି କରିଥାଏ ! ଥଣ୍ଡାପାଣି ପିଇବା ଦ୍ୱାରା ଆମ ଶରୀର ଉପରେ ନକରାତ୍ମକ ଉର୍ଜ୍ଜାର ପ୍ରଭାବ ପଡ଼ିଥାଏ ।

ତେବେ ଆସନ୍ତୁ ଜାଣିବା ଥଣ୍ଡାପାଣି ପିଇଲେ ଆମ ଶରୀର ଉପରେ କେଉଁ ପ୍ରକାରର ଖରାପ ପ୍ରଭାବ ପଡ଼ିଥାଏ :-

୧) ହୃଦୟ –

ଥଣ୍ଡାପାଣି ପିଇଲେ ଆପଣଙ୍କ ମନ ଓ ଶରୀର ଥଣ୍ଡା ହୋଇପାରେ କିନ୍ତୁ ଏହା ଆପଣଙ୍କ ହୃଦୟ ପାଇଁ ଆଦୌ ଭଲ ନୁହେଁ । କାରଣ ଥଣ୍ଡାପାଣି ପିଇବା ଦ୍ୱାରା ଏହା ଆମ ହୃଦୟର ସ୍ପନ୍ଦନକୁ କମେଇ ଦେଇଥାଏ । ଯଦି ମନୁଷ୍ୟର ହୃଦୟର ସ୍ପନ୍ଦନ ଅଧିକ ପରିମାଣରେ କମିଯାଏ, ତେବେ ସେହି ମନୁଷ୍ୟର ଜୀବନ ଚାଲି ଯାଇଥାଏ ।

୨) ପେଟ –

ଆପଣ ଯଦି ଥଣ୍ଡାପାଣି ପିଉଛନ୍ତି; ତେବେ ଆପଣଙ୍କ ପେଟ ଜନିତ ସମସ୍ୟା କେବେ ବି ଠିକ୍ ହୋଇପାରିବ ନାହିଁ । ଆପଣ ଏଭଳି ଅନେକ ଲୋକଙ୍କୁ ନିଶ୍ଚୟ ଦେଖିଥିବେ ଯେଉଁମାନଙ୍କୁ କି, ପେଟର ସମସ୍ୟା ଥାଏ । ଯେପରିକି ପେଟରେ ଗ୍ୟାସ ହେବା, ବଦହଜମି, ପେଟ ଫୁଲିବା ଏଭଳି ଅନେକ ସମସ୍ୟା । ଏଗୁଡ଼ିକ କେବଳ ଥଣ୍ଡାପାଣି ପିଇବା ଯୋଗୁଁ ଅଧିକାଂଶ ସମୟରେ ହୋଇଥାଏ । କିନ୍ତୁ ଥଣ୍ଡାପାଣି ଅଧିକାଂଶ ଲୋକମାନେ ଛୋଟ ଥିଲାବେଳରୁ ପିଉଁ ଥିବାରୁ ଆମକୁ ଜଣା ପଡିନଥାଏ କି, ଏହି ସବୁ ସମସ୍ୟା ଥଣ୍ଡାପାଣି ପିଇବା ଯୋଗୁଁ ହେଲା । ଯଦି ଆପଣ ଏହି ଥଣ୍ଡାପାଣି ପିଇବା ବଦଳରେ ଯଦି ଆପଣ ନଖ-ଉଷୁମ ପାଣି ପିଇବେ ତେବେ ଆପଣ ଏହି ସବୁ ସମସ୍ୟା ଠାରୁ ମୁକ୍ତି ପାଇପରିବେ ।

୩) କଷ୍ଟ କାଠିନ୍ୟ –

ଥଣ୍ଡାପାଣି ପିଇବା ଯୋଗୁଁ ଅଧିକାଂଶ ଲୋକମାନଙ୍କ ମଧ୍ୟରେ କଷ୍ଟ କାଠିନ୍ୟ ର ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁଭଳି କି ଥଣ୍ଡା, ଜିନିଷ ଗୁଡ଼ିକ ଶକ୍ତ କରି ଦେଇଥାଏ, ସେହିଭଳି ଆମେ ଯଦି ଥଣ୍ଡାପାଣି ପିଉଁ ତେବେ ଆମ ପେଟ ଭିତରେ ଥିବା ଖାଦ୍ୟ ଗୁଡ଼ିକ ମଧ୍ୟ ଶକ୍ତ ହୋଇଯାଇଥାଏ । ଯେଉଁ କାରଣରୁ କଷ୍ଟ କାଠିନ୍ୟ ଉତ୍ପନ୍ନ ହୋଇଥାଏ । ତେଣୁ ଆପଣ ଥଣ୍ଡାପାଣି କୁ କେବେବି ପିଅନ୍ତୁ ନାହିଁ । ଯଦି ଆପଣ ଥଣ୍ଡାପାଣି ନିରନ୍ତର ପିଇବେ ତେବେ ଆପଣଙ୍କ ପେଟ ଭିତରେ ଥିବା ବଡ଼ ଅନ୍ତ ଗୁଡ଼ିକ ମୋଡ଼ି ହୋଇଯାଇଥାଏ ଓ ଧୀରେ-ଧୀରେ ଆମ ଶରୀରରେ ଅନେକ ପ୍ରକାରର ବେମାର ହେବା ଆରମ୍ଭ ହୋଇଯାଏ ।

୪) ରୋଗ ପ୍ରତିରୋଧକ ଶକ୍ତି –

ଫ୍ରିଜ୍ ର ଥଣ୍ଡାପାଣି ପିଇବା ଯୋଗୁଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ଆପଣ ଯଦି ଏହି ଥଣ୍ଡାପାଣି ପିଅନ୍ତି ତେବେ ବେମାର ମାନଙ୍କ ସହିତ ଲଢ଼ିବାକୁ ଯଥେଷ୍ଟ ଶକ୍ତି ମିଳି ନଥାଏ, ଯେଉଁ କାରଣରୁ ଆପଣଙ୍କୁ ସବୁବେଳେ ସର୍ଦ୍ଧି, କାଶ ଭଳି ସମସ୍ୟା ଆପଣଙ୍କ ଠାରେ ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ ।

୫) ଶରୀର ମୋଟା –

ଯଦି ଆପଣ ଥଣ୍ଡାପାଣି ପିଅନ୍ତି, ତେବେ ଆପଣଙ୍କ ଶରୀର ମୋଟାପଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । କାରଣ ଏହା ଯୋଗୁଁ ଆପଣଙ୍କ ପାଚନ ଶକ୍ତି କମିଯାଏ ଓ ବିପାକ କ୍ରିୟା କମିଯାଏ ଓ ଧୀରେ-ଧୀରେ ଆପଣଙ୍କ ଶରୀରର ଓଜନ ବଢିବାକୁ ଲାଗିଥାଏ । ଯଦି ଆପଣ ମୋଟା ହେବାକୁ ଚାହୁଁନାହାନ୍ତି, ତେବେ ଆପଣ କେବେମଧ୍ୟ ଥଣ୍ଡାପାଣି ପିଅନ୍ତୁ ନାହିଁ ।

ଆପଣ ସବୁବେଳେ ଶୁଦ୍ଧ ପାଣି ବା ଅଳ୍ପ ନଖ-ଉଷୁମ ହୋଇଥିବା ପାଣିକୁ ପିଅନ୍ତୁ । ଆମେ କହିଥିବା ଏହି ବିଷୟକୁ ମନେ ରଖିବେ ଓ ନିଜ ସ୍ୱାସ୍ଥ୍ୟକୁ ଭଲରେ ରଖିବେ ।