ଭାରତରେ ଦ୍ରୁତ ଗତିରେ ବଢିବାକୁ ଲାଗିଛି ଏହି ନୂଆ ଭାଇରସ । ଆସନ୍ତୁ ଜାଣିବା ଏହି ଭାଇରସର ଲକ୍ଷଣ କଣ ? ଏହି ଭାଇରସ ଠାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବ ଓ ଚିକିତ୍ସା କରିପାରିବେ !

Spread the love

କେରଳର ୧ ବର୍ଷ ବୟସର ଜଣେ ବାଳକକୁ ବେଷ୍ଟ ନୀଳ ଭାଇରସ୍ ସଂକ୍ରମଣ ହୋଇଥିବା ଘଟଣା ଜଣ ପଡିଛି । ଏହି ଘଟଣାର ଯାଞ୍ଚ ପାଇଁ ଗୋଟିଏ କେନ୍ଦ୍ରୀୟ ଚିକିତ୍ସାକ ଦଳ ସେଠାକୁ ଯାଇଛନ୍ତି । ସେହି କେନ୍ଦ୍ରୀୟ ଦଳ ଏହି ଭାଇରସ୍ ର ଯାଞ୍ଚ କରି ଏହା ଭାଇରସ୍ ର ମୁକାବିଲାର ଉପାୟ ବାହାର କରିବେ । ରାଜ୍ୟର ମଣିପୁରମ ଜିଲ୍ଲାର ବାଳକଟିର ଚିକିତ୍ସା କୋଝିକୋଟ ମେଡିକାଲ କଲେଜର ଡାକ୍ତରଖାନାରେ କରାଯାଉଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି॰ ନଡ୍ଡା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଏହି ରୋଗର ପ୍ରତିକାର ବିଷୟରେ କେରଳ ସରକାରଙ୍କୁ ଯଥା ସମ୍ଭବ ସାହାୟତା କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ଭାଇରସ ବିଷୟଟି ଜଣାପଡିବା ପରେ ସାରା ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଦିଲ୍ଲୀର ନାମୀ ଜେନେରାଲ ଫିଜିସିୟାନ୍ ଡାକ୍ତର ଅଜୟ, ଲେଖି କହିଛନ୍ତି “ଏହି ଭାଇରସ ମନୁଷ୍ୟ ପାଇଁ କେତେ ମାରାତ୍ମକ ଓ ଏହାର ପ୍ରଭାବରେ ମନୁଷ୍ୟର କ’ଣ କ୍ଷତି ହୋଇପାରେ ।”

ବେଷ୍ଟ ନୀଳ ଭାଇରସ କଣ ଅଟେ ?

ଏହି ଭାଇରସ ମଶା ଜନିତ ସଂକ୍ରମିତ ହୋଇଥାଏ । ଏହି ଭାଇରସ ଜନିତ ମଶା ପ୍ରାୟତଃ ଉତ୍ତର ଆମେରିକାରେ ଦେଖାଯଏ । ଭାଇରସର ସଂକ୍ରମିତ ଫଳରେ ଲୋକମାନଙ୍କୁ ଜ୍ଵର, ମୁଣ୍ଡ ବ୍ୟଥା, ଶରୀର ପୀଡା, ମୁଣ୍ଡ ବୁଲେଇହେବା, ବାନ୍ତି ହେବା ଓ ଶରୀରରେ ଚିହ୍ନ ବା ଦାଗ ଦେଖାଯାଇଥାଏ ।

ବେଷ୍ଟ ନୀଳ ଭାଇରସ ଲକ୍ଷଣ :

ବେଷ୍ଟ ନୀଳ ଭାଇରସରେ ସଂକ୍ରାମିତ ବ୍ୟକ୍ତିଙ୍କ ମଧ୍ୟରୁ ୫ ରୁ ୪ ଜଣଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖା ଯାଇନଥାଏ । ଏହି ଭାଇରସରେ ସଂକ୍ରାମିତ ବ୍ୟକ୍ତିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜ୍ଵର ହୋଇଥାଏ । ଏହି ରୋଗର ଲକ୍ଷଣରେ ଜ୍ଵର ସହ ମୁଣ୍ଡ ବ୍ୟଥା, ଶରୀର ପୀଡା ,ମୁଣ୍ଡ ବୁଲେଇହେବା, ବାନ୍ତି ହେବା ଓ ଶରୀରରେ ଚିହ୍ନ ଦେଖା ଯାଇଥାଏ ।

ବେଷ୍ଟ ନୀଳ ଭାଇରସର ଚିକିତ୍ସା ପ୍ରଣାଳୀ :

ବେଷ୍ଟ ନୀଳ ଭାଇରସର ସଂକ୍ରାମିତ ଚିକିତ୍ସା ପ୍ରଣାଳୀ ବିଶେଷ କିଛି ନାହିଁ । ବହୁତ ଗମ୍ଭୀର ପରିସ୍ଥିତି ଉପୁଜିଲେ ଡାକ୍ତରଖାନାରେ ଚିକିତ୍ସିତ ହେବା ଜରୁରୀ ଅଟେ ।

ବେଷ୍ଟ ନୀଳ ଭାଇରସରେ ମୃତ୍ୟୁର ଆଶଙ୍କା :

ବେଷ୍ଟ ନୀଳ ଭାଇରସ ପ୍ରଥମେ ୧୯୯୯ ମସିହାରେ ନିଉୟର୍କ ସହରରେ ଦେଖା ଯାଇଥିଲା । କିନ୍ତୁ ଏହି ଆମେରିକି ଭାଇରସର ଉତ୍ପତ୍ତି କେଉଁଠାରୁ ହୋଇଛି ସେହି ବିଷୟରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ।