ପ୍ରତିଦିନ ୧ ଗ୍ଲାସ ଏହି ପାଣି ପିଅନ୍ତୁ, ଆଣ୍ଠୁ, ଅଣ୍ଟା-ଗଣ୍ଠି ବଥା, ଥକ୍କାପଣ ଓ ରକ୍ତ ଅଭାବରୁ ମୁକ୍ତି ପାଆନ୍ତୁ ।

Spread the love

କଣ ଆପଣ ଜାଣନ୍ତି ଆମ ଗାଁଆ ମାନଙ୍କରେ ଗରମରୁ ରକ୍ଷା ପାଇବା ପାଇଁ ଦେଶୀ ସର୍ବତ ପିଅନ୍ତି । ଏହି ସର୍ବତର ଉପକାରିତ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଚଣା ସତୁଆ ସର୍ବତ ବିଷୟରେ କହୁଛି, ଯାହା ଗରମ ଦିନେ ସ୍ୱାସ୍ଥ୍ୟ ପାନୀୟ ରୂପେ ବ୍ୟବହାର କରାଯାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭବାନ ହୋଇଥାଏ । ଆଜି ଆମେ ସତୁଆ ସର୍ବତ ପିଇଲେ ମିଳୁଥିବା ଉପକାର ବିଷୟରେ କହିବାକୁ ଯାଉଛୁ ।

ଚଣା ସତୁଆ ପିଉଥିବା ବ୍ୟକ୍ତିଙ୍କର ଥକ୍କାପଣ ଦୂର ହୋଇଥାଏ ତା ସଙ୍ଗେ ସଙ୍ଗେ ଶରୀର ହୃଷ୍ଟ ପୁଷ୍ଟ ହୋଇଥାଏ । ସତୁଆରେ କାଲସିୟମ ଥିବାରୁ ଏହା ହାଡ଼ ମାନଙ୍କୁ ମଜବୁତ କରିଥାଏ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା ଗଣ୍ଠି ବ୍ୟଥା ପରି ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଭିଟାମିନ ବି-୬ ଥାଏ, ଯାହା ସ୍ମରଣ ଶକ୍ତି ବଡାଇଥାଏ । ଏଥିରେ ଫସଫରସ୍ ଥିବା ହେତୁ ଏହା ଦାନ୍ତ ପାଇଁ ବିଶେଷ ଉପଯୋଗୀ ହୋଇଥାଏ । ଏହା ଦାନ୍ତକୁ ଶକ୍ତ କରିଥାଏ ।

ସତୁଆ ସର୍ବତ ସେବନ ଦ୍ୱାରା କାଷ୍ଠକାଠିନ୍ୟ, ବଦ୍-ହଜମି ସମସ୍ୟା ଦୂର ହୋଇଥାଏ । କାରଣ ଏଥିରେ ବହୁ ପରିମାଣର ଫାଇବର ଥାଏ । ରକ୍ତହୀନତା ଲୋକଙ୍କ ପାଇଁ ସତୁଆ ସର୍ବତ ବରଦାନ ଭଳି କାର୍ଯ୍ୟ କରିଥାଏ । ଯେଉଁମାନଙ୍କର ହୃଦ ରୋଗ ସମସ୍ୟା ଥାଏ, ତାଙ୍କ ପାଇଁ ମଧ୍ୟ ବହୁତ ଲାଭବାନ ହୋଇଥାଏ । ଏଥିରେ ଥିବା ପୋଟାସିୟମ ହାର୍ଟ ଆଟାକ୍ ରୁ ରକ୍ଷା କରିଥାଏ । ଏହା ଶରୀରର ମେଟାବୋଲିଜମ ବଡାଇଥାଏ, ଯାହା ମୋଟପଣ କମାଇଥାଏ ।

ଚାଲନ୍ତୁ ଏବେ ଜାଣିବା ସତୁଆ ସର୍ବତ କିପରି ପ୍ରସ୍ତୁତ କରିପାରିବ । ଏକ ଗ୍ଲାସ ସର୍ବତ ପାଇଁ ୨ ଚାମଚ ସତୁଆ ସାମାନ୍ୟ ଭଜା ଜୀରା ଗୁଣ୍ଡ, ସ୍ଵାଦ ଅନୁସାରେ କଳା ଲୁଣ କିଛି କଟା କଞ୍ଚା ଲଙ୍କା ଏହି ସବୁକୁ ଭଲ ରୂପେ ମିଶାଇ ଏଥିରେ କିଛି ବରଫ ଖଣ୍ଡ ପକାନ୍ତୁ । ଆପଣଙ୍କର ସର୍ବତ ତିଆରି ହୋଇଗଲା, ଗରମ ଦିନେ ଏହି ସର୍ବତ ପ୍ରତିଦିନ ପିଅନ୍ତୁ ।