ବିବାହିତ ମହିଳା ମାନେ ଏହିପରି ରୂପେ ଚୁଡ଼ି ପିନ୍ଧିବା ଦରକାର ଯାହାଫଳରେ ପତିଙ୍କ ଭାଗ୍ୟ ବଦଳିଯାଇ, ହୋଇଯାନ୍ତି କୋଟିପତି ।

Spread the love

କିଛି ଜିନିଷ କେବେ ମଧ୍ୟ ବଦଳି ନଥାଏ । ପୁରାତନ କାଳରୁ ବର୍ତ୍ତମାନର ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହି ଜିନିଷ ଗୁଡିକ ଠିକ ସେହିପରି ବ୍ୟବହାର ହୋଇଥାଏ, ଯେପରି ପୂର୍ବରୁ ହେଉଥିଲା । ଏହି ଜିନିଷ ଗୁଡିକ ସୂଚୀରେ ଗୋଟିଏ ଜିନିଷ ହେଉଛି ମହିଳାଙ୍କ ଦ୍ୱାରା ଆଭୂଷଣ ରୂପେ ପରିଧାନ ହେଉଥିବା ଚୁଡ଼ି । ଏହି ଗୋଲାକାର ଆକୃତିର ଚୁଡ଼ି ସ୍ତ୍ରୀ ମାନଙ୍କୁ ସୁନ୍ଦରତା ପ୍ରଦାନ କରିଥାଏ । ସେ ଯେ କେହି ମଧ୍ୟ ହେଉ ବର୍ତ୍ତମାନ ଜନ୍ମ ହୋଇଥିବା ଶିଶୁ କନ୍ୟା କିମ୍ବା ଧଳା କେଶ ଥିବା ବୟୋଜ୍ୟୋଷ୍ଟ ବୃଦ୍ଧା, ସମସ୍ତେ ଖୁସିରେ ଚୁଡ଼ି ପିନ୍ଧିଥାନ୍ତି । କିଛି ଧର୍ମରେ ଶିଶୁକନ୍ୟାର ଜନ୍ମ ପରେ ପରେ ହିଁ ସେମାନଙ୍କୁ ମାଙ୍ଗଳିକ ରୂପେ ରୂପାର ଚୁଡ଼ି ପିନ୍ଧାଇ ଦିଆଯାଇ ଥାଏ ।

ଏହି ଚୁଡ଼ି ନବ ବିବାହିତ ସ୍ତ୍ରୀଙ୍କ ଶୃଂଘାର ବୃଦ୍ଧିରେ ସହାୟକ ହୋଇଥାଏ । ବିବାହ ପରେ ପରେ ହିଁ ଏହାକୁ ପିନ୍ଧିବାର ଏକ ସଂସ୍କାର ଅଟେ । ପୁରାତନ କାଳ ହେଉ କିମ୍ବା ବର୍ତ୍ତମାନର ଆଧୁନିକ ଦୁନିଆ, ସ୍ତ୍ରୀଙ୍କ ସାଜଶଯ୍ୟାର ପ୍ରତିକ ଅଟେ ଚୁଡ଼ି । ଭାରତରେ ଚୁଡ଼ି ପିନ୍ଧିବାର ପରମ୍ପରା ଏତେ ପୁରୁଣା ଅଟେ ଯେ, ଏହାର କଳ୍ପନା କରିବା କଷ୍ଟ ହୋଇପଡିବ । ମାନ୍ୟତା ରହିଛି ଏହି ପରମ୍ପରା ଅତି ପୁରାତନ ଯଗରୁ ଚାଲି ଆସିଛି । ଏହି କାରଣରୁ ପ୍ରତି ଦେବୀଙ୍କ ଫୋଟୋଚିତ୍ର, ମୂର୍ତ୍ତି ହାତରେ ଚୁଡ଼ି ପିନ୍ଧି ଥିବାର ଦେଖିବା ପାଇଁ ମିଳିଥାଏ ।

ଆମ ଜୋତିଷ୍କଶାସ୍ତ୍ରରେ କୁହାଯାଇଛି, ଶଧବା ନାରୀଙ୍କ ଚୁଡ଼ି ପିନ୍ଧିବା ପତିଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ମହିଳାମାନେ ଚୁଡ଼ି ପିନ୍ଧିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ ।

