୨୫୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କାରିବାକୁ ଚାହୁଁଛନ୍ତି ଏହି ମହାନ ଅଭିନେତା ! ଜାଣନ୍ତୁ ଏହି ଅଭିନେତା ଜଣକ କିଏ ?

Spread the love

ଆଜି ଆମେ ଯେଉଁ ଅଭିନେତା ବିଷୟରେ କଥା ହେଉଛୁ, ସେ ହେଉଛନ୍ତି ଅଭିନେତା ଜୈକି ଚୈନ । ସାରା ଦୁନିଆରେ ଲୋକପ୍ରିୟ ପ୍ରସିଦ୍ଧ ଅଭିନେତା ଜୈକି ଚୈନ ୧୯୫୪ ମସିହା ଏପ୍ରିଲ ୭ରେ ଜନ୍ମଗ୍ରହଣ କରିଥିଲେ । ୬୫ ବର୍ଷୀୟ ଜୈକି ଚୈନଙ୍କୁ ସାରା ଦୁନିଆ ପସନ୍ଦ କରୁଛନ୍ତି । ଫିଲ୍ମରେ ତାଙ୍କର ଅଭିନୟ ଅତ୍ୟାଧିକ ଉତ୍ସାହ ପୂର୍ଣ୍ଣ ହୋଇଥାଏ । ସେ ଅଭିନେତା ସହ ଏକାଧାରରେ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ, ଗାୟକ ଏବଂ ଷ୍ଟାଣ୍ଟ-ମ୍ୟାନ ମଧ୍ୟ ଅଟନ୍ତି ।

ଛୁଆମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଜୈକି ଚୈନଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଜୈକି ଚୈନ ପିଲାବେଳରୁ ଫିଲ୍ମରେ କାମ କରୁଛନ୍ତି, କାହିଁକି ନା ତାଙ୍କ ବାପା ଚାର୍ଲସ ଚୈନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଜୈକି ଚୈନଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ବିଗ୍ ଏଣ୍ଡ ଲିଟିଲ୍ ବେଂଗ ଟିନ ବାର’ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୫୦ ରୁ ଉର୍ଦ୍ଧ ଫିଲ୍ମରେ କାମ କରି ସାରା ଦୁନିଆରେ ନାମ ଅର୍ଜନ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ପରଦାରେ ଅଧିକାଂଶ ଷ୍ଟାଣ୍ଟ ନିଜେ ହିଁ ସମ୍ପାଦନ କରନ୍ତି ।

ଜୈକି ଚୈନ ନିଜ ୪୭ ବର୍ଷ ଫିଲ୍ମ ଜୀବନ କାଳରେ କଠିନ ପରିଶ୍ରମ ଏବଂ ଉଦ୍ୟମ ଫଳରେ ୩୭୦ ମିଲିୟନ ଡଲାର ଅର୍ଥାତ ୨୫୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ତାଙ୍କର ସ୍ତ୍ରୀ ଏବଂ ଦୁଇଟି ଛୁଆ ମଧ୍ୟ ଅଛନ୍ତି ତଥାପି ଶ୍ରୀମାନ ଚୈନ ଏହି ସମ୍ପତ୍ତି ତାଙ୍କ ଛୁଆମାନଙ୍କୁ ଦେବା ପରିବର୍ତ୍ତେ ଦାନ କରିବାକୁ ଚାହୁଁଛନ୍ତି ।

ଏହି କଥା ଶୁଣି କାହାକୁ ମଧ୍ୟ ବିଶ୍ୱାସ ହେବ ନାହିଁ କିନ୍ତୁ ଜୈକି ଚୈନ ତାଙ୍କର ସମସ୍ତ ସମ୍ପତ୍ତି ଗରୀବ ଏବଂ ଅନାଥ ଛୁଆମାନଙ୍କ ନାମରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜୈକି ଚୈନଙ୍କ କହିବା ଅନୁସାରେ ଯଦି ମୋର ସନ୍ତାନମାନେ ପାରଙ୍ଗମ ହେବେ, ତେବେ ସେମାନେ ନିଜେ ରୋଜଗାର କରିବେ ନଚେତ ସବୁ ସମ୍ପତ୍ତି ଉଡେଇ ଦେବେ । ସେଥିପାଇଁ ମୋର ଏହି ସମ୍ପତ୍ତି ସେହି ଗରିବ ଓ ଅନଥାମାନଙ୍କ କାମରେ ଲାଗିବା ଦରକାର । ଯଦି ଏପରି ହୁଏ, ତେବେ ତାଙ୍କର ନାମ ଏହି କାମ ପାଇଁ ସର୍ବଦା ଚିରସ୍ମରଣୀୟ ହେବେ । କାରଣ ଆଜି ପର୍ଯ୍ୟନ୍ତ କୌଣସି ଅଭିନେତା ଏଭଳି ନିଷ୍ପତ୍ତି ନେଇ ନାହାନ୍ତି ।

ଜୈକି ଚୈନଙ୍କ ଏହି ନିଷ୍ପତ୍ତି ବାସ୍ତବରେ ବଲିଉଡ ଓ ହଲିଉଡ ଜଗତରେ ଏକ ବିପ୍ଲବ ଆଣିପାରେ । ଜୈକି ଚୈନ ଏହି ନିଷ୍ପତ୍ତିରେ ଆପଣଙ୍କ ମତାମତ କଣ Comment ଜରିଆରେ ଜାଣନ୍ତୁ । ଯଦି ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ, ସେୟାର ଏବଂ ମତାମତ ନିଶ୍ଚିତ ରୂପେ ଦିଅନ୍ତୁ, ଏମିତି ଆହୁରି ଅଧିକ ଖବର ଜାଣିବା ପାଇଁ ଆମକୁ ଅନୁସରଣ କରିବାକୁ ଭୁଲନ୍ତୁ ନାହିଁ ।