ନିଜ ପ୍ରିୟ ଚଷମା ପିନ୍ଧି ସମସ୍ତଙ୍କଠୁ ବିଦାୟ ନେଲେ ପିଣ୍ଟୁ |

Pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଷ୍ଟାଇଲେ ବଞ୍ଚିଥିଲେ ଆଉ ଯିବାବେଳେ ବି ସିଏ ଷ୍ଟାଇଲ ରେ ଯିବେ । ପିଣ୍ଟୁ ନନ୍ଦଙ୍କର ଅତି ପ୍ରିୟ ଚଷମା ଆଜି ତାଙ୍କର ଶବ ଉପରେ ଶୋଭା ପାଉଁଛି । ତାଙ୍କର ଅତି ପ୍ରିୟ ଚଷମା ଯାହାକୁ ସିଏ ସବୁବେଳେ ପିନ୍ଧି ରଖନ୍ତି ଆଜି ତାକୁ ତାଙ୍କ ଶବରେ ପିନ୍ଧେଇ ଦେଇଛନ୍ତି ତାଙ୍କର ଅତିପ୍ରିୟ ସାଙ୍ଗ ବଡ ଭାଇ ତାଙ୍କର ଅତିପ୍ରିୟ ବବି ମିଶ୍ର । ଆଉ ବସି ରହିଛନ୍ତି ସେହି ଶବ ପାଖରେ ।

ଆଉ କହୁଛନ୍ତି ଜାଣିଛ ପିଣ୍ଟୁ ଆମର ବଡ ମଉଜିଆ ପିଲାଟା ତାଙ୍କୁ ଚଷମା ବହୁତ ପସନ୍ଦ । ଯୁଆଡ଼େ ବି ଯାଏ ସବୁବେଳେ ଚଷମାଟା ଯାଏ । ତାଠାରୁ ତା ଚଷମାକୁ କେହି ବି ଅଲଗା କରିପାରିବେ ନାହିଁ । କହୁ କହୁ ବବି ମିଶ୍ର କହିଲେ ଥରେ ପିଣ୍ଟୁ ନନ୍ଦ ଗୋଟିଏ ଫିଲ୍ମର ସୋଟିଂ କରୁଥିଲେ । ଆଉ ସେହି ସମୟରେ ତା ଚଷମାଟା କୁଆଡେ ହଜିଗଲା ଆଉ ସେହି ସମୟରେ ସେ ସବୁକିଛି ଛାଡି ତା ଚଷମାକୁ ହିଁ ଖୋଜିବାକୁ ଲାଗିଲା । କୁହତ ଦେଖି ନିଜର ଚଷମାକୁ କିଏ କେମିତି ଭଲ ପାଇପାରେ ।

Pintu

ସତରେ ପିଣ୍ଟୁ ନନ୍ଦ ନିଜ ଚଷମାକୁ ଏତେ ଭଲ ପାଉଥିଲେ ଯାହା କହିବା ବାସ୍ତବରେ କଳ୍ପନା ବାହାରେ । ଆମ ଜୀବନରେ ଏମିତି ଛୋଟ ଛୋଟ ଜିନିଷ ଥାଏ ଯାହାକୁ ଆମେ ବହୁତ ଭଲପାଉ । ଆଉ ଆଜି ଯେତେ ପିଣ୍ଟୁ ସ୍ୱର୍ଗଦ୍ୱାରରେ ଆରପାରିକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେହି ସମୟରେ ତାଙ୍କର ସେହି ଶବ ଉପରେ ଚଷମାଟାକୁ ପିନ୍ଧେଇ ଦେଇଛନ୍ତି ତାଙ୍କ ସାଥି କଳାକାର ଏବଂ ତା ସହିତ ମନେ ମନେ ବହୁତ ଖୋଜୁଛନ୍ତି ପିଣ୍ଟୁଙ୍କୁ ।

ପିଣ୍ଟୁ ନନ୍ଦ ନିଜେ କହିଥିଲେ ମୁଁ ଜିଇଁଛି ରାଜା ଭଳିଆ ଆଉ ମରିବି ବି ରାଜା ଭଳିଆ । ଭିକାରୀ ଭଳି ମୁଁ ବଞ୍ଚିବାକୁ ଚାହେଁନି । ଶେଷରେ ସେହା ହିଁ ହେଲା । ଆଜି ଯିବା ବେଳେ ସେହି ରାଜକୀୟ ଠାଣିକୁ ସେମିତି ନିଜ ପାଖରେ ରଖିଛନ୍ତି । ଖାଲି ଯାହା ତାଙ୍କ ପାଖରେ ବସିଥିବା ନିଜ ମଣିଷ ଗୁଡାକ କାନ୍ଦି କାନ୍ଦି ତାଙ୍କୁ ବିଦାୟ ଦେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *