
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ବାତ୍ୟା କୁ ନେଇ ଏସଆରସି ଙ୍କ ପକ୍ଷରୁ ଉପକୂଳ ବର୍ତ୍ତୀ ଅର୍ଥାତ ଗଞାମ , ପୁରୀ , ଖୋର୍ଦ୍ଧା , ଜଗତସିଂପୁର , ଭଦ୍ରକ , କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା ର ଜିଲ୍ଲା ପାଳ ଙ୍କୁ ସତ୍ରକ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପୂର୍ବ ରୁ ପ୍ରସ୍ତୁତ ରହିବା ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆଜ୍ଞା ହଁ , ଉତ୍ତର ଆଣ୍ଡାମାନ ସାଗର ଏବଂ ତା ସଲଗ୍ନ ଅଞ୍ଚଳ ଉପରେ ମଙ୍ଗଳବାର ଦିନ ସୃଷ୍ଟି ହୋଇଛି ଘୂର୍ଣ୍ଣି ବଳୟ ଏବଂ ବୁଧବାର ଦିନ ଏହି ଘୂର୍ଣ୍ଣି ବଳୟ ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବ ବର୍ତ୍ତୀ ଅଞ୍ଚଳ ରେ ସକ୍ରିୟ ରହିବା ସହ ବାୟୀ ମଣ୍ଡଳ ର ମଧ୍ୟ ଭାଗ ଯାଏ ବ୍ୟାପିଛି ।
ଆଉ ଏହି ଘୂର୍ଣ୍ଣି ବଳୟ ପ୍ରଭାବ ରେ ଆଗାମୀ 24 ଘଣ୍ଟା ମଧ୍ୟ ରେ ଦକ୍ଷିଣ ପୂର୍ବ ପାଶ୍ୱ ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହା ପରବର୍ତ୍ତୀ ସମୟ ରେ ପଶ୍ଚିମ , ଉତ୍ତର – ପଶ୍ଚିମ ଦିଗରେ ଗତି କରିବା ସହ 22 ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳ ରେ ଏକ ଅବପାତ ରେ ପରିଣତ ହେବ ।
ଆଉ ଏହାର 48 ଘଣ୍ଟା ମଧ୍ୟ ରେ ଆହୁରି ଘନିଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳ ରେ ଗୋଟିଏ ସାମୁଦ୍ରିକ ବାତ୍ୟା ର ରୂପ ନେବା ର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନ ରେ ଭାରତୀୟ ପାଣି ପାଗ ବିଭାଗ ର ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି ।
ତେବେ ଏଠାରେ କହି ରଖିବୁ କି 23 ଅକ୍ଟୋବର 2022 ସକାଳ ପର୍ଯ୍ୟନ୍ତ ରାଜ୍ୟ ର ପାଣି ପାଗ ରେ କୈଣସି ବଡ ଧରଣ ର ପରିବର୍ତ୍ତନ ବା ବଡ ବର୍ଷା ର ସମ୍ଭାବନା ନାହିଁ ବୋଲି ସତର୍କ ସୂଚନା ଜାରି କରାଯାଇଛି , କିନ୍ତୁ ଏହି ଲଘୁଚାପ ର ପ୍ରଭାବ ରେ 22 ଅକ୍ଟୋବର ରୁ ଉତ୍ତର ବଙ୍ଗୋପ ସାଗର ଏବଂ ଉତ୍ତର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ର ଗଭୀର ସମୁଦ୍ର ଅଞ୍ଚଳ ରେ ଘଣ୍ଟା ପ୍ରତି 45 ରୁ 55 କିଲୋ ମିଟର ବେଗ ରେ ପବନ ବହିବାର ସମ୍ଭାବନା ରହିଛି ।
ଆଉ ଏହାକୁ ଦୃଷ୍ଟି ରେ ରଖି ମତ୍ସ ଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ର ଅଞ୍ଚଳ ରେ ଥିବା ମତ୍ସ ଜୀବି ମାନଙ୍କୁ 22 ଅକ୍ୋବର ସୁଦ୍ଧା ଉପକୂଳ କୁ ଫେରି ଆସିବା ଲାଗି ପରାମର୍ଶ ମଧ୍ୟ ଦିଆଯାଇଛି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।