ବେଳେବେଳେ ଏପରି ହୋଇଥାଏ, ମହିଳା ମାନେ ଚୁଡ଼ି ପିନ୍ଧିବା ସମୟରେ କିଛି ଚୁଡ଼ି ଭାଙ୍ଗି ଯାଇଥାଏ, ଯାହାକୁ ଆମ ମାଆ ଭଉଣୀମାନେ ଏପରି ହିଁ ଭୂମି ଉପରେ ଛାଡି ଦିଅନ୍ତି । ଏପରି କରିବା ଉଚିତ୍ ନୁହେଁ, କାରଣ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ଏପରି କରିବା ଦ୍ୱାରା ଆପଣଙ୍କ ପତିଙ୍କ କ୍ଷତି ହୋଇପାରେ । ଏଥିପାଇଁ ଯଦି ଚୁଡ଼ି ଭାଙ୍ଗିଯାଏ, ତେବେ ପ୍ରଥମେ ଆପଣ ସେହି ଭଙ୍ଗା ଚୁଡିକୁ ତିନି ଥର ମଥାରେ ଲଗାଇ ଏହାକୁ କାଗଜରେ ଗୁଡ଼ାଇ ଏହାକୁ କୌଣସି ଗଛ ତଳେ ରଖି ଦିଅନ୍ତୁ ।

ପ୍ରାୟତଃ ଚୁଡ଼ି ପିନ୍ଧିବା ସମୟରେ କିଛି ଚୁଡ଼ି ଫାଟି ଯାଇଥାଏ, ଏହା ସ୍ୱତେ ମହିଳା ମାନେ ସେହି ଫଟା ଚୁଡିକୁ ପିନ୍ଧି ଦେଇଥାନ୍ତି କିନ୍ତୁ ଏହି ଫଟା ଚୁଡ଼ି ପିନ୍ଧିବା ଦ୍ୱାରା ପତିଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥାଏ ଏବଂ ସମସ୍ତ ସ୍ଥାନରେ ପତିଙ୍କୁ ହାନି, ଅପମାନ ସହିବା ପାଇଁ ପଡିଥାଏ । କେବେ ମଧ୍ୟ ଆପଣ ଫଟା ଚୁଡ଼ି ପିନ୍ଧନ୍ତୁ ନାହିଁ ।

ଶଧବା ମହିଳା ମାନେ ଚୁଡ଼ି ପିନ୍ଧିବା ସମୟରେ ଏହି କଥା ପ୍ରତି ଧ୍ୟାନ ରଖିବା ଉଚିତ୍; ଦୁଇ ହାତରେ ସମ ପରିମାଣର ଚୁଡ଼ି ପିନ୍ଧିବା । ଯଦି ଆପଣ ସଂଖ୍ୟାରେ କିଛି ଭିନ୍ନ ଭିନ୍ନ ଚୁଡ଼ି ଦୁଇ ହାତରେ ପିନ୍ଧନ୍ତି; ତେବେ ପତି ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ ।

ଶାସ୍ତ୍ର ଅନୁସାରେ କୁହାଯାଇଛି; ମହିଳାଙ୍କୁ କଦାପି ବାଲ ଖୋଲି ଚୁଡ଼ି ପିନ୍ଧିବା ଉଚିତ୍ ନୁହେଁ । ପ୍ରଥମେ ନିଜ କେଶ ସଜାଡି ନିଅନ୍ତୁ; ପରେ ଆପଣ ଚୁଡ଼ି ପିନ୍ଧନ୍ତୁ । ଯଦି ଆପଣ ଏପରି ନ କରନ୍ତି; ତେବେ ଆପଣଙ୍କ ପିତା କିମ୍ବା ଭାଇଙ୍କ ଉପରେ ଋଣ ଭାର ବଢି ଯାଇଥାଏ । ଏହାଫଳରେ ପତିପତ୍ନୀଙ୍କ ମଧ୍ୟରେ ମାନମାଳିନ ଲାଗି ରହିଥାଏ ।ଏହାର ପ୍ରଭାବ ଉଭୟ ପିତା ଏବଂ ଶଶୁରଙ୍କ ଘରେ ପଡିଥାଏ ।