ଆମେ ପଣି ଥରେ ଏକାଠି ହେବୁ ଭାଲେଣ୍ଟାଇନ ଡେ ରେ…

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ ମାଳିନୀ ର ହେଲା ଅନ୍ତ । ତୁଟିଲା ସ୍ୱାମୀ ସ୍ତ୍ରୀଙ୍କ ବିବାଦ । ଗାୟୀକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କର ବିବାଦ ମାମଲାରେ ସମାଧାନ ହୋଇଛି । ଏଥର ଆସୁଥିବା ଭାଲେଣ୍ଟାଇନ ରେ ଦୁଇଜଣ ଏକାଠି ହେବାର ଚର୍ଚ୍ଚା ହେଉଛି । ବିବାଦର ସମାଧାନ ଓ ଆପୁସ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି ।

ହ୍ୟୁମାନଙ୍କ ର ମାଁ କହିଛନ୍ତି ଏଣିକି ଉଭୟ ଏକାଠି ସ୍ୱାମୀ ସ୍ତ୍ରୀ ଏକାଠି ରହିବେ । କିଛିଦିନ ପରେ ଶ୍ରେୟା ତାଙ୍କ ଶାଶୂ ଘରକୁ ଫେରିବେ । ତେବେ ଏଠି କୁହାଯାଉଛି ଭାଙ୍ଗିବାକୁ ଯାଉଥିବା ସଂସାର ପୁଣିଥରେ ଆଗକୁ ବଢିବ । ତେବେ ଏନେଇ ଶ୍ରେୟା କହିଛନ୍ତି ଆମ ଭିତରେ ଯେଉଁ ଭୁଲ ବୁଝାମଣା ଥିଲା ସବୁ ସମାଧାନ ହୋଇଛି । ପୂର୍ବରୁ ଥିବା ଅଭିଯୋଗ ଆଉ ନାହିଁ । ଆମେ ଦୁହେଁ ଏବେ ଏକାଠି ରହିବୁ ।

human 1

ସେପଟେ ହ୍ୟୁମାନ କହିଛନ୍ତି ସବୁ ସମାଧାନ ହୋଇଯାଇଛି ଆଉ ଏଥିପାଇଁ ମୁଁ ବହୁତ ଖୁସି । ଦେହ ଖରାପ ପାଇଁ ଏକ ପ୍ରଶ୍ନରେ ହ୍ୟୁମାନ କହିଛନ୍ତି ମୁ ଡାଇଟିଂ କରୁଥିଲି ଦେହ ଖରାପ ହୋଇନାହିଁ ମୁଁ ସୁସ୍ଥ ରହିଛି । ସୂଚନା ଅନୁସାରେ କିଛିଦିନ ପୂର୍ବେ ପ୍ରେସମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ଅନେକ କଥାର ଖୋଲାସା କରିଥିଲେ । ସେ କହିଥିଲେ ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି ।

ତେବେ ବିବାଦର ସମାଧାନ ପରେ ଶ୍ରେୟା କେବେ ଶାଶୂ ଘରକୁ ଫେରିବେ ଜଣା ପଡିନଥିଲେ ମଧ୍ୟ ଅଭିଭାବକ ସହ କଥା ହୋଇ ସେ ଫେରିବେ ବୋଲି ତଦନ୍ତ ଦାୟତ୍ୱରେ ଥିବା ପୋଲିସ ଅଧିକାରୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *