ରକ୍ତହୀନତାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ୧୫ଦିନ ପର୍ଯ୍ୟନ୍ତ ଲଗାତାର ଏହି ଜିନିଷର ସେବନ କରନ୍ତୁ !

Spread the love

ଆଜିକାଲି ଭାରତୀୟ ଲୋକମାଙ୍କ ଠାରେ ରକ୍ତହୀନତା ବା ରକ୍ତ କମିବାର ସମସ୍ୟା ବଢ଼ିବାରେ ଲାଗିଛି । ଏହାର ଏକ କାରଣ ଲୋକମାନଙ୍କ ବଦଳୁଥିବା ଜୀବନଶୈଳୀ ଏବଂ ଖାଇବା ପିଇବା ମଧ୍ୟ ହୋଇଥାଏ । ଏକ ସୁସ୍ଥ ମନୁଷ୍ୟ ପାଇଁ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ରହିବା ଅନିର୍ବାର୍ଯ୍ୟ ଅଟେ । ଏମିତିରେ ଯଦି ସେହି ବ୍ୟକ୍ତିର ଶରୀରରେ ଉଚିତ ମାତ୍ରାରେ ରକ୍ତ ମିଳିନଥାଏ, ତେବେ ତାକୁ ଅନେକ ପ୍ରକାରର ରୋଗର ଶିକାର ହୋଇଥାଏ । ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ ଜଣାଇ ଦଉଛୁ କି ପ୍ରତ୍ୟେକ ମନୁଷ୍ୟ ଶରୀରରେ ରକ୍ତର କଷିକାମାନ ରହିଥାଏ, ଏଥିମଧ୍ୟରୁ ଗୋଟିଏ ଲାଲ୍ କଷିକା ଓ ଅନ୍ୟଗୁଡିକ ଧଳା କଷିକା କୁହାଯାଏ । ଯଦି କୌଣସି ବ୍ୟକ୍ତିର ଶରୀରରେ ଲାଲ୍ ରକ୍ତ କଷିକାମାନ କମ୍ ହୋଇଯାଏ; ତେବେ ଶରୀରେ ରକ୍ତର ଅଭାବ ବୋଲି କୁହାଯାଇଥାଏ । ବିଜ୍ଞାନର ଭାଷାରେ ଏହି ରୋଗକୁ ଏନିମୀୟା ବୋଲି କୁହାଯାଏ ।

ଏନିମୀୟା ବାସ୍ତବରେ କୌଣସି ପ୍ରକାରର ରୋଗ ନୁହେଁ ବରଂ ଏହା ଅନେକ ପ୍ରକାରର ରୋଗକୁ ଡାକିଥାଏ ଏବଂ ଅନେକ ଥର ମନୁଷ୍ୟକୁ ମୃତ୍ୟୁ ନିକଟକୁ ପହଞ୍ଚାଇ ଦେଇଥାଏ । ଆମର ଶରୀରକୁ ପୁଷ୍ଟିକର ତତ୍ତ୍ବ ସହ ଆଇରନ୍ ର ମଧ୍ୟ ଆବଶ୍ୟକ ହୋଇଥାଏ । ଏମିତିରେ ଯଦି ଶରୀରକୁ ଠିକ୍ ମାତ୍ରାରେ ଆଇରନ ମିଳିନଥାଏ, ତେବେ ତାହାର ସିଧା ପ୍ରଭାବ ରକ୍ତ କଷିକା ଉପରେ ପଡ଼ିଥାଏ । ହିମଗ୍ଲୋବିନର ଅଭାବ ପରିଲକ୍ଷିତ ଯୋଗୁଁ ଶରୀରକୁ ଅମ୍ଳଜାନ ପହଞ୍ଚି ପାରିନଥାଏ । ଯାହାଦ୍ଵାରା ମନୁଷ୍ୟକୁ ଦୁର୍ବଳତା ଏବଂ ହାଲିଆ ଅନୁଭବ ହୋଇଥାଏ । ଏହି ସ୍ଥିତିକୁ ଏନିମୀୟା କୁହାଯାଏ । ଆଜି ଆମେ ଆପଣକୁ ଏନିମୀୟାର ଲକ୍ଷଣ ଏବଂ କିଛି ଘରୋଇ ଉପାୟ ଜଣାଇବାକୁ ଯାଉଛୁ, ଯାହାର ବ୍ୟବହାରରେ ଆପଣ କିଛି ଦିନ ମଧ୍ୟରେ ରକ୍ତର ଅଭାବକୁ ଦୂର କରିପାରିବେ ।

ଏହା ହେଉଛି ଏନୀମୀୟାର ମୁଖ୍ୟ ଲକ୍ଷଣ :

ଶରୀରରେ ରକ୍ତ ଅଭାବ (ଏନୀମୀୟା)ର ଅନେକ କାରଣ ହୋଇପାରେ । ଯେମିତି କି ଶରୀରରେ ଭିଟାମିନର କମ୍ ହେବା, ପେଟରେ ଇନଫେକ୍ସନ ହେବା, ପୋଷକ ତତ୍ୱ ଶରୀରରେ ନ ପାହଞ୍ଚିବା ଇତ୍ୟାଦି । ଯଦି ଠିକ୍ ସମୟରେ ଏନିମୀୟାର ଲକ୍ଷଣ ଜାଣି ପାରିବେ, ତେବେ ଏହା ଉପରେ ସହଜରେ ନିୟନ୍ତ୍ରଣ କରା ଯାଇପାରିବ । ତେବେ ଚାଲନ୍ତୁ ଏବେ ଜାଣିବା ଏନିମିୟା ସହିତ ଯୋଡିତ ହୋଇଥିବା ଲକ୍ଷଣ :

– ମୁଣ୍ଡ ବୁଲାଇବା ।

– ଆରାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହେବା ।

– ତ୍ଵଚାରେ ହଳଦିଆପଣ ।

– ଛାତିରେ ବ୍ୟଥା (ଦରଜ) ଲାଗି ରହିବା ।

– ହାତର ପାପୁଲି ଥଣ୍ଡା ପଡ଼ିଯିବା ।

– ଆଖିର ତଳେ କଳା ଦାଗ ପଡ଼ିଯିବା ।

ଏହି ଜିନିଷର ସେବନ କରିବା ଦ୍ୱାରା ବଢ଼ିଥାଏ ରକ୍ତ –

ଡିମ୍ବିରି ଫଳ :

ଶରୀରରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଡିମ୍ବିରି ଫଳ ରାମବାଣ ସଦୃଶ୍ୟ ହୋଇଥାଏ । ଏଥିପାଇଁ ଆପଣ ଏହି ଫଳକୁ ରାତିରେ ପାଣିରେ ଭିଜାଇ ରଖି ଦିଅନ୍ତୁ, ସକାଳ ସମୟରେ ଖାଲି ପେଟରେ ଏହାକୁ ଖାଇ ନିଅନ୍ତୁ । ଏହିପରି କରିବା ଦ୍ୱାରା ନା କେବଳ ଶରୀରରେ ରକ୍ତର ଅଭାବ ଦୂର ହୁଏ ବରଂ ଆପଣଙ୍କ ରକ୍ତ ଅଧିକ ମାତ୍ରାରେ ବଢ଼ିବାରେ ଲାଗିବ । ଏହି ଫଳର ସେବନ ନିୟମିତ ୧୫ଦିନ ପର୍ଯ୍ୟନ୍ତ କରନ୍ତୁ ।

ବିଟ୍ :

ଶରୀରରୁ ଏନିମୀୟାକୁ ଅଭାବକୁ ଦୂର କରିବା ପାଇଁ ଅନେକ ଡାକ୍ତର ବିଟ୍ ଖାଇବା ପାଇଁ ଉପଦେଶ ଦେଇଥାନ୍ତି । ଡାକ୍ତରଙ୍କ ମତରେ ବିଟ୍ ଖାଇବା ଦ୍ଵାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ବହୁଳ ମାତ୍ରାରେ ବଢି ଯାଇଥାଏ, ଯାହାଦ୍ଵାରା ରକ୍ତକଣିକାକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିଥାଏ । ତା ସହିତ ଏହି ପ୍ରକ୍ରିୟା ଦ୍ଵାରା ଶରୀରରେ ଶୀଘ୍ର ରକ୍ତ ତିଆରି ହେବାରେ ଲାଗିଥାଏ । ବିଟ୍ ସେବନ ମଧ୍ୟ ଆପଣଙ୍କୁ ୧୫ଦିନ କରିବାକୁ ହେବ । କିଛି ଲୋକ ରକ୍ତଦାନ କରିବା ପୂର୍ବରୁ ବିଟ୍ ଖାଇଥାନ୍ତି, କାରଣ ତାଙ୍କ ଶରୀରରେ ରକ୍ତ ଅଭାବ ଜନିତ କୌଣସି ସମସ୍ୟା ଯେପରି ହେବ ନାହିଁ ।

ଡାଳିମ୍ବ :

ଡାଳିମ୍ବ ଏମିତି ଏକ ଫଳ ଅଟେ, ଯାହା ଶରୀରରେ ରକ୍ତକୁ ଶୀଘ୍ର ବଢାଇ ଥାଏ ଏବଂ ଏନନିମିୟା ଭଳି ସମସ୍ୟାକୁ ମୁଳରୁ ହଟାଇ ଦେଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନୁଛେଦଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବା । ଶେୟର କରି ଅନ୍ୟକୁ ଜାଣନ୍ତୁ ।